Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଶାରଳା ପୁରସ୍କାର ପାଇଲେ ପାରମିତା ଶତପଥୀ

ଭୁବନେଶ୍ବର (ଓଡ଼ିଶା ୱେୟାର) :ଗତକାଲି ଶାରଳା ପୁରସ୍କାର ଉତ୍ସବ ଇମ୍ଫା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଇମ୍ଫା ଚାରିଟେବଲ୍ ଟ୍ରଷ୍ଟର ଟ୍ରଷ୍ଟି ପାରମିତା ପଣ୍ଡା ଉଦ୍‌ଘାଟନ କରିଥିଲେ। ତେବେ ଶ୍ରେଷ୍ଠ ସାହିତ୍ୟକୃତି ପାଇଁ ଇମ୍ଫା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ଚଳିତବର୍ଷ ସ୍ୱନାମଧନ୍ୟା କଥାକାର ପାରମିତା ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା। ତାଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ତାଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଶାରଳା ପୁରସ୍କାର ବ୍ୟତୀତ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ ଏବଂ ବିଶିଷ୍ଟ ଘୁମୁରା ଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ସେମାନଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଟ୍ରଷ୍ଟି ଶ୍ରୀମତୀ ପଣ୍ଡା ପ୍ରତିଭାମାନଙ୍କୁ ପୁରସ୍କୃତ କରିବା ସହ ଅଭିନନ୍ଦନ ଜଣାଇଥିଲେ।

ଭାଷା-ସାହିତ୍ୟ, କଳା ସଂସ୍କୃତି ଓ ପ୍ରାଚୀନତା ଦୃଷ୍ଟିରୁ ସମୃଦ୍ଧ ଓଡ଼ିଶାକୁ ଅଧିକ ମଜଭୁତ କରିବା ଦିଗରେ ସ୍ବର୍ଗତ ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କ ଦୂରଦୃଷ୍ଟି ଓ ଉଦ୍ୟମକୁ ସ୍ମରଣ କରି ଆଜି ଖୁବ୍ ଆନନ୍ଦ ଅନୁଭବ କରୁଛନ୍ତି ବୋଲି ସେ କହିଥିଲେ। ଏହି ଅବସରରେ ପ୍ରତିଭାତ୍ରୟୀଙ୍କ ଉପରେ ନିର୍ମିତ ତିନୋଟି ସଂକ୍ଷିପ୍ତ ବୃତ୍ତଚିତ୍ର ପ୍ରଦର୍ଶିତ ହେବା ସହ ଶାରଳା ପୁରସ୍କାର-୨୦୨୧ର ସୂଚନା ପୁସ୍ତିକା ଲୋକାର୍ପିତ ହୋଇଥିଲା। ଉତ୍ସବରେ ଡ. ହୃଷୀକେଶ ମଲ୍ଲିକ, ଡ. କୃଷ୍ଣଚନ୍ଦ୍ର ପ୍ରଧାନ, ଡ. ବାବାଜୀ ଚରଣ ପଟ୍ଟନାୟକ, ଡ. ପ୍ରବୀଣା ମହାନ୍ତି, ସୂର୍ଯ୍ୟ ମିଶ୍ର, ଅକ୍ଷୟ ବେହେରା, ଦେବପ୍ରସାଦ ଦାଶ, ଡ. ଶ୍ୟାମାମଣି ଦେବୀ, ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ପଞ୍ଚମୀ ମାନୁ ଉକିଲ ପ୍ରମୁଖ ବିଚାରକମଣ୍ଡଳୀ ସଦସ୍ୟମାନେ ଉପସ୍ଥିତ ରହି ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଯୁବଲେଖକ ତଥା ଶାରଳା ସଚିବାଳୟର ମୁଖ୍ୟ ସଂଯୋଜକ ସରୋଜ ବଳ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top