Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ୱାଟର ଟୁରିଜିମ୍ ପାଇଁ ଓଡ଼ିଶା-କେରଳ ଏମଓୟୁ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଓଡ଼ିଶାର ୪୮୨କିମିର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି, ଚିଲିକା ହ୍ରଦ ଓ ୮ଟି ପ୍ରମୁଖ ଜଳଭଣ୍ଡାରରେ ୱାଟର ଟୁରିଜିମକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏସବୁ ସ୍ଥାନ ପ୍ରତି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବେ କେରଳ ସରକାରଙ୍କ ସହଯୋଗ ଲୋଡ଼ିଛି।
ରାଜ୍ୟରେ ଜଳପଥରେ ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବା ପାଇଁ ଆଜି କେରଳ ସରକାରଙ୍କ ସିପିଙ୍ଗ୍ ଆଣ୍ଡ ଇନଲ୍ୟାଣ୍ଡ ନାଭିଗେସନ୍ କର୍ପୋରେସନ୍ ସହ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏମଓୟୁ ସ୍ୱାକ୍ଷରିତ କରିଛି। କେରଳ ସରକାରଙ୍କ ଏହି ନିଗମ ଖୁବଶୀଘ୍ର ଓଡ଼ିଶା ଆସି ୱାଟର ପର୍ଯ୍ୟଟନର ସମ୍ଭାବନା ଥିବା ଅଞ୍ଚଳକୁ ଅନ୍ୱେଷଣ କରିବା ସହ ପ୍ରାଥମିକ ବୈଷୟିକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ଉପସ୍ଥିତିରେ କେରଳ ସରକାରଙ୍କ ସିପିଙ୍ଗ୍ ଆଣ୍ଡ ଇନଲ୍ୟାଣ୍ଡ ନାଭିଗେସନ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଆଇଏଏସ ପ୍ରଶାନ୍ତ ନାୟର ଓ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବଙ୍କ ମଧ୍ୟରେ ଏନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଏମଓୟୁ ଦ୍ୱାରା ରାଜ୍ୟରେ ଜଳପଥରେ ବିଭିନ୍ନ ଜଳକ୍ରୀଡ଼ା ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କିଭଳି ପଦକ୍ଷେପ ନିଆଯିବ ସେ ଦିଗରେ କେରଳ ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବେ।
ସୂଚନାଯୋଗ୍ୟ ଗତବର୍ଷ ଜାନୁୟାରୀ ମାସରେ ପର୍ଯ୍ୟଟନ ବିଭାଗ ପକ୍ଷର ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଯଥା- ଚିଲିକା ଓ ତାମ୍ପରା ହ୍ରଦ, ଭିତରକନିକା, ଗୋପାଳପୁର ସମୁଦ୍ର ବୋଳଭୂମି ଆଦିରେ ହାଉସବୋଟ୍ ଓ ୱାଟରସ୍ପୋଟର୍ସ ପ୍ରୋତ୍ସାହନ କରିବା ନିମନ୍ତେ ନିବେଶକମାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସିଙ୍ଗଲୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ବହୁ ନିବେଶକ ମଧ୍ୟ ଏଥିପାଇଁ ଆଗ୍ରହ ଦେଖାଇଛନ୍ତି । କେରଳ ସରକାରଙ୍କ ଦ୍ୱାରା ଏହି ଏମଓୟୁ ପରେ ଓଡ଼ିଶାରେ ଜଳମାର୍ଗରେ ବିଭିନ୍ନ ପ୍ରକାରର ଜଳକ୍ରୀଡ଼ା ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top