Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିଧାନସଭା ଅଚଳ

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ଆଇନ ମନ୍ତ୍ରୀଙ୍କ ବିରୋଧରେ କିପରି ତଦନ୍ତ କରିବେ ଜଣେ ଆଇଆଇସି । ତେଣୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ । ଆଜି ଏପରି ହଙ୍ଗାମା ଯୋଗୁ ଚାଲିପାରି ନାହିଁ ବିଧାନସଭା।
-ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରି ବିଜେପି ହଙ୍ଗାମା କରିଥିଲା । ଏପରିକି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ବି କୌଣସି ସମାଧାନ ବାହାରି ପାରିନାହିଁ ।
ସାଢ଼େ ୧୧ଟା ପରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ବିରୋଧୀ ଆଉ ଥରେ ହଙ୍ଗାମା କରିଥିଲେ । ତେଣୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଛନ୍ତି । ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସବୁ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି।
ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତନ ମୋହନ ମାଝି କହିଛନ୍ତି, ପ୍ରତାପ ଜେନା ପଞ୍ଚାୟତରାଜ, ଆଇନ, ନଗର ଉନ୍ନୟନ ମନ୍ତ୍ରୀ ଆଦି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି। ତେଣୁ ସେ ଏବେ ଜଣେ କ୍ଷମତାଶୀଳ ମନ୍ତ୍ରୀ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଦିଆଯାଇଥିଲା। ୨୦୧୪ରେ ଓ ୨୦୧୮ ମସିହାରେ ବି ତାଙ୍କ ନାଁରେ ଅନ୍ୟ ୨ ହତ୍ୟାକାଣ୍ଡ ଅଭିଯୋଗ ଆସିଥିଲା।
ମାହାଙ୍ଗା ଡବଲ ମର୍ଡର ଘଟଣାରେ ୧୪ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା। ୧ରୁ ୧୨ ନମ୍ବର ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ହେଲା। ୧୪ ନମ୍ବର ଅଭିଯୁକ୍ତଙ୍କ ବିରୋଧରେ ବି ମାମଲା ହେଲା। କିନ୍ତୁ ଅଭିଯୁକ୍ତ ତାଲିକାରେ ୧୩ ନଂରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାରୁ ପୁଲିସ୍‌ ତାଙ୍କ ବିରୋଧରେ କୌଣସି ତଦନ୍ତ କରୁ ନାହିଁ `
ମୃତକଙ୍କ ପୁଅଙ୍କ ଅଭିଯୋଗ କ୍ରମେ ପୁଣି ଫାଇଲ ଖୋଲିବାକୁ ଜେଏମଏଫସି କୋର୍ଟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରିବାକୁ କୋର୍ଟ ପକ୍ଷରୁ ଆଇଆଇସିଙ୍କୁ କୁହାଯାଇଛି। ହେଲେ ଜଣେ ଆଇନ ମନ୍ତ୍ରୀଙ୍କ ନାଁରେ କିପରି ଆଇଆଇସି ତଦନ୍ତ କରିବେ। ତେଣୁ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବି ହୋଇଛି।
ଅପରପକ୍ଷେ, କଂଗ୍ରେସ ମଧ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛି। ପ୍ରତାପଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ। ଏକ ପ୍ରେସ୍‌ମିଟ୍‌ରେ କଂଗ୍ରେସ ନେତା ପଟ୍ଟନାୟକ କହିଛନ୍ତି, ବିଭିନ୍ନ ମନ୍ତ୍ରୀଙ୍କ ନାଁରେ ମାଳମାଳ ଅଭିଯୋଗ ଅଛି, କାର୍ଯ୍ୟାନୁଷ୍ଠାନ ନାହିଁ । ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀରେ ୨୦୧୪ରୁ ୫ଟି ହତ୍ୟା ମାମଲା ଅଭିଯୋଗ ହୋଇଛି। ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଥିଲେ ବି କାର୍ଯ୍ୟାନୁଷ୍ଠାନ ନାହିଁ । ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ।
ଏହାବାଦ ଆଜି ଚାଷୀ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ । ଗୃହ ମଧ୍ୟ ଭାଗରେ ଉଭୟ ଦଳର ସଦସ୍ୟ ପାଟିତୁଣ୍ଡ କରିଥିଲେ । ବାଚସ୍ପତି ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ । କିନ୍ତୁ କିଛି ସୁଫଳ ମିଳିପାରିନାହିଁ । ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିଜେପି ଅଟଳ ରହିଥିବା ବେଳେ ମରୁଡ଼ି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ବିବୃତି ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top