Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

ଚାଇନା ଟିକା ସିନୋଭାକ୍ ନେଇ ଇଣ୍ଡୋନେସିଆର ଅନେକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଗୁରୁତର

ନ୍ୟୁୟର୍କ: ମେଡ୍ ଇନ୍ ଚାଇନା କରୋନା ଟିକା ସିନୋଭାକ୍ ନେବା ପରେ ଗୁରୁତର ହୋଇଛନ୍ତି ଇଣ୍ଡୋନେସିଆର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ନିୟୋଜିତ ଥିଲେ। ଏମିତିକି କିଛି ଡାକ୍ତରଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ ସିନୋଭାକ ନେବାର ଡବଲ ଡୋଜ ନେବା ପରେ ଏଯାବତ ୨୦ ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଛି। ଖାଲି ଏତିକି ନୁହେଁ ୫ ମାସ ପୂର୍ବରୁ ଟିକା ନେବା ପରେ ୩୧ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ କେଉଁ କାରଣ ପାଇଁ ମୃତ୍ୟୁ ଘଟିଛି ସେ ନେଇ ଏବେ ଇଣ୍ଡୋନେସିଆ ସରକାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ଆମେରିକାର ଏହି ଅଗ୍ରଣୀ ଖବରକାଗଜର ରିପୋର୍ଟ ଅନୁଯାୟୀ ସିନୋଭାକ୍ ଟିକା ନେବା ପରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଜାଭା ସହରରେ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମଚାରୀ ଭାବରେ କାମ କରୁଥିବା ଡାକ୍ତର ସୁହେଁନ୍ଦ୍ରୋ ସସ୍ତ୍ରୋବିଭୋଓ ରହିଛନ୍ତି। ସେ ଟିକାର ଡବଲ ଡୋଜ ନେଇଥିଲେ କିନ୍ତୁ ଜୁନ୍ ୧୮ରେ ସେ ସଂକ୍ରମିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ଉକ୍ତ ସହରରେ ଟିକା ଉଭୟ ଡୋଜ ନେବା ପରେ ଦୁଇ ନର୍ସ ଏବଂ ବିଶେଷଜ୍ଞଙ୍କର ଚଳିତ ମାସରେ ମୃତ୍ୟୁ ଘଟିଛି। କେବଳ ଇଣ୍ଡୋନେସିଆ ନୁହେଁ ଚାଇନାର ଟିକା ଉପରେ ନିର୍ଭରଶୀଳ ମୋଙ୍ଗୋଲିଆ, ସେଚେଲ୍ସ ଏବଂ ବାହାରିନ ଭଳି ଅନ୍ୟ ଦେଶରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପୁଛି।
ଯଦିଓ ଇଣ୍ଡୋନେସିଆର ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟରେ ଚାଇନାର ଟିକାକରଣର ପ୍ରଭାବ ବିଷୟରେ ଏକ ଅଧ୍ୟୟନ କରାଯାଇଛି, କିନ୍ତୁ ଡେଲଟା ଭାରିଆଣ୍ଟର ପ୍ରଭାବ ବାବଦରେ ଗବେଷଣା କରାଯାଇ ନାହିଁ। ଭାରତରେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ ଏବେ ୭୦ରୁ ଅଧିକ ଦେଶକୁ ବ୍ୟାପିଛି।
ଜାଭାସ୍ଥିତ ଏକ ସହରରେ ଦୁଇ ସପ୍ତାହ ତଳେ ୩୫୮ ସ୍ୱାସ୍ଥ୍ୟ କର୍ମୀ ସିନୋଭାକର ଡବଲ ଡୋଜ୍ ନେଇଛନ୍ତି। ଏହାପରେ ସେମାନେ କୋଭିଡରେ ସଂକ୍ରମିତ ହୋଇଛନ୍ତି। ଯଦିଓ ଜାନୁଆରୀରୁ ଟିକାକରଣ ଅଭିଯାନ ଇଣ୍ଡୋନେସିଆରେ ଆରମ୍ଭ ହୋଇଛି ହେଲେ ଏଯାବତ ମୋଟ୍ ଜନସଂଖ୍ୟାର ୫ ପ୍ରତିଶତ ଟିକା ନେଇଛନ୍ତି। ମୋଟ୍ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଚାଇନାର ସିନୋଭାକ୍ ଟିକା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top