Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ନିର୍ବାଚନରେ ନୂଆ ମୁହଁକୁ ଗୁରୁତ୍ୱ ଦେବ କଂଗ୍ରେସ

ଭୁବନେଶ୍ୱର : ୨ଦିନ ଧରି ବିଚାରବିମର୍ଶ ଓ ସାଂଗଠନିକ ପ୍ରକ୍ରିୟାରେ ସୁଧାର କରିବା ପରେ ରାଜ୍ୟ କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନରେ ନୂଆ ମୁହଁକୁ ଗୁରୁତ୍ୱ ଦେବ। ଯେଉଁ ନେତାମାନେ ଗତ ସାଧାରଣ ନିର୍ବାଚନରେ ନିଜର ଜମାନତ ରଖିବାରେ ସକ୍ଷମ ହୋଇନଥିଲେ ସେମାନଙ୍କୁ ଏଥର ଟିକେଟ୍ ମିଳିବ ନାହିଁ। ବିଶେଷକରି ବରିଷ୍ଠ ଓ ପୁରୁଖା ନେତାଙ୍କ ନିର୍ବାଚନ ଲଢ଼ିବା ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଆଉ ଏଥର ବିଧାୟକ ହୋଇଥିବା ସମସ୍ତ ୧୫ଜଣ ନେତାଙ୍କୁ ପୁଣିଥରେ ପ୍ରାର୍ଥୀ କରାଯିବ । ଅପରାଧରେ ଦୋଷୀ ସାବ୍ୟସ୍ତ ନେତାଙ୍କୁ ଟିକେଟ୍ ମିଳିବ ନାହିଁ।
ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ ପରେ ଦଳ ଭିତରେ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ଏଭଳି ମାପଦଣ୍ଡ ପ୍ରସ୍ତୁତ ହୋଇଛି। ଏ ସମ୍ପର୍କରେ ଦଳର କାର୍ଯ୍ୟକାରୀ ଉପସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, ଯଦି କୌଣସି ନିର୍ବାଚନମଣ୍ଡଳୀରେ ସେଭଳି ଯୋଗ୍ୟ ପ୍ରାର୍ଥୀ ନଥିବେ ତା’ହେଲେ ପରାଜିତ ପ୍ରାର୍ଥୀଙ୍କୁ ପୁଣିଥରେ ଟିକେଟ୍ ମିଳିବାର ସମ୍ଭାବନା ରହିଛି। ତେବେ ସେଭଳି କ୍ଷେତ୍ରରେ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ଗୁରୁତ୍ୱ ଦିଆଯିବ । ଅପରପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଗୋଟିଏ ପରିବାରରୁ ଦୁଇଜଣଙ୍କୁ ଟିକେଟ୍ ଦେବାରେ କୌଣସି ସମସ୍ୟା ନାହିଁ । ଯେଉଁମାନେ ରାଜନୀତିରେ ଅଛନ୍ତି ଓ ନିଜର ସମୟ ଦେଉଛନ୍ତି ସେମାନଙ୍କୁ କିଭଳି ଅଣଦେଖା କରାଯିବ । ମାତ୍ର ଯେଉଁମାନେ ପରାଜିତ ହୋଇଛନ୍ତି ସେମାନଙ୍କୁ ଏଥର ଟିକେଟ୍ ମିଳିବ ନାହିଁ।
ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ସେ ଆଜି ଦଳର କିଛି ନେତାଙ୍କ ସହ ଏକୁଟିଆ ବୈଠକ କରିଛନ୍ତି । ଯେଉଁମାନେ କମ୍ ଭୋଟ୍ ବ୍ୟବଧାନରେ ଗତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ସେଭଳି କିଛି ନେତାଙ୍କ ସହ ସେ ସାଂଗଠନିକ ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ନେତାମାନଙ୍କ ମଧ୍ୟରେ ଶରତ ରାଉତ, ସୁରେଶ ରାଉତରାୟ, ସାଧୁ ନେପାକ, ସନ୍ତୋଷ ସିଂ ସାଲୁଜା, କେ.ସୂର୍ଯ୍ୟାରାଓ, ତିରୁପତି ପାଣିଗ୍ରାହୀ ସାମିଲ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top