ଭୁବନେଶ୍ୱର : ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲୋ-ପ୍ରେସର ରାତି ୧୨ଟା ସୁଦ୍ଧା ଡିପ୍ରେସନ୍ ରୂପ ନେଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଙ୍ଗୋପସାଗରର ଉତ୍ତରପୂର୍ବ ଓ ଉତ୍ତରକେନ୍ଦ୍ରରେ ଏହି ୱେଲମାର୍କଡ୍ ଲୋ-ପ୍ରେସର ଅନୁଭୂତ ହୋଇଛି । ଏହି ଲଘୁଚାପ ଏବେ ବାଲେଶ୍ୱରର ଉପକୂଳରୁ ୭୧୫କିମି ଦୂରରେ ରହିଛି । ପରବର୍ତ୍ତୀ ୬ଘଣ୍ଟାରେ ଏହା ଡିପ୍ ଡିପ୍ରେସନ ରୂପ ନେଇ ଉତ୍ତର-ଉତ୍ତରପୂର୍ବ ଦିଗରେ ମିଆଁମାର ଓ ବାଂଲାଦେଶ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବାବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।


