Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ନିରଞ୍ଜନ ଗଢ଼ିଲେ ବିଶାଳ ଟିମ୍

ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଏକ ବିଶାଳ ଟିମ୍ ଗଢ଼ିଛନ୍ତି। ରାଜ୍ୟ କଂଗ୍ରେସ ମଙ୍ଗୁଆଳ ଦାୟିତ୍ୱ ନେବାର ପ୍ରାୟ ସାଢ଼େ ୩ମାସ ପରେ ନିରଞ୍ଜନ ଗଢ଼ିଥିବା ପିସିସି କମିଟିରେ ୧୩ଜଣ ଉପସଭାପତି,୨୪ଜଣ ସାଧାରଣ ସମ୍ପାଦକ, ୯୯ଜଣ ସମ୍ପାଦକ,ଜଣେ କୋଷାଧ୍ୟକ୍ଷଙ୍କ ସମେତ ୧୩ଜଣଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଭାବେ ସାମିଲ କରାଯାଇଛି। ଏହି ପିସିସି କମିଟି ବ୍ୟତୀତ ଶୃଙ୍ଖଳା କମିଟି, ନିର୍ବାଚନ କମିଟି,କୋର କମିଟି ଓ ପ୍ରଚାର କମିଟି ଘୋଷଣା ହୋଇଛି। ସବୁବର୍ଗର ନେତାଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ ହୋଇଛି।
କଂଗ୍ରେସ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ପିସିସି କୋଷାଧ୍ୟକ୍ଷ ଭାବେ କିଶେ।ର ଚନ୍ଦ୍ର ପଟେଲ,ପିସିସି ମହିଳା ସଭାନେତ୍ରୀ ସସ୍ମିତା ବେହେରାଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତି ମିଳିଛି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମିଶାଇ କାର୍ଯ୍ୟନର୍ବାହୀ କମିଟିରେ ମୋଟ ୨୭ଜଣ ନେତାଙ୍କୁ ସାମିଲ କରାଯାଇଛି।
ପ୍ରଦେଶ ନିର୍ବାଚନ କମିଟିରେ ମୋଟ ୨୧ଜଣ ସଦସ୍ୟ ଥିବାବେଳେ ସମସ୍ତ ଏଆଇସିସି ସମ୍ପାଦକ, ସଂଗଠନ ମୁଖ୍ୟଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରଖାଯାଇଛି। ଏହି କମିଟିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଂଟିଆ, ନବ ଦାସ, ପ୍ରଦୀପ ମାଝୀ, ପ୍ରସାଦ ହରିଚନ୍ଦନ, ହେମାନନ୍ଦ ବିଶ୍ୱାଳ, ଜଗନ୍ନାଥ ପଟ୍ଟନାୟକ, ଭକ୍ତ ଚରଣ ଦାସ, ସୁଶୀଳା ତିରିଆ, ରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ବିଶ୍ୱ ରଞ୍ଜନ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, କିଶୋର ଚନ୍ଦ୍ର ପଟେଲ, ତାରାପ୍ରସାଦ ବାହିନୀପତି, ଭାଗବତ ପ୍ରସାଦ ମହାନ୍ତି, ମହମ୍ମଦ ଶାହନୱାଜ ଓ ଦେବାଶିଷ ପଟ୍ଟନାୟକ ସଦସ୍ୟ ଅଛନ୍ତି।
ସେହିପରି ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ ହେମାନନ୍ଦ ବିଶ୍ୱାଳ ନିଯୁକ୍ତି ପାଇଥିବାବେଳେ ଟିମରେ ଅନ୍ୟ ୬ଜଣ ସଦସ୍ୟ ଅଛନ୍ତି। ସେମାନେ ହେଲେ ଅନନ୍ତ ପ୍ରସାଦ ସେଠୀ(ଆବାହକ), ଭାଗବତ ପ୍ରସାଦ ମହାନ୍ତି, ପ୍ରଦୀପ କୁମାର ରଥ, ରବିନ୍ଦ୍ରନାଥ ମହାନ୍ତି, ନିରଞ୍ଜନ ପାଣିଗ୍ରାହୀ ଓ ସାବିତ୍ରୀ ଚୌଧୁରୀ।

ସେହିପରି ଦଳର ବରିଷ୍ଠ ନେତାମାନଙ୍କୁ ନେଇ କୋର କମିଟିରେ ମୋଟ ୪୨ଜଣ ସଦସ୍ୟ ଅଛନ୍ତି। ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଭକ୍ତଚରଣ ଦାସ, ରଞ୍ଜିବ ବିଶ୍ୱାଳଙ୍କୁ ଆବାହକ ଭାବେ ନିଯୁକ୍ତି ମିଳିଛି। କମିଟିରେ ଅନ୍ୟ ୪୨ଜଣଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ପିସିସି ମିଡିଆ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଭାବେ ସତ୍ୟପ୍ରକାଶ ନାୟକଙ୍କୁ ନିଯୁକ୍ତି ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top