Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୨୦୨୦ ମାର୍ଚ୍ଚ ସୁଦ୍ଧା ଓଡିଶାକୁ କୁଷ୍ଠମୁକ୍ତ କରିବା ଲକ୍ଷ୍ୟ

ଭୁବନେଶ୍ୱର: ଆସନ୍ତା ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ଓଡିଶାକୁ କୁଷ୍ଠମୁକ୍ତ କରିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ତା’ପୂର୍ବରୁ ଆସନ୍ତା ୨୦୧୯ ଅକ୍ଟୋବର ୨ ତାରିଖ ସୁଦ୍ଧା କୁଷ୍ଠଜନିତ ଗ୍ରେଡ-୨ ଅକ୍ଷମତାକୁ ପ୍ରତି ୧୦ଲକ୍ଷ ଲୋକଙ୍କ କ୍ଷେତ୍ରରେ ୧ ରୁ କମ୍ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ବିଭାଗୀୟ ପଦାଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଗତକାଲି ଭୁବନେଶ୍ୱର ପାନ୍ଥନିବାସ ଠାରେ କୁଷ୍ଠରୋଗ ନିରାକରଣ ପାଇଁ ଚିହ୍ନଟ ପ୍ରକ୍ରିୟା ଉପରେ ଆୟୋଜିତ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଡିପିଏମମାନଙ୍କ ରାଜ୍ୟସ୍ତରୀୟ କର୍ମଶାଳାକୁ ଡାଃ ମେହେର୍ଦ୍ଦା ଉଦ୍ଘାଟନ କରି ରାଜ୍ୟକୁ କୁଷ୍ଠମୁକ୍ତ କରିବାକୁ ହେଲେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉପରେ ଗୁରୁ୍ତ୍ୱ ଆରୋପ କରିଛନ୍ତି । ପ୍ରକାଶ ଥାଉକି ୧୯୮୩ ମସିହାରୁ ପର୍ଯ୍ୟାୟ କ୍ରମେ ଓଡିଶାର ସବୁ ଜିଲ୍ଲାରେ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଏମ୍.ଡି.ଟି ଚିକିତ୍ସା ବ୍ୟବସ୍ଥା କରାଯାଇଛି । ୧୯୮୨-୮୩ ମସିହାରେ ରାଜ୍ୟରେ ପ୍ରତି ୧୦ ହଜାର ଲୋକଙ୍କ ମଧାରେ ୧୨୧.୪ ଜଣ କୁଷ୍ଠ ଆକ୍ରାନ୍ତ ଥିଲେ । ସଫଳତାର ସହିତ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ଫଳରେ ୨୦୧୭-୧୮ ରେ ୯୫୭୬ ଜଣ ନୂତନ କୁଷ୍ଠରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତମାନ ୬୩୨୫ ଜଣ ଚିକିତ୍ସାଧୀନ ଅଛନ୍ତି । ଅତ୍ୟଧିକ କୁଷ୍ଠରୋଗ ପ୍ରବଣ ଜିଲ୍ଲାମାନଙ୍କରେ କୁଷ୍ଠ ରୋଗୀ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରାଯିବା ସହିତ ଅଳ୍ପ ପ୍ରବଣ ଜିଲ୍ଲାମାନଙ୍କରେ ଯେଉଁ ଅଂଚଳରେ କୁଷ୍ଠ ରୋଗ ଦେଖା ଦେବାର ସମ୍ଭାବନା ଅଧିକ ଥିବ, ସେହି ସବୁ ସ୍ଥାନରେ ଚିହ୍ନଟ ଅଭିଯାନକୁ ବ୍ୟାପକ କରିବା , ଦୁର୍ଗମ ତଥା ଅପହଂଚ ଅଂଚଳମାନଙ୍କରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ସହିତ ‘ସ୍ପର୍ସ’ କୁଷ୍ଠ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରାଯିବ । ଏହି କାର୍ଯ୍ୟକ୍ରମରେ ୩୬୧୬୨ ଜଣ ଆଶା , ୬୨୪୦ ସ୍ୱାସ୍ଥ୍ୟକର୍ମୀ , ୧୦୯୦ ସ୍ୱାସ୍ଥ୍ୟ ସୁପରଭାଇଜର , ୧୩୮୧ ମେଡିକାଲ ଅଫିସର ଏବଂ ୨୯୧ ଅନ୍ୟାନ୍ୟ ପଦାଧିକାରୀଙ୍କୁ ନିୟୋଜିତ କରାଯିବ । ଏ ନେଇ ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଏବଂ ଡି.ପି.ଏମ୍ ମାନେ ତାଙ୍କ ନିଜି ନିଜ ଜିଲ୍ଲାରେ କୁଷ୍ଠ ନିରାକରଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ନିଷ୍ଠା ଓ ଆନ୍ତରିକତାର ସହିତ କାର୍ଯ୍ୟକରିବାକୁ ପରାମର୍ଶ ଦିଆଯାଇଛି ।
ଏହି କର୍ମଶାଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡାଃ ବି.କେ.ବ୍ରହ୍ମା , ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ସୋପ୍ନେଶ୍ୱର ଗଡନାୟକ ଏବଂ ଅତିରିକ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ଶକ୍ତିପ୍ରସାଦ ପାଢୀଙ୍କ ସମସେତ ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଓଡିପିଏମ୍ ମାନେ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top