Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖର ରହସ୍ୟ କଣ ?

ଭାରତୀୟ ସଂସ୍କୃତିରେ ଶଙ୍ଖର ସ୍ଥାନ ବେଶ ଗୁରୁତ୍ବପୂର୍ଣ୍ଣ। ପୁରାଣ ଓ ଶାସ୍ତ୍ରରେ ଶଙ୍ଖ ଧ୍ବନିକୁ କଲ୍ୟାଣକାରୀ ବୋଲି ବିବେଚନା କରାଯାଇଛି। ଶାସ୍ତ୍ର ଅନୁସାରେ ଶଙ୍ଖନାଦ ଦ୍ୱାରା ଘରେ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । କୁହାଯାଏ, ଶଙ୍ଖର ଧ୍ୱନିରେ ବାତାବରଣ ଶୁଦ୍ଧ ହୁଏ, ଶରୀର ନିରୋଗ ରହେ । ଘରେ ପ୍ରତିଦିନ ଶଙ୍ଖ ବାଜିଲେ ବାସ୍ତୁଦୋଷ କଟିଥାଏ ଓ ଆସୁରିକ ଶକ୍ତି ଘରେ ପ୍ରବେଶ କରିପାରେ ନାହିଁ । ଶଙ୍ଖରୁ ନିର୍ଗତ ଓଁକାର ଧ୍ୱନି ଖୁବ ଶକ୍ତିଶାଳୀ। ଏହାକୁ ସୁଖ, ଶାନ୍ତି, ସମୃଦ୍ଧି, ବିଜୟ, ଯଶ, କୀର୍ତ୍ତି ଓ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଏ ।
ତେବେ ଖୁବ କମ ଲୋକ ଜାଣନ୍ତି ଯେ ଗୋଟିଏ କିମ୍ବା ଦୁଇଟି ନୁହେ ବରଂ ଦୁନିଆରେ ଅନେକ ପ୍ରକାରର ଶଙ୍ଖ ରହିଛି। କିନ୍ତୁ ସବୁଠୁ ଭଲ ତଥା ଉନ୍ନତ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ । ଆସନ୍ତୁ ଆଜି ଜାଣିବା ଏହି ଶଙ୍ଖ ବିଷୟରେ …
ପଞ୍ଚଜନ୍ୟ ଶଙ୍ଖ ଏକ ଅତ୍ୟନ୍ତ ପବିତ୍ର ଶଙ୍ଖ । ବିଶ୍ୱାସ ରହିଛି ଯେ ଏହାର ଉତ୍ପତ୍ତି ସମୁଦ୍ର ମନ୍ଥନରୁ ହୋଇଥିଲା । ସମୁଦ୍ର ମନ୍ଥନରୁ ବାହାରିଥିବା ପ୍ରାପ୍ତ ୧୪ ରତ୍ନରୁ ଷଷ୍ଠ ରତ୍ନ ଥିଲା ଶଙ୍ଖ। ପୌରାଣିକ କଥା ଅନୁଯାୟୀ ଥରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୁରୁଙ୍କ ପୁତ୍ରକୁ ଏକ ଦୈତ୍ୟ ଉଠାଇନେଇଥିଲା । ସେହି ଦୈତ୍ୟର ପିଛା କରି ଶ୍ରୀକୃଷ୍ଣ ଦୈତ୍ୟନଗରୀରେ ପହଞ୍ଚିଥିଲେ । ସେଠାରେ ଦେଖିଲେ ଯେ ଅସୁରଟି ଏକ ଶଙ୍ଖ ଭିତରେ ଶୋଇଛି । ସେ ସେହି ଅସୁରର ସଂହାର କରି ଶଙ୍ଖଟିକୁ ନିଜ ପାଖରେ ରଖିଲେ। ଏହାପରେ ଜଣାପଡ଼ିଲା ଯେ ଗୁରୁପୁତ୍ର ଯମପୁରରେ ଅଛି । ଏଣୁ କୃଷ୍ଣ ବି ଯମପୁରକୁ ଗଲେ । ହେଲେ ସେଠାରେ ତାଙ୍କୁ ଯମଦୂତମାନେ ରୋକିଥିଲେ ଓ ପ୍ରବେଶ କରିବାକୁ ଦେଇନଥିଲେ। ଫଳରେ ରାଗିଯାଇ ଭଗବାନ ଶ୍ରୀକୃଷ୍ଣ ସେହି ଶଙ୍ଖ ନାଦ କରିଥିଲେ । ଯାହାର ଶବ୍ଦରେ ପୂରା ଯମପୁର ଦୋହଲିବାକୁ ଲାଗିଲା ।
ଏହାପରେ ସ୍ୱୟଂ ଯମରାଜ ଶ୍ରୀକୃଷ୍ଣଙ୍କୁ ତାଙ୍କ ଗୁରୁପୁତ୍ରଙ୍କ ଆତ୍ମା ଫେରାଇଦେଇଥିଲେ । ଏହାପରେ ସେ ମର୍ତ୍ତ୍ୟପୁରକୁ ଫେରିଥିଲେ ଓ ଗୁରୁଙ୍କୁ ତାଙ୍କ ପୁତ୍ର ସହ ପଞ୍ଚଜନ୍ୟ ଶଙ୍ଖ ପ୍ରଦାନ କଲେ । କିନ୍ତୁ ଗୁରୁ ସେହି ପଞ୍ଚଜନ୍ୟ ଶଙ୍ଖକୁ ପୁଣିଥରେ ଶ୍ରୀକୃଷ୍ଣଙ୍କ ଫେରାଇଦେଲେ ଆଉ କହିଲେ ଏହା କେବଳ ତୁମ ପାଇଁ । ପରେ ଗୁରୁଙ୍କ ଆଜ୍ଞାରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚଜନ୍ୟ ଶଙ୍ଖ ନାଦ କରି ପୁରାତନ ଯୁଗର ସମାପ୍ତି ଓ ନୂତନ ଯୁଗର ଆରମ୍ଭ କରିଥିଲେ । କୁହାଯାଏ ଯେ ଶ୍ରୀକୃଷ୍ଣଙ୍କ ଏହି ଶଙ୍ଖ ଧ୍ୱନି ଦୂର ଦୂରାନ୍ତର ପର୍ଯ୍ୟନ୍ତ ଶୁଭାଯାଏ । ଏହି ଧ୍ୱନି ଶୁଣି ମହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କ ମନରେ ଉତ୍ସାହ, ସାହସର ସଞ୍ଚାର ହେଉଥିବାବେଳେ, କୌରବଙ୍କ ମନରେ କିନ୍ତୁ ଜାଗ୍ରତ ହେଉଥିଲା ଭୟ । ସେମାନଙ୍କ ପାଇଁ ଏହି ଧ୍ୱନି ଥିଲା ସିଂହର ଗର୍ଜନଠୁ ବି ଅଧିକ ଭୟଙ୍କର ।
ଏବେ ବି ଏହି ଶଙ୍ଖ ବଜାରରେ ମିଳୁଛି। କିନ୍ତୁ ଏଗୁଡ଼ିକ ଶ୍ରୀକୃଷ୍ଣଙ୍କ ଶଙ୍ଖ ପରି ଚମତ୍କାରୀ ନୁହେଁ । କୁହାଯାଏ, ମହାଭାରତ ପରେ ଏହି ଶଙ୍ଖକୁ ଶ୍ରୀକୃଷ୍ଣ ରାଜସ୍ଥାନର ପରଶର ଋଷିଙ୍କ ଆଶ୍ରମରେ ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହା ଚୋରି ହୋଇଯାଇଥିବାର କୁହାଯାଏ । ତେବେ ଅନେକେ କୁହନ୍ତି ଯେ ଏହି ଶଙ୍ଖ ଉତ୍ତରାଖଣ୍ଡରେ ଆଦି ବଦ୍ରିପୀଠରେ ଏବେ ବି ସୁରକ୍ଷିତ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top