Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଅଗଷ୍ଟ ଶେଷସୁଦ୍ଧା ୫୦ ପ୍ରାର୍ଥୀ ତାଲିକା ଜାରି କରିବ କଂଗ୍ରେସ

ଭୁବନେଶ୍ଵର: ଚଳିତ ଅଗଷ୍ଟ ଶେଷସୁଦ୍ଧା ବିଜୟ ସମ୍ଭାବନା ଥିବା ଅନ୍ୟୁନ ୫୦ ଜଣ ପ୍ରାର୍ଥୀମାନଙ୍କର ନାମକୁ ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟି ଚୂଡ଼ାନ୍ତ କରିବ। ଆଗାମୀ ତିନିମାସ ମଧ୍ୟରେ ଉକ୍ତ ପ୍ରାର୍ଥୀମାନଙ୍କର ନିଜ ନିର୍ବାଚନ ମଣ୍ଡଳୀରେ ଜନସଂପର୍କ, କଂଗ୍ରେସ କାର୍ଯ୍ୟକ୍ରମ ଓ ସଂଗଠନକୁ ସୁଦୃଢ କରିବାରେ ଯଦି ଅବହେଳା ହେଉଥିବା ପରିଲକ୍ଷିତ ହୁଏ, ତେବେ ତାଙ୍କ ପ୍ରାର୍ଥୀତ୍ୱକୁ ପୁନଃବିଚାର କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ବୋଲି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ଆବାହକ ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଅନନ୍ତ ପ୍ରସାଦ ସେଠୀ ଏକ ପ୍ରେମ୍ ରିଲିଜରେ ଜଣାଇଛନ୍ତି ।
ସେ କହିଛନ୍ତି ଯେ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ବୈଠକ ଗତ ୨୦ ତାରିଖ ଦିନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ୨୦୧୯ ନିର୍ବାଚନ କଂଗ୍ରେସ ଦଳ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥିବାରୁ ପ୍ରାର୍ଥୀ ଚୟନ ଯେଭଳି ସଠିକ୍ ଭାବେ ହୋଇପାରିବ ସେଥିପାଇଁ ଏହି ବୈଠକରେ ଉପସ୍ଥିତ ନେତୃବୃନ୍ଦ ମାନେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ଏବଂ ନିମ୍ନଲିଖିତ ବିଷୟ ଉପରେ ସର୍ବସମ୍ମତି ନିଷ୍ପତି ଗ୍ରହଣ କରାଯାଇଥିଲା ।
ବିଜୟ ସମ୍ଭାବନା ଥିବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତିରେ ପ୍ରାର୍ଥୀ କରାଯିବାକୁ ବୈଠକରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଗଲା । ଯେଉଁ ପ୍ରାର୍ଥୀମାନେ ବହୁବାର ପରାଜୟ ବରଣ କରିଥିବେ ସେମାନଙ୍କୁ ପୁନର୍ବାର ଟିକେଟ୍ ନଦେବାକୁ ନିଷ୍ପତି ଗ୍ରହଣ କରାଗଲା । ଗୋଟିଏ ପରିବାରରୁ ବିଜୟ ସମ୍ଭାବନା ଥିବା ଏକାଧିକ ପ୍ରାର୍ଥୀ ଯେଉଁମାନେ ଦଳ ସହିତ ଘନିଷ୍ଠ ସମ୍ପର୍କରେ ଅଛନ୍ତି ସେମାନଙ୍କୁ ଟିକେଟ୍ ଦେବାପାଇଁ ବିଚାର କରାଯିବ । ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତାମାନଙ୍କ ନାମକୁ ପ୍ରାର୍ଥୀ ନିମନ୍ତେ ବିଚାରକୁ ନିଆଯିବ ନାହିଁ ବୋଲି ନିଷ୍ପତି ଗ୍ରହଣ କରାଗଲା । ବିଗତ ନିର୍ବାଚନମାନଙ୍କରେ ଅମାନତ ହରାଇଥିବା ପ୍ରାର୍ଥୀମାନଙ୍କ ନାମକୁ ପୁନର୍ବାର ପ୍ରାର୍ଥୀପାଇଁ ବିଚାରକୁ ଗ୍ରହଣ କରାଯିବ ନାହିଁ ଏବଂ ସମସ୍ତ ବିଧାୟକମାନଙ୍କୁ ପୁନଃ ଟିକେଟ୍ ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top