Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ପର୍ଯ୍ୟଟନର ବିକାଶ ପାଇଁ ଗଡ଼ିବ ବିଳାସପୂର୍ଣ୍ଣ ଟ୍ରେନ୍

ଭୁବନେଶ୍ୱର: ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟରେ ବିଳାସପୂର୍ଣ୍ଣ ଟ୍ରେନ୍ ଚଳାଚଳ କରିବ । ‘ ଟ୍ରେନ୍ କୁଇନ୍ ’ନାମରେ ଏହା ବାଲେଶ୍ୱରର ଚାନ୍ଦିପୁର, ଭିତରକନିକା, ଶିମିଳିପାଳ, କୋଣାର୍କ, ପୁରୀ-କୋଣାର୍କ ବେଳାଭୂମି, ବାଲୁଗାଁ, ଚିଲିକା, ଡେବ୍ରିଗଡ଼ ଏବଂ ସମ୍ବଲପୁର ଆଦି ସ୍ଥାନକୁ ଚଳାଚଳ କରିବ । ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ଓ ରେଳବାଇ ବୋର୍ଡର ମିଳିତ ସହଯୋଗରେ ଏହି ପ୍ରସ୍ତାବର ଆର୍ଥିକ, ପ୍ରଶାସନିକ, ବ୍ୟବସାୟିକ ଓ ପରିଚାଳନାଗତ ଦିଗଗୁଡ଼ିକର ସବିଶେଷ ଅନୁଧ୍ୟାନ କରାଯିବ ।
ଆଜି ସଚିବାଳୟ ଠାରେ ରେଳ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ଟ୍ରେନ ଚଳାଚଳ ପ୍ରସ୍ତାବର ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ରେଳ ମନ୍ତ୍ରଣାଳୟର ପ୍ରସ୍ତାବ ଅନୁସାରେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବେ ବୋଲି ଆଜି ବୈଠକରେ ନିଷ୍ପତ୍ତି ହୋଇଛି । ସମ୍ପୃକ୍ତ ମନ୍ତ୍ରଣାଳୟ ଟ୍ରାକ୍ ବିଛାଇବାର କାର୍ଯ୍ୟ କରିବ । ଏହି ବୈଠକରେ ରେଳବାଇ ବୋର୍ଡର ଅତିରିକ୍ତ ସଦସ୍ୟ ସଞ୍ଜୀବ ଗର୍ଗଙ୍କ ସମେତ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପର୍ଯ୍ୟଟନ ସଚିବ ବିଶାଳ କୁମାର ଦେବ, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ରେଳବାଇ ସମନ୍ୱୟ କମିଶନର ମନୋଜ ମିଶ୍ର ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ନୀତିନ୍ ଭାନୁଦାସ ଜାୱଲେଙ୍କ ସମେତ ରେଳବାଇ ବୋର୍ଡ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ଏବେ ଦେଶର ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ବିଳାସପୂର୍ଣ୍ଣ ରେଳ ସ୍ଥାନୀୟ ପର୍ଯ୍ୟଟନରେ ସହାୟକ ହୋଇଛି । ରେଳବାଇ ବୋର୍ଡ ତରଫରୁ ପ୍ୟାଲେସ୍ ଅନ୍ ହ୍ୱିଲ୍ସ, ଡେକାନ୍ ଆଦେଶୀ, ଗୋଲଡେନ୍ ଚାରିଅଟ୍ ଏବଂ ମହାରାଜା ଏକ୍ସପ୍ରେସ୍ ଆଦି ନାମରେ ଟ୍ରେନଗୁଡ଼ିକୁ ନାମିତ କରାଯାଇଛି । ଏହି ଟ୍ରେନଗୁଡ଼ିକରେ ପଂଚତାରକା ହୋଟେଲ୍ ଭଳି ସୁବିଧା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top