Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କେନ୍ଦ୍ରମନ୍ତ୍ରୀ ଜାଭଡ଼େକରଙ୍କ ମନ୍ତବ୍ୟ ହାସ୍ୟାସ୍ପଦ : ବିଜେଡି

ଭୁବନେଶ୍ୱର : ଓଡ଼ିଶାରେ ‘ପିସି’ କାରବାର ଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଦେଇଥିବା ବକ୍ତବ୍ୟ ଉପରେ ବିଜେଡି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।
ଦଳର ମୁଖପାତ୍ର ସସ୍ମିତ ପାତ୍ର ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକରଙ୍କ ଆକ୍ଷେପ ସଂପୂର୍ଣ୍ଣ ଭାବରେ ଭିତ୍ତିହୀନ, ହାସ୍ୟାସ୍ପଦ ଏବଂ ଅପ୍ରାସଙ୍ଗିକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିକଶିତ ହେଉଛି ଏବଂ ଏହି ବିକାଶ ତନ୍ତ୍ରକୁ ଦେଖି ବିଜେପିର କେନ୍ଦ୍ରମନ୍ତ୍ରୀ ଭୟଭୀତ ହେଉଛନ୍ତି । ହତାଶା ଯୋଗୁ ଏ ପ୍ରକାରର ଅବାନ୍ତର ଆକ୍ଷେପ ଆଣୁଛନ୍ତି। ବିଜେଡି ସରକାର ଅନେକ ବିକାଶମୂଳକ କାର୍ଯ୍ୟ କରିଥିବା ବେଳେ କେନ୍ଦ୍ର ସରକାର ବାରମ୍ବାର ଅନେକ ପ୍ରସଂଶା ଏବଂ ପୁରସ୍କାରରେ ସମ୍ମାନିତ କରିଛନ୍ତି।କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକରଙ୍କ ବୟାନ କେବଳ ରାଜନୀତି ଦ୍ୱାରା ପ୍ରାୟୋଜିତ ବୋଲି ଜଣାପଡୁଛି । ଦକ୍ଷତା ବିକାଶ କ୍ଷେତ୍ରରେ ୯ଲକ୍ଷ ଯୁବକ-ଯୁବତୀଙ୍କ ଦକ୍ଷତା ବୃଦ୍ଧି କରି ଓଡ଼ିଶା ଭାରତବର୍ଷର ଏକ ନମ୍ବର ରାଜ୍ୟ ଭାବରେ ପରିଗଣିତ ହୋଇଛି । ଗ୍ରାମୀଣ ରାସ୍ତା ନିର୍ମାଣ କ୍ଷେତ୍ରରେ ବିଜେଡି ସରକାର ୧୦ବର୍ଷ ମଧ୍ୟରେ ୪୧ ହଜାର କିମି ନିର୍ମାଣ କରିଥିବା ବେଳେ ଭାରତବର୍ଷର ଏକ ଶୀର୍ଷ ରାଜ୍ୟ ଭାବରେ ନିଜେ କେନ୍ଦ୍ର ସରକାର ସ୍ୱୀକୃତି ପ୍ରଦାନ କରି ପୁରସ୍କୃତ କରିଛନ୍ତି। ଆହୁରି ଅନେକ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ କେନ୍ଦ୍ର ଏବଂ ଆନ୍ତର୍ଜାତିକ ସ୍ତରରେ ଉଚ୍ଛ୍ୱସିତ ପ୍ରସଂଶା ମିଳୁଥିଲା ବେଳେ ଗୁରୁପ୍ରିୟା ସେତୁ ନିର୍ମାଣ ବିକାଶର ଆଉ ଏକ ମାଇଲ୍‍ଖୁଣ୍ଟ ଭାବରେ ପରିଗଣିତ ହୋଇଛି। ଓଡ଼ିଶାର ଏହି ବିକାଶ ଧାରାକୁ ବିଜେପିର କେନ୍ଦ୍ରମନ୍ତ୍ରୀ ସହ୍ୟ କରିପାରୁ ନାହାନ୍ତି ଏବଂ ନିଜ ଦଳର ଦୟନୀୟ ସ୍ଥିତିକୁ ଦେଖି ଉଦ୍ଦେଶ୍ୟମୂଳକ ଭାବରେ ଏ ପ୍ରକାରର ଅଭିଯୋଗ ବିଜେଡି ବିରୋଧରେ ଆଣୁଛନ୍ତି । ଯେଉଁ ଗଞ୍ଜାମ ଜିଲ୍ଲାର ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକର ଅଛନ୍ତି, ସେଠାରେ ବିଜେଡିର କାଉନ୍‍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା । ସେହି ହତ୍ୟାରେ ସଂପୃକ୍ତ ଥିବାରୁ ଯେଉଁମାନେ ଆଜି ଜେଲ୍‍ରେ ଅଛନ୍ତି, ସେମାନେ ବିଜେପିରେ ଏ ହତ୍ୟାକାଣ୍ଡର ଦୁଇମାସ ପୂର୍ବରୁ ମିଶିଥିଲେ । ଲକ୍ଷ୍ମୀଦତ୍ତଙ୍କ ହତ୍ୟାକାରୀମାନେ କାହାର ଛତ୍ରଛାୟାରେ ରହୁଥିଲେ, ଏହା ଓଡ଼ିଶାର ଜନସାଧାରଣ ଭଲଭାବରେ ଜାଣିଛନ୍ତି। ଅପରାଧିକ ଗତିବିଧି ବିଜେପି ନେତାମାନଙ୍କ ଠାରେ ବାରମ୍ବାର ଦେଖାଯାଇଥିଲା ବେଳେ ଶ୍ରୀ ଜାଭଡ଼େକର ଅପରାଧ ବଢ଼ୁଛି ବୋଲି କହିବା ନିଜ ଦଳର ନେତାମାନଙ୍କ ପାଇଁ ବୋଧେ ଉଦ୍ଦିଷ୍ଟ। ଶ୍ରୀ ଜାଭଡ଼େକରଙ୍କ ଗସ୍ତ ଏବଂ ବକ୍ତବ୍ୟରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ଓଡ଼ିଶାରେ ବିଜେପି ବର୍ତ୍ତମାନ ହତାଶ ଏବଂ ନିରାଶ ଅବସ୍ଥାରେ ପହଞ୍ଚଛି । ଯେଉଁ ବିଜେପି ନେତାମାନେ ୧୨୦+ର ନାରା ଦେଉଥିଲେ, ସେମାନଙ୍କ ବାହାସ୍ପୋଟ ଫସର ଫାଟିଯାଇଛି । ଶ୍ରୀ ଜାଭଡ଼େକର ତାଙ୍କ ଦଳର ଦୋଦୂଲ୍ୟମାନ ଅବସ୍ଥା ଦେଖି ବୋଧେ ଏ ପ୍ରକାର ବିଚଳିତ ମନ୍ତବ୍ୟ ଦେଇଛନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀ ପାତ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top