Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘ଗୋବିନ୍ଦ ସହ ମମିତା ରାୟପୁର ଯାଇ ନ ଥିଲା’

ଭୁବନେଶ୍ବର,(ଓଡ଼ିଶା ୱେୟାର): ମହାଲିଙ୍ଗ ସନସାଇନ ପବ୍ଲିକସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଲେ ମୃତକଙ୍କ ବାପା । କହିଛନ୍ତି, ଗୋବିନ୍ଦ ସହ ମମିତା ରାୟପୁର ଯାଇ ନ ଥିଲା । ଏହି ଘଟଣାକୁ ନେଇ ରାଜନୀତି ନ ହେଉ । କେହି ମମିତାର ଚରିତ୍ର ସଂହାର ନକରନ୍ତୁ । ସେ ଜଣେ ଭଲ ଝିଅ ଥିଲା । ତଦନ୍ତ ସଂପର୍କରେ ଜାଣିବା ପାଇଁ ପୋଲିସ ପାଖକୁ ଯାଇଥିଲି ଓ ପୋଲିସ ତଦନ୍ତରେ ସେ ସନ୍ତୁଷ୍ଟ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ଭରସା ରହିଛି, ଝିଅକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ମମିତାଙ୍କ ବାପା ।
ସୂଚନା ଥାଉକି, ଗତ କିଛି ଦିନ ତଳେ ଜଣାପଡିଥିଲା କି, ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ପରେ ମୃତଦେହକୁ ପୋଡ଼ିବା ପାଇଁ ଟାୟାର ବ୍ୟବହାର ହୋଇଥିଲା। ସେହି ଟାୟାର ମହାଲିଙ୍ଗର ଟାୟାର ଦୋକାନୀ ବିବେକ ଅଗ୍ରୱାଲଙ୍କ ଠାରୁ ଅଣାଯାଇଥିବା ଜଣାପଡିଛି। ଗତ ୮ ତାରିଖରେ ବିବେକଙ୍କୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ ଫୋନ କରି ଟାୟାର ମାଗିଥିଲା । ସେଦିନ ଅପରାହ୍ନରେ ଗୋବିନ୍ଦର ଡ୍ରାଇଭର ରଧେଶ୍ୟାମ ଚଣ୍ଡୀ ତାଙ୍କଠାରୁ ଦୁଇଟି ଟାୟାର ଆଣିଥିବା ୧୬୧ ଷ୍ଟେଟମେଣ୍ଟରେ ବିବେକ ପୋଲିସକୁ କହିଥିଲା ।

ଅନ୍ଯପଟେ, ମମିତା ମର୍ଡର ମିଷ୍ଟ୍ରିର ତଦନ୍ତ ପ୍ରାୟ ସାରିଛି ପୋଲିସ । ମମିତାକୁ ଯୋଜନାବଦ୍ଧ ହତ୍ୟା ଓ ପ୍ରମାଣ ନଷ୍ଟ କରିବାକୁ ସାଙ୍ଘାତିକ ଷଡଯନ୍ତ୍ର ରଚିଥିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଏବେ କଣ୍ଟାବାଞ୍ଜି ସବ୍‌ ଜେଲରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ ସହଯୋଗୀ ରାଧେ ଅଛନ୍ତି । ଜେଲରେ ଦୁଇ ଜଣଙ୍କୁ ପୃଥକ ପୃଥକ କୋଠରୀରେ ରଖାଯାଇଛି । ଅନ୍ୟ ଅଭିଯୁକ୍ତ ରଧେଶ୍ୟାମ ଚଣ୍ଡୀକୁ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣିବ ବଲାଙ୍ଗୀର ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top