Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୁବେର ଡାକ୍ତର ସୁକାନ୍ତ ଜେନା ଗିରଫ

ଭୁବନେଶ୍ବର(ଓଡ଼ିଶା ୱେୟାର) : କୁବେର ଡାକ୍ତର ସୁକାନ୍ତ ଜେନାଙ୍କୁ ପୁଲିସ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ଭିଜିଲାନ୍ସ ପୁରୀ ଚାରିଛଖ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁକାନ୍ତ ଜେନା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଗତକାଲି ଭୁବନେଶ୍ୱରରେ ଥିବା କଳାରାହଙ୍ଗ ସ୍ଥିତ ତାଙ୍କ ବାସଭବନ ଉପରେ ଚଢାଉ ବେଳେ ମିଳିଥିଲା ୧ କୋଟି ୧୨ ଲକ୍ଷ ରାତିସାରା ଭିଜିଲାନ୍ସ ପକ୍ଷରୁ କୁବେର ଡାକ୍ତରଙ୍କ ସମ୍ପତ୍ତିର ହିସାବ ଚାଲିଥିଲା । କୁବେର ଡାକ୍ତର ଘରେ ଏତେ ଟଙ୍କା ଥତ୍ଲା ଯେ ତାକୁ ଗଣିବା ପାଇଁ ମେସିନ ଲଗାଗଲା । ଡାକ୍ତର ବାବୁଙ୍କ ଭୁବନେଶ୍ୱର କଳାରାହାଙ୍ଗରେ ୩ ମହଳା ବିଶିଷ୍ଠ ବିଲ୍ଡିଂ ରହିଛି ।
ଜଟଣୀରେ ତାଙ୍କର ମଧ୍ୟ ଏକ ପ୍ଲଟ ରହିଛି । ପୁରୀରେ ଆପାର୍ଟମେଣ୍ଟ ଅଛି । ତାଙ୍କ ବ୍ୟାଙ୍କରେ ୩୮ ଲକ୍ଷ ୬୩ ହଜାର ଟଙ୍କାର ଫିକ୍ସିଡ ଡିପୋଜିଟ ଓ ୪୪ ଲକ୍ଷ ଟଙ୍କାର ବୀମା ରହିଛି ଦୁଇଟି ଦାମୀ କାର ଅଛି ଏକ ସିଜରିଆନ ଅପରେସନ ପାଇଁ ଡାକ୍ତର ସୁକାନ୍ତ ଜେନା ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗତକାଲି ତାଙ୍କୁ ଭିଜିଲାନ୍ସ ଧରିଥିଲା । ଏକାଥରେ ଏତେ ନଗଦ ଟଙ୍କା ଠାବ ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ତେବେ ଅଧିକ ଖୋଳତାଡ କରିବାକୁ ତାଙ୍କୁ ରିମାଣ୍ଡରେ ଆଣିବେ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଅନୁପମା ଜେମସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top