Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମୂଷାଠାରୁ ଆସିଛି ଓମିକ୍ରନ ଭାରିଆଣ୍ଟ : ଗବେଷକ

ନୂଆଦିଲ୍ଲୀ: ମୂଷାରୁ ଆସିଛି ଓମିକ୍ରନ ଭାରିଆଣ୍ଟ । ବିଶ୍ୱରେ ତୃତୀୟ ଲହରର କାରଣ ପାଲଟିଥିଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମୂଷାରୁ ଆସିଥିବା ଅନୁମାନ କରାଯାଉଛି । ଏନେଇ ଚୀନର କିଛି ବୈଜ୍ଞାନିକ ମତ ଦେଇଛନ୍ତି । ଚୀନ୍ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଓମିକ୍ରନ ଭାଇରସ ମଣିଷଠୁ ମୂଷାକୁ ବ୍ୟାପିଥିବା ପ୍ରମାଣ ରହିଛି । ଏହା ପୁଣିଥରେ ମୂଷାଠୁ ମଣିଷଙ୍କୁ ବ୍ୟାପିଥାଇପାରେ । ତେବେ ବୈଜ୍ଞାନିକମାନେ ଲଗାତର ଭାବେ ଭାଇରସର ଉତ୍ପତି ବାବଦରେ ଭିନ୍ନ ବିନ୍ନ ତଥ୍ୟ ଦେଉଛନ୍ତି ।
ବୈଜ୍ଞାନିକଙ୍କ ରିପୋର୍ଟ ଅନୁସାରେ, ଭାଇରସର ଅନେକ ମ୍ୟୁଟେସନ ସାମ୍ନାକୁ ଆସୁଛି । ପ୍ରଥମେ ଏହା ନୂଆ ନୂଆ ଠାବ ହୋଇଥିବା ଆକ୍ରାନ୍ତଙ୍କ ଠାରେ ଦେଖିବାକୁ ମିଳିଥିଲା । ଓମିକ୍ରନ ଭାରିଆଣ୍ଟର ୫ଟି ମ୍ୟୁଟେସନ ଚିହ୍ନଟ କରାଯାଇଥିଲା । ଏଥିରୁ ଗୋଟିଏ ମୂଷାର ଫୁସଫୁସରେ ଠାବ ହୋଇଛି ।
ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଓମିକ୍ରନର ଉତ୍ପତ୍ତି ଏବେବି ଅଜଣା । ଏହା ୫୦ଟି ମ୍ୟୁଟେସନ ଧାରଣ କରିଛି । ଅନେକ କିଛି ମ୍ୟୁଟେସନ ପୂର୍ବ ଭାଇରସରେ ଠାବ କରାଯାଇ ନଥିଲା । ତିନୋଟି ପ୍ରକ୍ରିୟା ଉପରେ ଓମିକ୍ରନର ଉତ୍ପତ୍ତି ନିର୍ଭର କରୁଛି । କେହି ସଂକ୍ରମିତ ବ୍ୟକ୍ତିଙ୍କଠାରୁ ମ୍ୟୁଟେସନ ହୋଇଥିବା କହୁଛନ୍ତି । ଆଉ କେହି ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଠାରୁ ଏହା ସୃଷ୍ଟି ହୋଇଥିବା ଆଶଙ୍କା କରୁଛନ୍ତି । କିଛି ବୈଜ୍ଞାନିକ ପଶୁପକ୍ଷୀଙ୍କଠାରୁ ଏହା ମଣିଷଙ୍କ ଶରୀରରେ ପ୍ରବେଶ କରିଥିବା ଅନୁମାନ କରିଛନ୍ତି ।
ସୂଚନାଯୋଗ୍ୟ,ନାନକାଇ ୟୁନିଭର୍ସିଟି ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେବଲ ଡିଜିଜ୍‌ର ବୈଜ୍ଞାନିକମାନେ ଗବେଷଣାରେ ସାମିଲ ଥିଲେ । ଯାହାର ରିପୋର୍ଟ ବାଓସେଫଟି ଏବଂ ବାୟୋ ସିକ୍ୟୁରିଟି ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top