Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୨ କବାଡ଼ି ଖେଳାଳିଙ୍କ ସ୍ୱପ୍ନ ଚୁରମାର କରିଦେଲା ମହାମାରୀ କରୋନା

ଭୁବନେଶ୍ୱର, (ଓଡ଼ିଶା ୱେୟାର):
ମହାମାରୀ କରୋନା ବଦଳାଇଦେଲା ଦୁଇ କବାଡି ଖେଳାଳି ଚିତ୍ର ଓ ଚରିତ୍ର। ସେମାନଙ୍କ ଭିତରୁ ଜଣକୁ ଡେଲିଭରୀ ବୟ ବନାଇ ଦେଇଥିବା ବେଳେ ଆଉ ଜଣକୁ ଚାଷୀ କରିଦେଇଛି। ଏବେ ସେମାନେ ଖେଳ ଛାଡ଼ି ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ। ମଇଦାନରେ ପ୍ରତିପକ୍ଷକୁ ମାତ ଦେଲା ଭଳି ଭାଗ୍ୟ ସହିତ ଲଢ଼ୁଛନ୍ତି କବାଡି ଖେଳାଳି କେ. ମାଧବ ରାଓ ଓ ସୁଜିତ ସଏ।
କବାଡ଼ି ଖେଳାଳୀ କେ.ମାଧବ ରାଓ। କଟକ ସାମନ୍ତସାହିରେ ଘର ଭଡ଼ା ନେଇ ମାଆଙ୍କ ସହିତ ରୁହଛନ୍ତି। ପିଲା ବେଳୁ କବାଡ଼ିକୁ କ୍ୟାରିୟର ଭାବେ ଗ୍ରହଣ କରିଥିଲେ। ଦୀର୍ଘ ୧୫ ବର୍ଷ ଧରି ସେ ହାଇଦ୍ରାବାଦ, ଗୁଜୁରାଟ, ରାଜସ୍ଥାନରେ ହୋଇଥିବା ଏକାଧିକ ଜାତୀୟ ସ୍ତରର କବାଡ଼ି ଚାମ୍ପିଅନ୍ସିପ୍ରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ଏଥିପାଇଁ ଓଡ଼ିଶାକୁ ଆଣିଥିଲେ ଗୌରବ।
ମହାମାରୀ କରୋନା ପାଇଁ ସବୁ ଓଲଟପାଲଟ କରିଦେଲା। ଖେଳକୁଦ ବନ୍ଦ ହୋଇଗଲା। ଆଉ ବଦଳିଗଲା ଜୀବନ କେ. ମାଧବଙ୍କ ଚିତ୍ର। ଦିନେ ଯିଏ ଜାତୀୟସ୍ତରର କବାଡ଼ି ଖେଳି ପ୍ରତିପକ୍ଷ ଖେଳାଳିଙ୍କୁ ମାତ୍ ଦେଉଥିଲେ, ସିଏ ଆଜି ସୁଇଗ୍ ବୟ। ପେଟ ପାଇଁ ଖେଳରେ ତାଲା ପକାଇ ଦାନା ଯୋଗାଡ଼ରେ ଲାଗିଛନ୍ତି। ମନରେ ଦୁଃଖ ଅଛି, ପେଟରେ ଭୋକ ମଧ୍ୟ ଅଛି। ସେଥିପାଇଁ ଜୀଇଁବାକୁ ଜୀବନ ଯୋର୍ଦ୍ଧରେ କେ. ମାଧବ ରାଓ କରୁଛନ୍ତି ସଂଘର୍ଷ।
କେ.ମାଧବଙ୍କ ଭଳି ଅଉ ଜଣେ କବାଡି ଖେଳାଳି ହେଉଛନ୍ତି ସୁନ୍ଦରଗଡ଼ ଡାଇଜିରା ଗାଁର ସୁଜିତ ସଏ। ପିଲାଟି ବେଳୁ କବାଡ଼ି ପ୍ରତି ଅହେତୁକ ଦୁର୍ବଳ ଥିବାରୁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ସ୍ୱୀକୃତି। ଦିନେ ବଣର ମଲ୍ଲି ସାଜିଥିବା ଏହି ପ୍ରତିଭା ଜାତୀୟ ସ୍ତରରେ ପାଞ୍ଚ ପାଞ୍ଚ ଥର କବାଡ଼ି ଖେଳି ମୈଦାନକୁ କମ୍ପାଇଥିଲେ। କରୋନା କାଳରେ ବଦଳିଗଲା ତାଙ୍କ ପରିଚୟ।
ଜାତୀୟ ସ୍ତରର କବାଡ଼ି ଖେଳାଳି ବନିଯାଇଛନ୍ତି ଚାଷୀ। ୨୦ ବର୍ଷ ବୟସର ଏହି ଯୁବ ଖେଳାଳି ଜମିରେ ଏବେ ହଳ କରୁଛନ୍ତି। ଘାସ ବାଛୁଛନ୍ତି, ଧାନ ବୁଣୁଛନ୍ତି। ଚାଷବାସ ଏବେ ତାଙ୍କର ବେଉଷା ପାଲଟିଗଲାଣି। କେବେ ଅନ୍ୟ ଜମିରେ ମୂଲ ଲାଗି ତ ଆଉ କେବେ ନିଜ କ୍ଷେତରେ ଚାଷବାସ କରି ପେଟ ପୋଷୁଛନ୍ତି ସୁଜିତ। ତେଣୁ ସରକାର କିମ୍ବା ଘରୋଇ ସଂସ୍ଥା ପକ୍ଷରୁ କିଛି ପ୍ରୋତ୍ସାହନ କିମ୍ବା ସହାୟତା ମିଳିଲେ ସେ ଆଗକୁ ବଢ଼ିପାରନ୍ତେ ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top