Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କଂଗ୍ରେସରେ ୱାନ୍ ମ୍ୟାନ୍, ୱାନ୍ ପୋଷ୍ଟ ଫର୍ମୂଲାକୁ ବିରୋଧ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ ସଜାଡ଼ିବା ପାଇଁ ରାଜ୍ୟ କଂଗ୍ରେସରେ ଜିଲ୍ଲା ସଭାପତିମାନଙ୍କ ନାଁ ଘୋଷଣା ହେବା ପରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଦଳର ଦୁଇ ବରିଷ୍ଠ ନେତା ସୁର ରାଉତରାୟ ଓ ମନୋରଞ୍ଜନ ଦାସ ସିଧାସଳଖ ୱାନ୍ ମ୍ୟାନ୍, ୱାନ୍ ପୋଷ୍ଟ୍ ଫର୍ମୂଲାକୁ ବିରୋଧ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ସୁର ରାଉତରାୟ ଓ ଭୁବନେଶ୍ୱର ଜିଲ୍ଲା ସଭାପତି ମନୋରଞ୍ଜନ ଦାସ ଆଜି ଗଣମାଧ୍ୟମ ଜରିଆରେ ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟ୍ ଫର୍ମୂଲାର ପୁନର୍ବିଚାର ନିମନ୍ତେ ଅପିଲ୍ କରିଛନ୍ତି । ଶ୍ରୀ ରାଉତରାୟ ଖୋଲାଖୋଲି ଭାବେ ଏହି ନିଷ୍ପତ୍ତିକୁ କୌଣସି ପରିସ୍ଥିତିରେ ସ୍ୱୀକାର କରିପାରିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ଯେ, ସେ ହାରିବା ଦିନଠାରୁ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଏଭଳି ପରିସ୍ଥିତିରେ ଯଦି ସେ ନିର୍ବାଚନ ଲଢ଼ି ପାରିବେ ନାହିଁ ତେବେ ତାଙ୍କ ପରିଶ୍ରମ ବୃଥା ଯିବ । ଦଳରେ ସେ ବିଦ୍ରୋହ କରିବାକୁ ଚାହୁଁନାହାନ୍ତି । କିନ୍ତୁ ତାଙ୍କୁ ଟିକେଟ୍ ଦିଆଯାଉ ବୋଲି ସେ କହିଛନ୍ତି । ଅତୀତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ୍ ଯାଚିଛନ୍ତି, କିନ୍ତୁ ସେ କଂଗ୍ରେସ ଛାଡ଼ି ଯାଇନାହାନ୍ତି । ତେଣୁ ଆଗାମୀ ନିର୍ବାଚନ ଲଢ଼ିବାରୁ ତାଙ୍କୁ କେହି ଅଟକାଇ ପାରିବେ ନାହିଁ ବୋଲି ଶ୍ରୀ ରାଉତରାୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଯଦି ୱାନ୍ ମ୍ୟାନ୍ ୱାନ ପୋଷ୍ଟ ନିୟମ ଲାଗୁ କରାଯାଏ ତେବେ ଏଥିରେ ନିରଞ୍ଜନ ପଟ୍ଟନାୟକ, ପ୍ରଦୀପ ମାଝୀ, ଚିରଞ୍ଜିବ ବିଶ୍ୱାଳ, ନବ ଦାସ, ଭକ୍ତ ଦାସଙ୍କ ଭଳି ନେତାମାନେ ଟିକେଟ୍ ପାଇବାରୁ ବି ବାଦ୍ ପଡ଼ିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top