Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବିଧାନ ପରିଷଦ ଗଠନ ସଂକଳ୍ପ ପ୍ରସ୍ତାବ ବିଧାନସଭାରେ ଗୃହୀତ

ଭୁବନେଶ୍ଵର: ବିରୋଧୀ ଦଳର କକ୍ଷତ୍ୟାଗ ମଧ୍ୟରେ ଆଜି ବିଧାନସଭାରେ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଛି । ସରକାରଙ୍କ ପକ୍ଷରୁ ଆଜି ଆଗତ ଏହି ସଂକଳ୍ପ ପ୍ରସ୍ତାବ ଉପରେ ୩ ଘଣ୍ଟା ଧରି ଆଲୋଚନା ପରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା ଓ ୧୦୪-୦ ଭୋଟରେ ଏହା ବିଧାନସଭାରେ ଗୃହୀତ ହୋଇଛି।ଗୃହରେ ଉପସ୍ଥିତ ବିଜେଡିର ୧୦୩ ଓ ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ ଏହି ସଂକଳ୍ପ ପ୍ରସ୍ତାବକୁ ସମର୍ଥନ କରି ଭୋଟ ଦେଇଥିଲେ।

ଏହି ସଂକଳ୍ପ ପ୍ରସ୍ତାବ ଉପରେ ଆଲୋଚନାରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଭାଗ ନେଇ ବିଧାନ ପରିଷଦ ଗଠନ ପଛରେ ବିଜେଡି ସରକାରର ରାଜନୀତିକ ଉଦ୍ଦେଶ୍ୟ ରହିଛି ବୋଲି ଅଭିଯୋଗ ସହ ତୀବ୍ର ସମାଲୋଚନା କରିଥିଲେ।ଋଣଭାର ଓ ଦୁର୍ନୀତିରେ ରାଜ୍ୟ ବୁଡ଼ି ରହିଥିବା ନିର୍ବାଚନୀ ବର୍ଷରେ ନିଜର ଦଳୀୟ ନେତାମାନଙ୍କୁ ଥଇଥାନ କରିବା ପାଇଁ  ବିଜେଡି ସରକାର ଏବେ ବିଧାନ ପରିଷଦ ଗଠନ ଭଳି ନିଷ୍ପତି ନେଇଛନ୍ତି ବୋଲି କହିଥିଲେ।

ଆଜି ଅପରାହ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ବିଧାନ ପରିଷଦ ଗଠନକୁ ସଂକଳ୍ପ ଆଗତ କରି କହିଥିଲେ ଯେ, ଏବେ ଦେଶରେ ୭ଟି ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି । ସମ୍ବିଧାନର ଅନୁଚ୍ଛେଦ ୧୭୧ ଅନୁସାରେ ଓଡିଶାରେ ବିଧାନ ପରିଷଦ ଗଠନ ହେଲେ ଏହାର ମୋଟ ସଭ୍ୟ ସଂଖ୍ୟା ୪୯ ରହିବେ ।ଏହା ଏକ ସ୍ଥାୟୀ ଗୃହ ଭାବେ କାମ କରିବ। ଯାହାର ଏକ ତୃତୀୟାଂଶ ସଭ୍ୟ ପ୍ରତି ୨ବର୍ଷରେ ଅବସର ନେବେ । ଏଥିରେ ବାର୍ଷିକ ୩୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।ମୋଟ ୪୯ଜଣଙ୍କ ମଧ୍ୟରୁ ୧୬ଜଣ ବିଧାନସଭାର ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହେବେ।ସେହିପରି ଅନ୍ୟ ୧୬ଜଣ ଜିଲ୍ଲାପରିଷଦ, ପଂଚାୟତ ସମିତି ଓ ସମସ୍ତ ସହରାଂଚଳର ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦ୍ୱାରା ନିର୍ବାଚିତ ହେବେ । ୪ଜଣ ସଦସ୍ୟ ରାଜ୍ୟରେ ୩ବର୍ଷରୁ ଅଭିଜ୍ଞତା ଥିବା ସ୍ନାତକମାନଙ୍କୁ ନେଇ ଏକ ଇଲେକ୍ଟ୍ରୋରାଲ କଲେଜ ମାଧ୍ୟମରେ ନିର୍ବାଚିିତ ହେବେ।୪ଜଣ ସଦସ୍ୟଙ୍କୁ ମାଧ୍ୟମିକ ବା ତଦୁର୍ଦ୍ଧ ସ୍କୁଲରେ ୩ବର୍ଷରୁ ଊର୍ଦ୍ଧ୍ଵ ଅଭିଜ୍ଞତା ଥିବା ଶିକ୍ଷକଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ।ଅବଶିଷ୍ଟ ୯ଜଣ ସଭ୍ୟଙ୍କୁ ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଓ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ରାଜ୍ୟପାଳ ମନୋନୀତ କରିବେ।

ଏବେ ଭୁବନେଶ୍ୱରସ୍ଥିତ ପୁରୁଣା ବିଧାନସୌଧରେ ବିଧାନ ପରିଷଦ କାର୍ଯ୍ୟକ୍ଷମ ହୋଇପାରିବ।ଓଡ଼ିଶା ବିଧାନସଭାର ଚାରିଶହରୁ ଅଧିକ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷର ତଳମହଲାକୁ ଉଭୟ ଗୃହର ମିଳିତ ବୈଠକରେ ରାଜ୍ୟପାଳଙ୍କ ଅଭିଭାଷଣ ନିମନ୍ତେ ମୁଖ୍ୟ କକ୍ଷ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ କହିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top