Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡିର ମହାନଦୀ ସୁରକ୍ଷା ଜନଜାଗରଣ ଯାତ୍ରା ସପ୍ତମ ଦିନରେ

ଭୁବନେଶ୍ୱର : ବିଜେଡିର ମହାନଦୀ ସୁରକ୍ଷା ଜନଜାଗରଣ ଯାତ୍ରା ଆଜି ସପ୍ତମ ଦିନରେ ପହଞ୍ôଚଛି । ଦଳର ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀର ଦକ୍ଷିଣ ପାଶ୍ୱର୍ରେ ଯାଉଥିବା ଟିମ୍‍ ଖୋର୍ଦ୍ଧା ଟାଉନ୍‍ରୁ ଏକ ବିରାଟ ବାଇକ୍‍ ଶୋଭାଯାତ୍ରାରେ ବାହାରି ରମେଶ୍ୱର ଛକ, ନିରାକାରପୁର ବଜାରରେ ପହଞ୍ôଚବା ପରେ ଏକ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ପରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଙ୍କିଆ ଗଡ଼ସାହିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୧୫ ହଜାରରୁ ଊଦ୍ଧ୍ୱର୍ ଲୋକ ଯୋଗ ଦେଇଥିଲେ । ପରେ ସୁକଳ ଛକରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ସୁକଳ ଛକରୁ ଏକ ବିରାଟ ବାଇକ୍‍ ଶୋଭାଯାତ୍ରାରେ ବ୍ରହ୍ମଗିରି ଅଭିମୁଖେ ବାହାରିଥିଲେ ଜନଜାଗରଣ ଅଭିଯାତ୍ରୀ । ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଖଜୁରିଆ, ସାତପଡ଼ାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ପରେ ସନ୍ଧ୍ୟା ସମୟରେ ବ୍ରହ୍ମଗିରିର ଢାବା ଛକରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରେ ସନ୍ଧ୍ୟା ୬ଟାରେ ପୁରୀ ମଙ୍ଗଳାହାଟ ବ୍ରିଜ୍‍ ଦେଇ ଚନ୍ଦନପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଦକ୍ଷିଣ ପାଶ୍ୱର୍ ଟିମ୍‍ । ଚନ୍ଦନପୁର ଓ ଦାମୋଦରପୁର ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଆଜି ପୁରୀ ଟାଉନ୍‍ରେ ରାତ୍ର ରହଣୀ ପରେ ଆସନ୍ତାକାଲି ପିପିଲି ଦେଇ ନିମାପଡ଼ା ଅଭିମୁଖେ ଏହି ଟିମ୍ ଯାତ୍ରା କରିବ । ସେହିପରି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ମହାନଦୀ ବାମପାଶ୍ୱର୍ ଟିମ୍‍ ଜାରକାରୁ କୁଆଖିଆରେ ପହଞ୍ôଚବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରେ ଯାଜପୁର ଟାଉନ୍‍ରେ ରାଲି ପହଞ୍ôଚ ମା’ ବିରାଜାଙ୍କ ପୀଠରେ ସମୂହ ଦୀପଦାନ ସମାପନ ହୋଇଥିଲା । ଏହି ଦୀପଦାନ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲା । ଯାଜପୁର ଟାଉନ୍‍ରୁ ଜନଜାଗରଣର ବାମପାଶ୍ୱର୍ ଟିମ୍‍ ବରୀ ମାଉଣ୍ଟ ଓ ବାଲିଆରେ ପହଞ୍ôଚଥିଲା । ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ପରେ ବାଲିଚନ୍ଦ୍ରପୁରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରେ ଟିମ୍‍ ମାହାଙ୍ଗା ଅଭିମୁଖେ ଯାତ୍ରାରମ୍ଭ କରିଥିଲା । ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରେ ଏହି ଟିମ୍ ମାହାଙ୍ଗାରୁ ସାଲେପୁର ଅଭିମୁଖେ ଯାଇଥିଲା । ସାଲେପୁରରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top