Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ନିରଞ୍ଜନ ଗଢ଼ିଲେ ନିଜ ଖାସ୍ ଟିମ୍

ଭୁବନେଶ୍ୱର :ଦଳୀୟ ସଂଗଠନ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଖାସ୍ ଟିମ୍ ଗଠନ କରିଛନ୍ତି । ଟିମରେ କେବଳ ନିରଞ୍ଜନଙ୍କ ଖାସ୍ ଅନୁଗତ ଓ ସମର୍ଥକଙ୍କୁ ସାମିଲ କରାଯାଇଥିବା ଜଣାପଡ଼ିଛି ।
ପିସିସି ସାଧାରଣ ସମ୍ପାଦକ(ସଂଗଠନ) ବିଶ୍ୱଜିତ୍ ଦାସ ଏକ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି । ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ ତଥା କ୍ରିୟାଶୀଳ କରିବା ପାଇଁ ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀଙ୍କୁ ଶୃଙ୍ଖଳାଗତ କମିଟିର ଆବାହକ, ଏଆଇସିସିି କାର୍ଯ୍ୟକ୍ରମ, ଆକାଉଂଟସ୍, ପ୍ରଦେଶ ନିର୍ବାଚନ ପ୍ରସ୍ତୁତି ଓ ପ୍ରଚାର କମିଟିର ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ପିସିସି ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ସହିତ ସ୍ୱାଧିନତା ସଂଗ୍ରାମୀ ବିଭାଗ, କଳା ଓ ସଂସ୍କୃତି ବିଭାଗ ଏବଂ ସେବାଦଳ ସଂଗଠନ ଦାୟିତ୍ୱ ଦିଆଯାଇଛି । ସେହିପରି ବିଜୟଲକ୍ଷ୍ମୀ ସାହୁଙ୍କୁ ପୁରୀ ଜିଲ୍ଲା ସହିତ ପଂଚାୟତିରାଜ ଦାୟିତ୍ୱ ଦିଆଯାଇଥିବା ବେଳେ ସଦନ ନାୟକଙ୍କୁ ରାୟଗଡା ଜିଲ୍ଲା ସହିତ ଅବସରପ୍ରାପ୍ତ ସାମରିକ ବିଭାଗ ଓ ପେନ୍ସନ୍, ଅମରନାଥ ପ୍ରଧାନଙ୍କୁ ପିସିସି ସଭାପତିଙ୍କ ସହ ସଂଯୁକ୍ତ କରାଯାଇଛି । ଅଧ୍ୟାପକ କୈଳାସ ଆଚାର୍ଯ୍ୟଙ୍କୁ କଳା ଓ ସଂସ୍କୃତି, ଶିକ୍ଷକ କଂଗ୍ରେସ, ବୁଦ୍ଧିଜୀବୀ ବିଭାଗ ଦାୟିତ୍ୱ, ଶିବାନନ୍ଦ ରାୟଙ୍କୁ ଯାଜପୁର ଜିଲ୍ଲା ସହ ନିର୍ବାଚନ କମିଶନ ଓ ଆଇନ୍ ପ୍ରକୋଷ୍ଠ ଦାୟିତ୍ୱ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲଙ୍କୁ ବଲାଙ୍ଗୀର ଜିଲ୍ଲା ସହ ଅର୍ଥ ଦାୟିତ୍ୱ, ମିଡିଆ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକଙ୍କୁ ମିଡିଆ ଓ କମ୍ୟୁନିକେସନ ବିଭାଗ ଦାୟିତ୍ୱ ଦିଆଯାଇଛି ।
ସେହିଭଳି ସାଧାରଣ ସଂପାଦକ ସଂଜୀବ ଗିରିଙ୍କୁ ପିସିସି ସଭାପତିଙ୍କ ସହିତ ସଂଯୁକ୍ତ କରାଯାଇଥିବାବେଳେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସଭାପତିଙ୍କ ସହ ସଂଯୁକ୍ତ, ପ୍ରୋଟୋକଲ୍ ଓ ନିର୍ବାଚନ ପ୍ରସ୍ତୁତି ଦାୟିତ୍ୱ, ବିଶ୍ୱଜିତ୍ ଦାସଙ୍କୁ ସଂଗଠନ ଦାୟିତ୍ୱ, ବିଷ୍ଣୁ ଚରଣ ବାରିକଙ୍କୁ ପଛୁଆବର୍ଗ ବିଭାଗ ଦାୟିତ୍ୱ, ବିଶ୍ୱ ଭୂଷଣ ଦାସଙ୍କୁ ଯୁବ ଓ ଛାତ୍ର କଂଗ୍ରେସ ଦାୟିତ୍ୱ, ଗିରିବାଳା ବେହେରାଙ୍କୁ ସ୍ୱାଧିନତା ସଂଗ୍ରାମୀ ପ୍ରକୋଷ୍ଠ ଦାୟିତ୍ୱ, ବିନୋଦ ପାତ୍ରଙ୍କୁ ଅନୁସୂଚିତ ଜାତି ବିଭାଗ ଦାୟିତ୍ୱ,ଦାସରଥି ଗମାଙ୍ଗଙ୍କୁ ଅନୁସୂଚିତ ଜନଜାତି ବିଭାଗ, କୁନି ମଲ୍ଲିକଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠୀ ଦାୟିତ୍ୱ, ବିଦ୍ୟାଧର ଦେହୁରୀ ଓ କୁମୁଦିନୀ କ୍ରିସାନୀଙ୍କୁ ଅନୂସୂଚିତ ଜନଜାତି ବିଭାଗ ଦିଆଯାଇଛି ।
ସେହିପରି ସନ୍ତୋଷ ସିଂ ସାଲୁଜାଙ୍କୁ ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲା, ରାଧାକାନ୍ତ ଦିଗଲଙ୍କୁ ସୁବର୍ଣ୍ଣପୁର ଜିଲ୍ଲା, ଗଣେଶ୍ୱର ବେହେରାଙ୍କୁ ଜଗତସିଂହପୁର ଜିଲ୍ଲା, ଦେବାଶିଷ ପଟ୍ଟନାୟକଙ୍କୁ ବାଲେଶ୍ୱର ଜିଲ୍ଲା,ଶୁଭେନ୍ଦୁ ମହାନ୍ତିଙ୍କୁ ଗଞ୍ଜାମ, ନକୁଳ ନାୟକଙ୍କୁ କୋରାପୁଟ, ସସ୍ମିତା ବେହେରାଙ୍କୁ ବୌଦ୍ଧ, ଆଲୋକ ମିଶ୍ରଙ୍କୁ ଦେବଗଡ ଜିଲ୍ଲା, ରାଜକିଶୋର ଷଡଙ୍ଗୀଙ୍କୁ ଝାରସୁଗୁଡା ଓ ରାଉରକେଲା ଜିଲ୍ଲା, ରାଜକିଶୋର ଦାସଙ୍କୁ ବରଗଡ ଜିଲ୍ଲା, ହିମାଂଶୁ ଶେଖର ଦାସଙ୍କୁ କନ୍ଧମାଳ ଜିଲ୍ଲା, ଉମାବଲ୍ଲଭ ରଥଙ୍କୁ ନୟାଗଡ ଜିଲ୍ଲା, ସରୋଜ ପାତ୍ରଙ୍କୁ ନୂଆପଡା ଜିଲ୍ଲା, ଅଜିତ୍ ଦାସଙ୍କୁ କଳାହାଣ୍ଡି ଜିଲ୍ଲା, ଆକବର ଅଲ୍ଲୀଙ୍କୁ ଭଦ୍ରକ ଜିଲ୍ଲା, ହିମାଂଶୁ ଶେଖର ଲିମାଙ୍କୁ ମାଲକାନାଗିରି ଜିଲ୍ଲା ସହ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ଦାୟିତ୍ୱ, ଲକ୍ଷ୍ମଣ କୁମାର ମେହେରଙ୍କୁ ଅନୁଗୁଳ ଜିଲ୍ଲା ସହ ବୁଦ୍ଧିଜୀବୀମାନଙ୍କୁ ଯୋଗାଯୋଗ ଦାୟିତ୍ୱ, ଅଧିରାଜ ପାଣିଗ୍ରାହୀଙ୍କୁ ନବରଙ୍ଗପୁର ଜିଲ୍ଲା, ଆପଲା ସ୍ୱାମୀ କାଡ୍ରାକାଙ୍କୁ ଗଜପତି ଜିଲ୍ଲା, ପରବର୍ତୀ ଆଦେଶନାମା ପର୍ଯ୍ୟନ୍ତ ପିସିସି ପ୍ରଭାରୀ ବିଜନ ସାହୁଙ୍କୁ କେନ୍ଦୁଝର ଜିଲ୍ଲା, ଶିଶିର କୁମାର ନାୟକଙ୍କୁ କଟକ ଜିଲ୍ଲା, ନିକୁଞ୍ଜ ପଶାୟତଙ୍କୁ ଖୋର୍ଦ୍ଧା ଜିଲ୍ଲା ଓ ଦ୍ୱିବ୍ୟେନ୍ଦୁ ପାଣିଗ୍ରାହୀଙ୍କୁ ମୟୁରଭଞ୍ଜ ଜିଲ୍ଲା , ସଂଗ୍ରାମ କେଶରୀ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ପ୍ରୋଟୋକଲ ଦାୟିତ୍ୱ, ବିସ୍ମୟ ମହାପାତ୍ରଙ୍କୁ “ମୋ ବୁଥ୍ ମୋ ଗୌରବ’, “ପ୍ରୋଜେକ୍ଟ ଶକ୍ତି’ ଓ ଡାଟା ଆନାଲିସିସ୍ ଦାୟିତ୍ୱ ଦିଆଯାଇଛି । ଏତଦ୍ବ୍ୟତୀତ ପ୍ରଦେଶ କଂଗ୍ରେସ ଉପସଭାପତି ଓ ସାଧାରଣ ସଂପାଦକଙ୍କ ସହିତ ସଂପାଦକମାନଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲା ଓ ସଂଗଠନ ଦାୟିତ୍ୱ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top