Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଯନ୍ତ୍ରୀଙ୍କ ପାଇପ ଲାଇନରୁ ବାହାରିଲା ଲକ୍ଷାଧିକ ଟଙ୍କା

କର୍ଣ୍ଣାଟକ : ଯେଉଁଠି ଦେଖିବେ ଦୁର୍ନୀତି । ସତେ ଯେପର ଦୁର୍ନୀତି ଲୋକଙ୍କ ରକ୍ତରେ ମିଶି ଗଲାଣି । ପ୍ରତିଦିନ ଅଫିସରଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା । ତାହା ପୁଣି କାହାର ପାଇଖାନା ଟାଙ୍କିରୁ ତ କାହାର

ପାଣି ପାଇପରୁ । ଦୁର୍ନୀତି ନିବାରଣ ଅଫିସରଙ୍କ ଦ୍ୱାରା ଜବତ ହେଉଛି ଏହି ସବୁ ଟଙ୍କା । ନିକଟରେ ଆଣ୍ଟି କରପସନ୍ ବ୍ୟୁରୋ କର୍ଣ୍ଣାଟକର ଜଣେ ଚଡଊ ଜୁନିଅର ଇଂଜିନିୟରଙ୍କ ଘରୁ ଜବତ କରିଛନ୍ତି ପୁଳା ପୁଳା ଟଙ୍କା । ଉକ୍ତ ଇଂଜିନିୟଙ୍କ ନାମ ହେଉଛି ଶାନ୍ତା ଗୌଡ଼ା । ଘର କର୍ଣ୍ଣାଟକର କାଲବର୍ଗରେ ।

ମଜାକଥା ହେଉଛି ଏହି ସବୁ ଟଙ୍କା ଉକ୍ତ ଇଂଜିନିୟରଙ୍କ କାଲବର୍ଗ ଘରେ ଥିବା ଏକ ପାଣି ପାଇପରୁ ବାହାର କରାଯାଇଛି । ଦୁର୍ନୀତି ନିବାରଣ ବ୍ୟୁରୋର ଅଫିସରମାନେ ଉକ୍ତ ଇଂଜିନିୟରଙ୍କ ଘରେ ଥିବା ଏକ ପାଣି ପାଇପକୁ କାଟି ଏହି ଟଙ୍କା ସବୁ ବାହାର କରିଛନ୍ତି । ଭିଡ଼ିଓରେ ଦେଖାଯାଇଛି ଯେ ଦୁର୍ନୀତି ନିବାରଣ ବିଭାଗର ଅଫିସରମାନେ ଉକ୍ତ ଇଂଜିନିୟରଙ୍କ ଘର ପାଇପକୁ ଆରି ସାହାଯ୍ୟରେ କାଟିଛନ୍ତି । ଉପର ଭାଗରୁ ଜଣେ ଏକ ବାଡ଼ି ସାହାଯ୍ୟରେ ପାଇପ ଭିତରୁ ଠେଲୁଥିବା ବେଳେ ତଳେ ଅନ୍ୟ ଜଣେ ଅଫିସର ଏକ ବାଲଟିରେ ଉକ୍ତ ଟଙ୍କାଗୁଡ଼ିକୁ ଭରୁଛନ୍ତି ।

ପାଇପରୁ ଖାଲି ୫୦୦ ଟଙ୍କିଆ ନୋଟଗୁଡ଼ିକ ବାହାରୁଛି । ଭିଡ଼ିଓଟି ଭାଇରାଲ ହେବା ପରେ ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ‘ମୋତେ ୪ ବାଲଟି ଟଙ୍କା ଦିଅ ’ ବୋଲି କହିଥିବା ବେଳେ ଅନ୍ୟ ଜଣେ ୟୁଜର ସବୁଆଡେ ଦୁର୍ନୀତିର ଚେର ଲମ୍ବିଛି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହି ଭିଡ଼ିଓଟି ୧୦୫ ଥର ରିଟ୍ଵିଟି ହୋଇଥବା ବେଳେ ୩୪୬ ଲାଇକ୍ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top