Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଟେଷ୍ଟ ସିରିଜି ଜିତିଲା ଭାରତ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ରହିଥିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଛି ଟିମ୍‌ ଇଣ୍ଡିଆ। ଆଜି ଚତୁର୍ଥ ଦିନ ଖେଳରେ ୫ଟି ଓ୍ଵିକେଟ ନେଇଥିଲା ଟିମ୍‌ ଇଣ୍ଡିଆ। ତୃତୀୟ ଦିନ ଖେଳ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ ହରାଇ ୧୪୦ ରନ୍‌ କରିଥିଲା। ରବିଚନ୍ଦ୍ରନ ଅଶ୍ୱିନ ଏବଂ ଅକ୍ଷର ପଟେଲ ତୃତୀୟ ଦିନରେ ୩ଟି ଓ ୨ଟି ଓ୍ଵିକେଟ ନେଇଥିଲେ।

ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡ ଆଗରେ ୫୪୦ରନର ଟାର୍ଗେଟ ରଖିଲା ଟିମ୍‌ ଇଣ୍ଡିଆ। ୱାଙ୍ଖଡେ ଟେଷ୍ଟରେ ତୃତୀୟ ଦିନରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ପାଳିରେ ୭ ୱିକେଟରେ ୨୭୬ ରନ କରି ପାଳି ଘୋଷଣା କରିଥିଲା। ପ୍ରଥମ ଇନିଂସରେ ୧୦ ଓ୍ଵିକେଟ ହରାଇ ଟିମ୍‌ ଇଣ୍ଡିଆ ୩୨୫ ରନ୍‌ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ମାତ୍ର ୬୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ସେହିପରି ଗତକାଲି ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଥିଲା ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସ ୩୨୫, ଦ୍ୱିତୀୟ ଇନିଂସ ୨୭୬ରେ ଘୋଷଣା କରିଥିବା ବେଳେ ନ୍ୟୁଜିଲାଣ୍ଡ ଟିମ୍‌ ପ୍ରଥମ ଇନିଂସରେ ୬୨ ରନ୍‌ କରି ଅଲଆଉଟ ହୋଇଥିଲା।

ନ୍ୟୁଜିଲାଣ୍ଡ ଟିମ୍‌ ମାତ୍ର ୧୬୭ ରନ କରି ଅଲଆଉଟ ହେବା ଫଳରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିବା ସହିତ ସିରିଜ ମଧ୍ୟ ଜିତିଛି। ଭାରତ ପ୍ରଥମ ଇନିଂସରେ ୩୨୫ ଏବଂ ଦ୍ୱିତୀୟ ଇନିଂସରେ ୭ ଓ୍ଵିକେଟ ହରାଇ ୨୭୬ ରନ୍‌ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୬୨ ଏବଂ ଦ୍ୱିତୀୟ ଇନିଂସରେ ୧୬୭ ରନ୍‌ କରି ଅଲଆଉଟ୍‌ ହୋଇଛି। ତେଣୁ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଛି।

ଟିମ୍‌ ଇଣ୍ଡିଆଙ୍କ ବୋଲର ଆଗରେ ନ୍ୟୁଜିଲାଣ୍ଡ ଟିମର ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ। ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ଅଶ୍ୱିନ ୪ଟି ଓ ଜୟନ୍ତ ଯାଦବ ୪ଟି ଓ୍ଵିକେଟ ନେଇଛନ୍ତି। ସେହିପରି ଅକ୍ଷୟ ପଟେଲ ମଧ୍ୟ ଗୋଟିଏ ଓ୍ଵିକେଟ ନେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top