Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦାୟିତ୍ୱ ନେଲେ ନୂଆ ପୋଲିସ ଡିଜି ସୁନୀଲ କୁମାର ବଂଶଲ

କଟକ(ଓଡ଼ିଶା ୱେୟାର) : ଦାୟିତ୍ୱ ନେଲେ ଓଡ଼ିଶାର ନୂଆ ପୋଲିସ ଡିଜି ସୁନୀଲ କୁମାର ବଂଶଲ । କଟକ ସ୍ଥିତ ପୋଲିସ ମୁଖ୍ଯାଳୟରେ ବିଦାୟୀ ଡିଜିପି ଅଭୟଙ୍କଠାରୁ ସେ ବିଧିବଦ୍ଧ କାର୍ଯ୍ଯଭାର ସମ୍ଭାଳିଛନ୍ତି । ଏହି ପଦରେ ସେ ଦୁଇ ବର୍ଷ ରହିବେ ୧୯୮୭ ବ୍ଯାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ କେନ୍ଦ୍ରରେ ଆଇବିର ସ୍ବତନ୍ତ୍ର ନିର୍ଦ୍ଦେଶକ ଥିଲେ ୧୯୯୪ରେ ସେ ଓଡ଼ିଶା ଛାଡି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ଦୀର୍ଘ ୨୭ ବର୍ଷ ପରେ ପୁଣି ଓଡିଶା ଫେରିବା ସହିତ ପୋଲିସ ବିଭାଗର ସବୁଠାରୁ ବଡ ପଦବୀ ଗ୍ରହଣ କରିଛନ୍ତି ଅ।ଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହି ସମୟରେ ଆଇନଶୃଙ୍ଖଳା ରକ୍ଷା ବଡ଼ ଚ୍ଯାଲେଞ୍ଜ ରହିବ ସେହିପରି ମାଓବାଦୀ ମୁକାବିଲା, ସାଇବର୍ କ୍ରାଇମ୍, ସଂଗଠିତ ଅପରାଧ ନିୟନ୍ତ୍ରଣ ସହ ମହିଳାଙ୍କୁ ସୁରକ୍ଷା ନୂଆ ପୋଲିସ ଡିଜିଙ୍କ ଆଗରେ ଚ୍ଯାଲେଞ୍ଜ ରହିବ କ୍ରାଇମ କଣ୍ଟ୍ରୋଲ ପାଇଁ ଆକ୍ସନେବୁଲ ଇଣ୍ଟେଲିଜେନ୍ସ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏକ୍ଷେତ୍ରରେ ବଂଶଲଙ୍କ ଅଭିଜ୍ଞତା ରାଜ୍ଯରେ ଅପରାଧ ନିୟନ୍ତ୍ରଣରେ ବେଶ ସହାୟକ ହେବ । ଶୁକ୍ରବାର ପୋଲିସ ଡିଜି ଅଭୟ ଅବସର ନେଲେ ୨୦୧୯ ଡିସେମ୍ବର ୯ ତାରିଖରୁ ଅଭୟ ଓଡିଶା ପୋଲିସ ବିଭାଗର ମୁଖ୍ଯ ପଦ ଗ୍ରହଣ କରିଥିଲେ । କାର୍ଯ୍ଯକାଳର ଶେଷ ଦିନରେ ରାଜ୍ଯବାସୀଙ୍କ ଉଦ୍ଦେଶ୍ଯରେ ସେ ବାର୍ତ୍ତା ଦେଇଛନ୍ତି । ଗତ ଦୁଇ ବର୍ଷରେ ରାଜ୍ଯବାସୀ ବିଭିନ୍ନ କ୍ଷେତ୍ରରେ ପୋଲିସକୁ ପୂର୍ଣ୍ଣ ସହଯୋଗ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । କୋଭିଡ କଟକଣାର ପାଳନ, ସାଇକ୍ଲୋନ ପୂର୍ବରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଓ ବିନା ଭକ୍ତରେ ରଥଯାତ୍ରା ନେଇ ଜନସାଧାରଣ ସହଯୋଗ କରିଛନ୍ତି। ଏଥିପାଇଁ ବିଦାୟୀ ଡିଜିପି ଅଭୟ ରାଜ୍ଯବାସୀଙ୍କୁ ଧନ୍ଯବାଦ ଦେବା ସହ ନୂଆବର୍ଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଦାୟିତ୍ୱ ଗ୍ରହଣ ପରେ ନୂଅ। ଡିଜିପି କହିଛନ୍ତି, ସଭିଙ୍କ ସହ ସାଙ୍ଗ ଭଳି ସମ୍ପର୍କ ରଖିବା ତାଙ୍କର ପ୍ରଥମ ପ୍ରୟାସ ହେବ ନକ୍ସଲ ଦମନରେ ଓଡିଶା ପୋଲିସ ଅନେକ ସଫଳତା ପାଇଛି ମୁଁ ଚେଷ୍ଟା କରିବି ଏହି ସଫଳତାକୁ ଆହୁରି ଆଗେଇ ନେବି ମୁଖ୍ଯମନ୍ତ୍ରୀ ମୋତେ ଭରସା କରିଛନ୍ତି । ଆମେ ଓଡିଶାବାସୀଙ୍କୁ ସେବା ଓ ସୁରକ୍ଷା ଯୋଗାଇବୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top