ନୂଆଦିଲ୍ଲୀ : ପ୍ରତିଷ୍ଠିତ କବି, ବାଗ୍ମୀ, ସାମ୍ବାଦିକ, ଜନନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର ଶୁକ୍ରବାର ସନ୍ଧ୍ୟାରେ ପଂଚତତ୍ୱରେ ବିଲୀନ ହୋଇଛିା ଦିଲ୍ଲୀର ସ୍ମୃତି ସ୍ଥଳରେ ସମଗ୍ର ରାଷ୍ଟ୍ର ତାଙ୍କୁ ଅଶ୍ରୁଳ ବିଦାୟ ଦେଇଛିା ବାଜପେୟୀଙ୍କ ପାଳିତ କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ୭ଟି ଦେଶର ପ୍ରତିନିଧି, ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ୩ସେନାର ମୁଖ୍ୟଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଭିନ୍ନ ରାଜନୀତିକ ଦଳର ମୁଖ୍ୟଙ୍କ ଉପସ୍ଥିତିରେ ବାଜପେୟୀଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛିା
ତାଙ୍କର ପାର୍ଥିବ ଶରୀର ଏବେ ଆଉ ଦୁନିଆଁରେ ନାହିଁ ତ କିନ୍ତୁ ତାଙ୍କର ଅଟଳ ବିଚାର, ସିଦ୍ଧାନ୍ତ ଓ ନୈତିକ ମୂଲ୍ୟବୋଧ ସର୍ବଦା ଦେଶବାସୀଙ୍କ ପାଇଁ ପ୍ରେରଣା ହୋଇ ରହିବ । ବାଜପେୟୀଙ୍କ ଶେଷକୃତ୍ୟ ସମୟରେ ପ୍ରକୃତି ବି ନିଜର ଏହି ମହାନ ସନ୍ତାନ ପାଇଁ କୋହ ସମ୍ବରଣ କରିପାରିନଥିଲ।।ଝିପି ଝିପି ବର୍ଷା ମାଧ୍ୟମରେ ପ୍ରକୃତି ମଧ୍ୟ ଅଶ୍ରୁଳ ବିଦାୟ ଦେଇଥିଲ।।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂସ୍କାର
ଏହା ପୂର୍ବରୁ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରୁ ରାଜଘାଟ ପର୍ଯ୍ୟନ୍ତ ବାଜପେୟୀଙ୍କ ଅନ୍ତିମ ସଂସ୍କାର ଶୋଭାଯାତ୍ରାର ଆୟୋଜନ ହୋଇଥିଲ।।ଏହି ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ବରିଷ୍ଠ ନେତା ପ୍ରାୟ ୫ କିମି ଧରି ଶେଷକୃତ୍ୟ ସମ୍ପନ୍ନ ସ୍ଥଳ ପର୍ଯ୍ୟନ୍ତ ପାଦରେ ଚାଲି ନିଜର ପ୍ରିୟ ନେତାଙ୍କୁ ସମ୍ମାନ ଜଣାଇଥିଲୋ ଏହି ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଲୋକ ବାଜପେୟୀଙ୍କର ଅନ୍ତିମ ଦର୍ଶନ ପାଇଁ ଭିଡ଼ ଜମାଇଥିଲୋ

୭ଟି ଦେଶର ପ୍ରତିନିଧି ଜଣାଇଲେ ସମ୍ମାନ
ବାଜପେୟୀଙ୍କ ଅନ୍ତିମ ଦର୍ଶନ ପାଇଁ ଭୂଟାନ, ନେପାଳ, ବାଲାଂଦେଶ, ପାକିସ୍ତାନ, ଆଫଗାନିସ୍ତାନ ଓ ଶ୍ରୀଲଙ୍କାର ନେତାମାନେ ମଧ୍ୟ ଦିଲ୍ଲୀ ଆସିଥିଲୋଭୂଟାନ ରାଜା ଜିଗ୍ମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍ ମଧ୍ୟ ବାଜପେୟୀଙ୍କୁ ତାଙ୍କ ବାସଭବନ ଓ ସ୍ମୃତି ସ୍ଥଳରେ ଶେଷ ସମ୍ମାନ ଜଣାଇଥିଲେ । ବାଜପେୟୀଙ୍କ ସମ୍ମାନରେ ଆମେରିକା, ବ୍ରିଟେନ, ପାକିସ୍ତାନ,ନେପାଳ, ଭୂଟାନ ଓ ମରିସସ୍ ଦୂତାବାସରେ ସେମାନଙ୍କ ଦେଶର ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଥିଲା । ମରିସସ ସରକାର ବାଜପେୟୀଙ୍କ ସମ୍ମାନରେ ଦେଶରେ ଜାତୀୟ ଶୋକ ପାଳନ କରିଛନ୍ତିା
ବାଜପେୟୀଙ୍କ ଅସ୍ଥିକୁ ଦେଶର ବିଭିନ୍ନ ନଦୀରେ ପ୍ରବାହ କରାଯିବା ସୂଚନାଯୋଗ୍ୟ, ବାଜପେୟୀ ଦୀର୍ଘବର୍ଷ ଧରି ଅସୁସ୍ଥ ଥିଲେ । ତେବେ ଗତ ଜୁନ୍ ୧୧ ତାରିଖରେ ନୂଆଦିଲ୍ଲୀସ୍ଥିତ ଏମସରେ ଭର୍ତି କରାଯାଇଥିଲା । ଗୁରୁବାର ଅପରାହ୍ନ ୫ଟା ୫ମିନିଟ୍ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ବାଜପେୟୀଙ୍କ ମୃତ୍ୟୁରେ ଭାରତୀୟ ରାଜନୀତି ଇତିହାସରେ ଗୋଟିଏ ଯୁଗର ଅନ୍ତ ଘଟିଲା ବୋଲି ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ରାଜନେତାମାନେ ମତବ୍ୟକ୍ତ କରିଛନ୍ତି ।


