Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆସନ୍ତା ୧୫ରେ ଓଡ଼ିଶା ବନ୍ଦ

ଭୁବନେଶ୍ୱର(ଓଡ଼ିଶା ୱେୟାର):
ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆନ୍ଦୋଳନକୁ ଓହ୍ଲାଇବ ବାମ ଦଳ। ପେଟ୍ରୋଲ, ଡିଜେଲ ଓ ନିତ୍ୟ ବ୍ୟବହାର‌୍ୟ୍ୟ ଜିନିଷର ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଜୁଲାଇ ୧୫ରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରିବ ବାମ ଦଳ । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର‌୍ୟ୍ୟନ୍ତ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।
କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ହ୍ରାସ କରିବା, ନିତ୍ୟ ବ୍ୟବହାର‌୍ୟ୍ୟ ଜିନିଷର ଦର ହ୍ରାସ, କଳାବଜାରୀ ଓ ମହଜୁଦତାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ, ପରିବାର ମୁଣ୍ଡପିଛା ୧୦ କେଜି ଚାଉଳ କିମ୍ବା ଗହମ ସହ ଅନ୍ୟାନ୍ୟ ଦାବି ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ ।
ସୂଚନାଯୋଗ୍ୟ, ପେଟ୍ରୋଲ, ଡିଜେର ଦର ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି ଦଳ । ଆଜି ସବୁ ବ୍ଲକରେ କଂଗ୍ରେସ କର୍ମୀ ବିକ୍ଷୋଭ କରୁଥିବା ବେଳେ ଆସନ୍ତା ୯ ତାରିଖରେ ଜିଲ୍ଲାସ୍ତରରେ ଧାରଣା ଓ୧୪ ତାରିଖରେ ଭୁବନେଶ୍ୱରରେ କରାଯିବ ବିକ୍ଷୋଭ । ଏନେଇ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ ।
ସେ ଅଭିଯୋଗ କରିଥିଲେ, କରୋନା ବେଳେ କେନ୍ଦ୍ର ସରକାର ଲୋକଙ୍କୁ ସହାୟତା କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଆର୍ଥିକ ବୋଝ ଲଦୁଛନ୍ତି । ପେଟ୍ରୋଲ, ଡିଜେଲ ବଢ଼ିବା ଯୋଗୁଁ ନିତିଦିନିଆ ସାମଗ୍ରୀ ଦର ବଢୁଛି । ତେଣୁ ଆସନ୍ତା ୧୫ରେ ଦିନିକିଆ ପେଟ୍ରୋଲ, ଡିଜେଲ୍ ବର୍ଜନ କରିବାକୁ ମଧ୍ୟ ସେ ଲୋକଙ୍କୁ ଆହ୍ୱାନ ଦେଇଥିଲେ। ଆସନ୍ତା ୧୭ରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ଲୋକଙ୍କ ଦସ୍ତଖତ ସଂଗ୍ରହ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top