Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ନବୀନ ଖେଳିଲେ ମହିଳା କାର୍ଡ, ୩୩% ସଂରକ୍ଷଣ ପାଇଁ ସଂକଳ୍ପ ଗୃହୀତ

ଭୁବନେଶ୍ୱର(ଓଡବ୍ଲ୍ୟୁ): ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଏକ ମାଷ୍ଟରଷ୍ଟ୍ରୋକ୍ ମାରିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପ୍ରତ୍ୟାଶିତ ଢଙ୍ଗରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାର ଏକ ସଂକଳ୍ପ ପ୍ରସ୍ତାବ ବିଧାନସଭାରେ ଆଗତ କରିଛନ୍ତି । ଯାହା ବାଚନିକ ଭୋଟରେ ଗୃହୀତ ହୋଇଛି ।ଦେଶରେ ଏଭଳି ସଂକଳ୍ପ ଆଣିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ।

ସଂକଳ୍ପ ଆଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହାଦ୍ବାରା ମହିଳା ସଶକ୍ତୀକରଣ ହୋଇପାରିବ। ମହିଳାମାନେ ହେଉଛନ୍ତି ଜନସଂଖ୍ୟାର ଅଧା। ରାଜ୍ୟ ଓ ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ଅନୁଷ୍ଠାନରେ ରହି ଯଦି ସେମାନଙ୍କୁ ନିଷ୍ପତ୍ତି ନେବାର ଅଧିକାର ମିଳିବ, ତାହାହେଲେ ନୂତନ ଓଡ଼ିଶା ଦ୍ରୁତ ଗତିରେ ଆଗେଇ ପାରିବ। ଏଥିପାଇଁ ଓଡ଼ିଶା ସଂକଳ୍ପ ନେଉ। ସାରା ଦେଶକୁ ଦେଖାଉ ଯେ ଏଠାରେ ମହିଳା ବାସ୍ତବରେ ସଶକ୍ତ ଏବଂ ଜାତି ନିର୍ମାଣରେ ସେମାନଙ୍କର ଭୂମିକା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା କୋୟା ସଂପ୍ରଦାୟର ମମତା ପଡ଼ିଆମୀ ଓ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରାର ଜୟନ୍ତୀ ଏକ୍କାଙ୍କୁ ମନେ ପକାଇଥିଲେ।ମମତାଙ୍କ ଦ୍ବାରା ଅନୁପ୍ରେରିତ ହୋଇ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଚିକିତ୍ସା ସେବା ନିମନ୍ତେ ଆର୍ଥିକ ସୀମା ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ଜୟନ୍ତୀ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ବେ ମେକ୍‌ ଇନ୍‌ ଓଡ଼ିଶାରେ ଯେପରି ବକ୍ତବ୍ୟ ଦେଇଥିଲେ ତାହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା।ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଏକ ଐତିହାସିକ ପ୍ରସ୍ତାବ ଦର୍ଶାଇ ସେମାନଙ୍କ ସଶକ୍ତୀକରଣ ତାଙ୍କ ହୃଦୟର ନିକଟତର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।ମହିଳାଙ୍କ ପାଇଁ ପଞ୍ଚାୟତିରାଜ ଓ ପୌର ପରିଷଦରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସେ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ସରକାର ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି।ଏହି ପରିପ୍ରେକ୍ଷୀରେ ଏହି ସଂକଳ୍ପକୁ ଗୃହର ସଭ୍ୟମାନେ ସର୍ବସମ୍ମତକ୍ରମେ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ସରକାରଙ୍କୁ ସମାଲୋଚନା କରି କହିଥିଲେ, ଆଗକୁ ନିର୍ବାଚନ ଅଛି। ଏହାକୁ ଆଖି ଆଗରେ ରଖି ଏଭଳି ସଂକଳ୍ପ ଅଣାଯାଇଛି। ରାଜ୍ୟରେ ମହିଳାଙ୍କୁ ଦୁଷ୍କର୍ମ ବଢ଼ୁଛି। ମାଆଙ୍କୁ ସମ୍ମାନ ଦେବାରେ ସରକାର ବିଫଳ। କଂଗ୍ରେସ ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇଆସିଛି।ମୁଖ୍ୟମନ୍ତ୍ରୀ ପ୍ରଥମେ ଘୋଷଣା କରନ୍ତୁ ଯେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍‌‌ ଦେବ। ଏହା ରାଜନୈତିକ ଚାଲ୍‌। ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ କହିଲେ ଯେ ଲୋକଙ୍କୁ ବୋକା ବନାଇବା ପାଇଁ ଏଭଳି ସଂକଳ୍ପ ଅଣାଯାଇଛି। ମୋଦୀ ସରକାର ମହିଳା ବିଲ୍‌ ଆଣିଛନ୍ତି। ତାହା ରାଜ୍ୟସଭାରେ ଅଟକିଛି। ସରକାର ବହୁ ବିଳମ୍ବରେ ଏଭଳି ସଂକଳ୍ପ ଆଣିଥିଲେ ବି ବିଜେପି ଏହାକୁ ସମର୍ଥନ କରୁଛି ବୋଲି ସେ କହିଥିଲେ।

ଆଲୋଚନାରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ପଦ୍ମନାଭ ବେହେରା, ବେଦପ୍ରକାଶ ଅଗ୍ରୱାଲା, ରାସେଶ୍ବରୀ ପାଣିଗ୍ରାହୀ, ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ମହେଶ ସାହୁ, ପ୍ରଦୀପ ପୁରୋହିତ, ରବି ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top