Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରଜ ପର୍ବ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍‌’

ଭୁବନେଶ୍ୱର(ଓଡ଼ିଶା ୱେୟାର) : କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଷ୍ପତ୍ତି ନେଇ ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ। ଓଡ଼ିଶାର ଏହି ସାଂସ୍କୃତିକ ଗଣପର୍ବ ରଜ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ବିଶେଷକରି ମା’, ଝିଅମାନେ ଓ ଓଟିଡିସି କର୍ମଚାରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଆଜି ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଉଦଘାଟନ କରିଥିଲେ। ଶ୍ରୀମତୀ ମିଶ୍ର ପ୍ରାରମ୍ଭରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଥିଲେ।
ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଓଡ଼ିଆଙ୍କ ପ୍ରିୟ ପର୍ବ ରଜ ଅବସରରେ ଓଡ଼ିଶାବାସୀ ଓ ବିଶେଷକରି ମା’ ଓ ଝିଅମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ରଜ ଓଡ଼ିଶାର ସାଂସ୍କୃତିକ ଗଣପର୍ବ। ବସୁଧା, ପ୍ରକୃତି ଓ ନାରୀଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଅନନ୍ୟ ପରମ୍ପରା। ସମାଜ ପାଇଁ ନାରୀର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବାର ପର୍ବ। ରଜପର୍ବ ପାଳନ ଅବସରରେ ଓଟିଡିସିର ପାନ୍ଥନିବାସ ଓ ମିଶନ ଶକ୍ତି ମା’ମାନଙ୍କ ସହାୟତାରେ ଆୟୋଜନ କରାଯାଉଥିବା ‘ପିଠା ଅନ୍ ହ୍ୱିଲ୍‌’ ଉପକ୍ରମକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହାସହିତ ସମସ୍ତେ କୋଭିଡ୍ କଟକଣା ମାନି ନିରାଡ଼ମ୍ବର ଭାବେ ରଜପର୍ବ ପାଳନ କଲେ କୋଭିଡ୍ ସଂକ୍ରମଣରୁ ଦୂରେଇ ରହିହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି।
ଏହାପରେ ଶ୍ରୀମତୀ ମିଶ୍ର ସମସ୍ତଙ୍କୁ କୋଭିଡ୍‌-୧୯ ଗାଇଡଲାଇନକୁ ମାନି ଘରେ ସୁରକ୍ଷିତ ରହି ଆମ ମହାନ ପରମ୍ପରା ପ୍ରତୀକ ରଜପର୍ବକୁ ପାଳନ କରି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିପାରିବା ବୋଲି ପରାମର୍ଶ ଦେଇଛନ୍ତି । କୋଭିଡ୍‌-୧୯ କଟକଣାକୁ ମାନି ସାଧାରଣ ଲୋକଙ୍କ ନିକଟରେ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ପିଠା ପହଂଚାଇବାକୁୂ ପାନ୍ଥନିବାସ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପାନ୍ଥନିବାସ ଓ ମିଶନ ଶକ୍ତିର ମା’ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହାଇଜେନିକ୍ ପକ୍ରିୟାରେ ହାତ ତିଆରି ପ୍ରସ୍ତୁତ ଏହି ଓଡ଼ିଆ ସୁସ୍ୱାଦୁ ବିଭିନ୍ନ ପିଠା ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଲୋକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଶ୍ରୀମତୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର. ଯାଦବ କହିଛନ୍ତି ଯେ, କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ନିରାଡ଼ମ୍ବର ଭାବେ ରଜପର୍ବ ପାଳନ କରାଯାଉଛି । ପାନ୍ଥନିବାସରେ କେବଳ ପ୍ରତୀକାତ୍ମକ ଦୋଳି ରହିବ। କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ। କିନ୍ତୁ ଗତବର୍ଷ ଭଳି ଏଥର ମଧ୍ୟ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ସୁସ୍ୱାଦୁ ପିଠା ଯୋଗାଇ ଦିଆଯିବ। ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏହି ପିଠା ମିଳିବ। ମାଷ୍ଟରକ୍ୟାଣ୍ଟିନ ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପଟିଆ ଛକ, ଚନ୍ଦ୍ରଶେଖର ପୁର ଓ ରୂପାଲି ଛକରେ ପାନ୍ଥନିବାସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ‘ପିଠା ଅନ୍ ହ୍ୱିୁଲ୍‌’ ମାଧ୍ୟମରେ ଏହି ପିଠା ବିକ୍ରି କରାଯିବ। ଏଠାରେ ମଧ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମାସ୍କ ଉପଲବ୍ଧ ହେବ। ଗତବର୍ଷ ୧୧ଲକ୍ଷ ଟଙ୍କାର ପିଠା ବ୍ୟବସାୟ ହୋଇଥିଲା। କେବଳ ଭୁବନେଶ୍ୱର ନୁହେଁ ସମ୍ବଲପୁର ପାନ୍ଥନିବାସ ପକ୍ଷରୁ ମଧ୍ୟ ଅନୁରୂପ ‘ପିଠା ଅନ ହ୍ୱିଲ୍‌’ ମାଧ୍ୟମରେ ସୁସ୍ୱାଦୁ ରଜ ପିଠା ବିକ୍ରି କରାଯିବ। ଏହି ପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର ମୋବାଇଲ ଫୋନ୍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଓଟିଡିସି ସୋସିଆଲ ମିଡିଆ ପେଜ୍‌ରେ ମଧ୍ୟ ଉପଲବ୍ଧ ଅଛି। ଭୁବନେଶ୍ୱର,ସମ୍ବଲପୁର ଓ କଟକ ପାନ୍ଥନିବାସରେ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇ ଏହି ପିଠା ବିକ୍ରି କରାଯିବ ବୋଲି ସେ କହିଛନ୍ତି।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଟିଡିସିର ବରିଷ୍ଠ ପଦାଧିକାରୀଙ୍କ ସମେତ ଭୁବନେଶ୍ୱର ପାନ୍ଥନିବାସର କର୍ମଚାରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top