Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

କେନ୍ଦ୍ର ବଜେଟ୍ : ଚାଷୀଙ୍କୁ ବାର୍ଷିକ ୬ହଜାର, ଶ୍ରମିକଙ୍କୁ ୩ହଜାର ପେନସନ୍

ନୂଆଦିଲ୍ଲୀ(ଓଡ଼ିଶା ୱେୟାର): କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯-୨୦ ମସିହାର ଅନ୍ତରୀଣ ବଜେଟ୍ ଆଗତ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଆଗତ କରିଥିବା ବଜେଟରେ ଚାଷୀଙ୍କୁ ବାର୍ଷିକ ୬ହଜାର ଟଙ୍କା, ଶ୍ରମିକଙ୍କୁ ମାସିକ ୩ହଜାର ଟଙ୍କା ଓ ଆୟକର ଛାଡ଼ ପରିମାଣକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଚାଷୀ, ମଧ୍ୟବିତ୍ତ ଓ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଖୁସି କରିବା ପାଇଁ ମୋଦି ସରକାର ଯଥାସମ୍ଭବ ଚେଷ୍ଟା କରିଛନ୍ତି। ବିଶେଷ କରି ଚାଷୀ ଓ ମଧ୍ୟବିତ୍ତଙ୍କ ପାଇଁ ମୋଦି ସରକାର ଘୋଷଣା କରିଥିବା ରିହାତି, ଆସନ୍ତା ନିର୍ବାଚନରେ ଏକ ଗେମ୍ ଚେଞ୍ଜର୍ ହେବ ବୋଲି କୁହାଯାଉଛି।

୧: ଯେଉଁ ବ୍ୟକ୍ତିମାନଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ରହିଥିବ, ସେମାନଙ୍କୁ କୌଣସି ପ୍ରକାରର ଟିକସ୍ ଦେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ୩ କୋଟି ଟିକସ ଦାତା ଲାଭବାନ ହେବେ। ପୂର୍ବରୁ ଆୟକର ଛାଡ଼ ସୀମା ୨.୫ ଲକ୍ଷ ରହିଥିଲା।ସେହିପରି ବାର୍ଷିକ ମୋଟ ୬.୫ ଲକ୍ଷ ଆୟ କରୁଥିବା ବ୍ୟକ୍ତିମାନେ ଯଦି ବୀମା କିମ୍ବା କୌଣସି ମ୍ୟୁଚୁଆଲ ଫଣ୍ଡ ଇତ୍ୟାଦିରେ କୌଣସି ନିବେଶ କରିଥିବେ, ତା’ହେଲେ ସେମାନଙ୍କୁ ଟିକସ ଛାଡ଼ କରାଯିବ।
୨: ଆସନ୍ତା ୨ ବର୍ଷ ମଧ୍ୟରେ ରିଟର୍ଣ୍ଣ ଫାଇଲ ପାଇଁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ନାହିଁ। ଡିଜିଟାଲ୍ ସେବା ମାଧ୍ୟମରେ ରିଟର୍ଣ୍ଣ ଫାଇଲର ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଲାଗୁ ହେବ। ପ୍ରତ୍ୟକ୍ଷ ଟିକସ ପରିମାଣ ୨୦୧୨-୧୪ରେ ୬.୩୮ ଲକ୍ଷ କୋଟି ଥିବା ବେଳେ ଏବେ ଏହା ୧୨ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସମସ୍ତ ଆୟକର ରିଫଣ୍ଡ ପ୍ରକ୍ରିୟା ୨୪ ଘଣ୍ଟା ମଧ୍ୟରେ ଶେଷ ହେବ।
୩: ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନା ଅଧୀନରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଟଙ୍କା କେନ୍ଦ୍ର ସରକାର ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବେ। ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏ ଦିଆଯିବ। ଏଥିରେ ପ୍ରାୟ ୧୨ କୋଟି ଚାଷୀ ଉପକୃତ ହେବେ। ଏହି ଯୋଜନା ଡିସେମ୍ବର ୧ ତାରିଖ ୨୦୧୮ରୁ ପିଛିଲା ଭାବେ ଲାଗୁ ହେବ। ଯେଉଁମାନଙ୍କ ପାଖରେ ୫ ଏକରରୁ କମ ଜମି ଥିବ, ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ।
୪: ଦୁଇ ବର୍ଷରେ ୨ କୋଟି ଇପିଏଫ୍ଓ ଆକାଉଣ୍ଟଧାରୀ ଆସିଛନ୍ତି। ଗ୍ରାଚ୍ୟୁଇଟି ପରିମାଣ ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ୧୦ରୁ ଅଧିକ କର୍ମଚାରୀ କାମ କରୁଥିବା କମ୍ପାନୀରେ ଜଣେ ବ୍ୟକ୍ତି ୫ ବର୍ଷରୁ ଅଧିକ କାମ କଲେ ଏଭଳି ଗ୍ରାଚ୍ୟୁଇଟି ମିଳିଥାଏ।
୫: ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ପେନସନ ଯୋଜନା ଲାଗୁ କରାଯାଇଛି। ଯେଉଁମାନଙ୍କର ମାସିକ ଆୟ ୧୫ ହଜାର ଟଙ୍କା ବା ତା’ଠାରୁ କମ୍ ଥିବ ସେମାନଙ୍କୁ ୬୦ ବର୍ଷ ହେବା ପରେ ୩ ହଜାର ଟଙ୍କା ଲେଖାଏ ମାସିକ ପେନସନ୍ ମିଳିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top