Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଲୋକାୟୁକ୍ତଙ୍କୁ ମିଳିଛି ୨୮ ନୂଆ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ଏବେ ୮୨ଟି ଦୁର୍ନୀତି ମାମଲା ବିଚାରାଧୀନ ରହିଛି ଓ ଏଥିରୁ ୨୮ଟି ମାମଲା ନୂଆ ଅଭିଯୋଗ ବୋଲି ରାଜ୍ୟ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ ସୂଚନା ଦେଇଛନ୍ତି । ତା’ଛଡ଼ା ଓଡ଼ିଶାକୁ ଦୁର୍ନୀତିମୁକ୍ତ ରାଜ୍ୟରେ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଜନସଚେତନା ଶିବିର ଆୟୋଜନ ସହ ରାଜ୍ୟର ଲୋକାୟୁକ୍ତକୁ ଏକ ‘ମଡେଲ୍ ଲୋକାୟୁକ୍ତ’ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ଚଳିତବର୍ଷ ଫେବୃୟାରୀ ୨୮ତାରିଖରେ ନୂଆ ଲୋକାୟୁକ୍ତ ଗଠନ ହେବାପରେ ଏହା ପ୍ରଥମ ସାମ୍ବାଦିକ ସମ୍ମିଳନୀ ।
ଆଜି ଭୁବନେଶ୍ୱରରେ ଓଡ଼ିଶା ଲୋକୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ସିଂ ଓ ଦୁଇ ସଦସ୍ୟ ଜଷ୍ଟିସ ବିକେ ନାୟକ ଓ ଡଃ ଦେବବ୍ରତ ସ୍ୱାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟରେ ଓଡ଼ିଶା ଲୋକପାଳ ଓ ଲୋକାୟୁକ୍ତ ପ୍ରତିଷ୍ଠାନ ଉଚ୍ଛେଦ ହେବାପରେ ସେଠାରେ ଥିବା ୫୯୨ଟି ମାମଲା ନୂତନ ଲୋକାୟୁକ୍ତ ପ୍ରତିଷ୍ଠାନକୁ ଆସିଥିଲା । ସେଥିରୁ ୬୨ଟି ମାମଲା ଗ୍ରହଣଯୋଗ୍ୟ ହୋଇନଥିବାରୁ ତାକୁ ରଦ୍ଦ କରାଯାଇଥିଲା । ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଥିବା ୫୪ଟି ମାମଲାକୁ ତଦନ୍ତ ପାଇଁ ହାତକୁ ନିଆଯାଇଥିଲା । ୪୭୬ଟି ମାମଲା ବ୍ୟକ୍ତିଗତ ଅଭିଯୋଗ ଆଧାରିତ ଥିବାରୁ ସେଗୁଡ଼ିକୁ ସରକାରଙ୍କ ନିକଟକୁ ସ୍ଥାନାନ୍ତର କରାଯାଇଛି । ନୂତନ ଲୋକାୟୁକ୍ତ ପ୍ରତିଷ୍ଠାନ କାର୍ଯ୍ୟକାରୀ ହେବାପରେ ଆଜିସୁଦ୍ଧା ମୋଟ ୨୮ଟି ନୂଆ ଅଭିଯୋଗ ମିଳିଛି । ଏବେ ସର୍ବମୋଟ ୮୨ଟି ଦୁର୍ନୀତି ମାମଲା ଓଡ଼ିଶା ଲୋକାୟୁକ୍ତଙ୍କ ବିଚାରାଧୀନ ରହିଛି ବୋଲି ସୂଚନା ଦେଇଛନ୍ତି ।
ସେହିପରି ୭ବର୍ଷ ଭିତରେ ଘଟିଥିବା ଦୁର୍ନୀତିର ତଦନ୍ତ ଲୋକାୟୁକ୍ତ କରିପାରିବେ । ତେବେ ଦୁର୍ନୀତି ଅଭିଯୋଗର ୬୦ଦିନ ଭିତରେ ପ୍ରାଥମିକ ଅନୁସନ୍ଧାନ ଓ ୬ମାସ ଭିତରେ ତଦନ୍ତ ସମ୍ପୂର୍ଣ୍ଣ ଶେଷ କରି ତଦନ୍ତକାରୀ ସଂସ୍ଥା ନିଜର ରିପୋର୍ଟ ଲୋକାୟୁକ୍ତଙ୍କୁ ପ୍ରଦାନ କରିବ । ଲୋକାୟୁକ୍ତ ଚାହିଁଲେ ଯେକୌଣସି ସମୟରେ ତଦନ୍ତକାରୀ ଅଧିକାରୀଙ୍କୁ ବଦଳାଇପାରିବେ ।

ଓଡ଼ିଶା ଲୋକାୟୁକ୍ତ ଆଇନ ଅନ୍ତର୍ଗତ ଦୁର୍ନୀତି ସଂକ୍ରାନ୍ତ ଅଭିଯୋଗକୁ ଲୋକାଯୁକ୍ତ ଗ୍ରହଣ କରିପାରିବେ ଯାହାକି ଦୁର୍ନୀତି ନିବାରଣ ଆଇନ-୧୯୮୮ରେ ଦଣ୍ଡନୀୟ ହୋଇଥିବ । ଏପରିକି ସମସ୍ତ ସରକାରୀ କର୍ମଚାରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ଅନ୍ୟ ଲୋକ ପ୍ରତିନିଧିଙ୍କ ବିରୁଦ୍ଧରେ ଅଭିଯୋଗକୁ ଲୋକାୟୁକ୍ତ ଗ୍ରହଣ କରିବେ । ଅଭିଯୋଗ ମିଳିବା ପରେ ତା’ର ଯଥାର୍ଥତାକୁ ଉପଲବ୍ôଧ କରି ଲୋକାୟୁକ୍ତ ନିଜର ତଦନ୍ତାକାରୀ ୱିଙ୍ଗ୍ କିମ୍ବା ଅନ୍ୟ ସଂସ୍ଥା ମାଧ୍ୟମରେ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରିବେ ବୋଲି ସେ କହିଛନ୍ତି ।
ଦୁର୍ନୀତିର ଶିକାର ନହେବା ପାଇଁ ଲୋକାୟୁକ୍ତ ଓଡ଼ିଶାର ଲୋକମାନଙ୍କୁ ଆହ୍ୱାନ କରୁଛନ୍ତି ଓ ସେମାନେ ନିଜର ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ରଖିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନ ବୋଲି ଜଷ୍ଟିସ ସିଂ କହିଛନ୍ତି ।
ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବା ପାଇଁ ଲୋକାୟୁକ୍ତ ରାଜ୍ୟର ଲୋକଙ୍କ ପାଖରେ ପହଞ୍ôଚବାକୁ ପ୍ରୟାସ କରୁଛନ୍ତି । ସମସ୍ତ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ସଚେତନତା ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ପ୍ରଥମେ ଜୁନ୍ ୨୯ ତାରିଖରେ ସମ୍ବଲପୁର ଜିଲ୍ଲାରେ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ଜଷ୍ଟିସ୍ ସିଂ କହିଛନ୍ତି ।
ଲୋକାୟୁକ୍ତ ନିକଟ ଅତୀତରେ ଖବରକାଗଜରେ ପ୍ରକାଶିତ ୨ଟି ଦୁର୍ନୀତି ମାମଲାକୁ ନିଜ ତରଫରୁ ଅଭିଯୋଗ ଭାବେ ସ୍ୱୀକାର କରି ତା’ର ତଦନ୍ତ ନିମନ୍ତେ ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top