Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେପି ନିମନ୍ତ୍ରଣ ରଖିଲେ ମୁଖ୍ୟମନ୍ତ୍ରୀ, ଶ୍ରଦ୍ଧାଞ୍ଜଳୀ ସଭାକୁ ଯିଵେ


ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ୨୪ତାରିଖରେ ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ସାର୍ବଜନୀନ ଓ ସର୍ବଧର୍ମ ପ୍ରାର୍ଥନା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଆଜି ସନ୍ଧ୍ୟାରେ ପ୍ରକାଶିତ ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା କାଲିର ଗସ୍ତ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଛି।

ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଏହି କାର୍ଯ୍ୟକ୍ରମରେ ସାମିଲ ପାଇଁ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ନିମନ୍ତ୍ରଣ ପତ୍ର ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅପରାହ୍ନ ୫ଟାରେ ସାମିଲ ହୋଇ ୨୦ମିନିଟ୍ ରହିଵେ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ଆୟୋଜିତ ହେଉଥିବା ସାର୍ବଜନୀନ ଓ ସର୍ବଧର୍ମ ପ୍ରାର୍ଥନା ସଭା ପାଇଁ ସମସ୍ତ ଦଳର ନେତୃବୃନ୍ଦ ଓ ବିଧାୟକମାନଙ୍କୁ ନିମନ୍ତ୍ରଣ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପ୍ରାର୍ଥନା ସଭାରେ ଯୋଗଦାନ ପାଇଁ ଅନୁରୋଧ କରିବା ସହ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ଶ୍ରୀ ଓରାମଙ୍କ ସହ ଦଳର ଉପସଭାପତି ସମୀର ମହାନ୍ତି ମଧ୍ୟ ନବୀନ ନିବାସ ଯାଇଥିଲେ । ଶ୍ରୀ ଓରାମ ମଧ୍ୟ ଗତକାଲି ଅପରାହ୍ନରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଜଣାଇଛନ୍ତି ।

ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ବାଜପେୟୀଙ୍କ ସ୍ମୃତିରେ ବିଜେପି ଆୟୋଜନ କରୁଥିବା ସର୍ବଧର୍ମ ପ୍ରାର୍ଥନା ସଭାରୁ ରାଜନୈତିକ ଫାଇଦା ଉଠେଇବାକୁ ଉଦ୍ୟମ କରୁଛି। ତେଣୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେଲେ ବିଜେପି ତାର ଫାଇଦା ନେଇ ପାରିବ ନାହିଁ। ମୁଖ୍ୟମନ୍ତ୍ରୀ ପୂର୍ବରୁ ଦିଲ୍ଲୀରେ ବାଜପେୟୀଙ୍କ ଶେଷକୃତ୍ୟରେ ସାମିଲ ସୋଇସାରିଛନ୍ତି। ବାଜପେୟୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରହିଥିବାରୁ ଏଥିରୁ ରାଜନୈତିକ ଫାଇଦା ଖୋଜିବା ଅନୁଚିତ୍।

Click to comment

Leave a Reply

Your email address will not be published. Required fields are marked *

Most Popular

To Top