Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ମୋ’ ବସ୍ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,ବସରେ ଚଢ଼ି ସଚିବାଳୟ ଆସିଲେ

ଭୁବନେଶ୍ୱର(ଓଡବ୍ଲ୍ୟୁ):ବିଶ୍ୱକପ୍ ହକି ମ୍ୟାଚ ପୂର୍ବରୁ ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱରରେ ବସ୍ ଗଡ଼ିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସ୍ମାର୍ଟ ବସ୍ ସେବା‘ମୋ ବସ୍’କୁ ଉଦଘାଟନ କରିଛନ୍ତି।

ଆଜି ସକାଳ ୧୧ଟାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକ ନିକଟରେ ଏହି ବସ୍ ସେବାକୁ ଉଦଘାଟନ କରିବା ସହ ନିଜେ ସେହି ବସରେ ଚଢ଼ି ସଚିବାଳୟ ପର୍ଯ୍ୟନ୍ତ ଆସିଥିଲେ। ମୁଖ୍ୟମନ୍ତ୍ରୀ ଦୀର୍ଘ ୧୯ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ବିନା ସୁରକ୍ଷାରେ ଯାତ୍ରୀବାହୀ ବସରେ ସଚିବାଳୟ ଆସିଥିଲେ। ମୁଖ୍ୟମନ୍ତ୍ରୀ ବସରେ ଆସିବାବେଳେ ଭଡ଼ା ବାବଦରେ ୧୦ଟଙ୍କା ଦେଇଥିଲେ ଓ କଣ୍ଡକ୍ଟର ୮ ଟଙ୍କା ରଖି ୨ଟଙ୍କା ଫେରସ୍ତ କରିଥିବା ଜଣାପଡ଼ିଛି। କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ସଂସ୍ଥା ଦ୍ୱାରା ଏହି ବସ୍ ସେବା ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି।

୨୦୦ଟି ନୂଆ ବସ୍ କିଣାଯାଇ ଥିବାବେଳେ ଅନ୍ୟ ୧୦୦ଟି ବସକୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ କରାଯାଇଛି।ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବସ୍ ଓ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୨୦୦ଟି ବସ୍ ଚାଲିବ।ଏହି ସମସ୍ତ ବସରେ ଅତ୍ୟାଧୁନିକ ଜିପିଏସ୍,ସିସିଟିଭି କ୍ୟାମେରା, ୱାଇଫାଇ, ଅଟୋମେଟିକ ସେନ୍ସର ଓ ଅଡିଓ ଭଏସ ସୁବିଧା ଉପଲବ୍ଧ ରହିଛି।ହକି ମ୍ୟାଚ ପୂର୍ବରୁ ଏହି ସମସ୍ତ ବସ୍ ଚାଲିବ ବୋଲି ଜଣାପଡ଼ିଛି।

ଜିପିଏସ୍ ମାଧ୍ୟମରେ ପରିଚାଳିତ ‘ମୋ ବସ୍’ ସେବାରେ ନିଯୁକ୍ତ କଣ୍ଡକ୍ଟରମାନଙ୍କୁ ଏଣିକି ‘ଗାଇଡ୍’ ଭାବେ ଡକାଯିବ।୫୦ ପ୍ରତିଶତ ମହିଳାଙ୍କୁ ଏସବୁ ବସରେ ‘ଗାଇଡ୍’ ଭାବେ ନିଯୁକ୍ତି ମିିଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।ଏହି ବସ ସେବା ପାଇଁ ଯାତ୍ରୀମାନେ ଅନଲାଇନରେ ସୂଚନା ସହ ଟିକେଟ୍ କାଟିବା ସହ କେଉଁ ସବୁ ରୁଟରେ କେଉଁ ସମୟରେ ବସ ଚାଲିବ ଓ କେଉଁଠି ଷ୍ଟପେଜ୍ କରିବ ତା’ର ମଧ୍ୟ ତଥ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।ଏହି ବସଗୁଡ଼ିକରେ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top