Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଡଙ୍ଗା ବୁଡ଼ି ୫୦ରୁ ଅଧିକ ନିଖୋଜ: ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଜୋରହାଟ: ବ୍ରହ୍ମପୁତ୍ର ନଦୀରେ ଗତ ବୁଧବାର ଘଟିଥିବା ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ଗତ ବୁଧବାର ଜୋରହାଟ ଜିଲ୍ଲାର ବ୍ରହ୍ମପୁତ୍ର ନଦୀର ନିମତି ଘାଟରେ ଏକ ସରକାରୀ ଡଙ୍ଗା ସହିତ ଧକ୍କା ହେବା ଫଳରେ ଏକ ବେସରକାରୀ ଡଙ୍ଗା ନଦୀରେ ବୁଡି ଯାଇଥିଲେ । ପରବର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି। ତେବେ ଏହି ଦୁର୍ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧିକ ମାମଲା ରୁଜୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ତେବେ ଘଟଣାର ଅନୁଧ୍ଯାନ କରିବା ପରେ ମୁଖ୍ଯମନ୍ତ୍ରୀ ବିଶ୍ବଶର୍ମା କହିଛନ୍ତି କି ଖାମଖିଆଲି ନୌଚାଳନା କାରଣରୁ ଏହି ଦୁର୍ଘଟଣା ଘଟିଛି। ଏହି ମାମଲାରେ ମୁଁ ଜୋରହାଟ ଥାନା ଅଧିକାରୀଙ୍କୁ ଆପରାଧିକ ମାମଲା ରୁଜୁ କରି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ଆଜି ସନ୍ଧ୍ୟା ସୁଦ୍ଧା ଦୁର୍ଘଟଣାର ସଠିକ କାରଣ ପାଇଁ କମିଟି ତଦନ୍ତ ଆରମ୍ଭ କରିବ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବ୍ରହ୍ମପୁତ୍ରର ଦକ୍ଷିଣ କୂଳରେ ଥିବା ଜୋରହାଟର ନିମାଟି ଘାଟରୁ ବିଶ୍ୱର ବୃହତ୍ତମ ନଦୀ ଦ୍ୱୀପ ମଜୁଲି ମଧ୍ୟରେ ଏକକ ଇଞ୍ଜିନ ସହିତ ୧୦ଟି ଘରୋଇ ମେସିନ୍ ଡଙ୍ଗା ଅଛି।

ଏହା ସହିତ ମୁଖ୍ୟମନ୍ତ୍ରୀ ସମସ୍ତ ସିଙ୍ଗଲ ଇଞ୍ଜିନ ଡଙ୍ଗା ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସିଏମ୍ କହିଛନ୍ତି ଯେ ସେହି ଇଞ୍ଜିନ୍ ସାମୁଦ୍ରିକ ଇଞ୍ଜିନ ନୁହେଁ। ଯଦିଓ, ଯଦି କୌଣସି ମାଲିକ ସେମାନଙ୍କୁ ସାମୁଦ୍ରିକ ଇଞ୍ଜିନରେ ପରିଣତ କରିବାକୁ ଚାହାଁନ୍ତି, ତେବେ ଆମେ ସେମାନଙ୍କୁ ସହାୟତା ଏବଂ ସବସିଡି ଦେବୁ । ଶର୍ମା କହିଛନ୍ତି ଯେ ସାମୁଦ୍ରିକ ଇଞ୍ଜିନର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା। ଏହାର ସ୍ଥାପନ ପାଇଁ ଆବେଦନ କରିବା ପରେ ତୁରନ୍ତ ସରକାର ଏହାକୁ ଡଙ୍ଗା ମାଲିକମାନଙ୍କୁ ଯୋଗାଇଦେବେ।

ସୂଚନାଯୋଗ୍ୟ ଆସାମର ବ୍ରହ୍ମପୁତ୍ରରେ ଦୁଇଯାତ୍ରୀବାହୀ ଡ଼ଙ୍ଗା ମୁହାଁମୁହିଁ ଧକ୍କା । ଏବେ ସୁଦ୍ଧା ୫୦ରୁ ଅଧିକ ନିଖୋଜ । ମାଜୁଲି ଦ୍ବୀପରୁ ଜୋରାହଟ ଯାଉଥିବା ବେଳେ ନିମତିଘାଟଠାରେ ଦୁର୍ଘଟଣା ଗ୍ରସ୍ତ । ନଦୀ ମଝିରେ ଧକ୍କା ଲାଗି ଦୁଇ ଡଙ୍ଗା ବୁଡି ଯାଇଥିବା ନେଇ ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଏସ୍ଡ଼ିଆରଏଫ ଟିମ ନିୟୋଜିତ | ଦୁଇ ଡ଼ଙ୍ଗାରେ ୧୨୦ରୁ ଅଧିକ ଯାତ୍ରୀ ଥିବା ନେଇ ସୂଚନା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top