Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପେଟ୍ରୋଲ, ଗ୍ୟାସ ଦରରେ ନିଆଁ

ଭୁବନେଶ୍ବର,(ଓଡ଼ିଶା ୱେୟାର): ଲଗାତାର ଭାବେ ବୃଦ୍ଧି ପାଉଥିବା ତୈଳଦର ଏବେ ସାଧାରଣ ଜନତାଙ୍କ ମୁଣ୍ଡ ବିନ୍ଧାଇବାରେ ଲାଗିଛି। ଦୈନନ୍ଦିନ ବଢୁଥିବା ଏହି ଦର ଦିନକୁଦିନ ଏବେ ରେକର୍ଡ ଭାଙ୍ଗିବାରେ ଲାଗିଛି। ଆଜି ପେଟ୍ରୋଲ ଦର ୨୫ ଓ ଡିଜେଲ ଦର ୩୫ ପଇସା ବୃଦ୍ଧି ପାଇଛି। ସେପଟେ ଏହି ଦର ବୃଦ୍ଧି ପାଇବା ପରେ ରାଜ୍ୟରେ ମାଲକାନଗିରି ଜିଲା ରେକର୍ଡ ଭାଙ୍ଗିଛି। ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ୧୦୮.୩୫ ହୋଇଛି। ସେହିପରି ଡିଜେଲ ଦର ୧୦୩ ଟଙ୍କା ୬୯ ପଇସା ରହିଛି। ଭୁବନେଶ୍ବର ପେଟ୍ରୋଲ ଦର ୧୦୨.୭୭ ପଇସା, ବ୍ରହ୍ମପୁରରେ ୧୦୪.୨୯ ଟଙ୍କା ରହିଛି। ସେହିପରି ପେଟ୍ରୋଲ ଲିଟର ପିଛା ଆଜି ରାଜଧାନୀ ଦିଲ୍ଲୀରେ ୧୦୧.୮୯ ଟଙ୍କା, ମୁମ୍ବାଇରେ ୧୦୭.୯୫ ଟଙ୍କା, କୋଲକାତାରେ ୧୦୨.୪୭ ଟଙ୍କା ଓ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୯.୫୮ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୫.୧୮ ଦରରେ ବିକ୍ରି ହେଉଛି ।

ତୈଳ ମାର୍କେଟିଂ କମ୍ପାନୀଗୁଡିକ ଗତ ୧୫ ଦିନରେ ଅନ୍ତର୍ଜାତୀୟ ବଜାରରେ ବେଞ୍ଚମାର୍କ ଇନ୍ଧନର ହାରାହାରି ମୂଲ୍ୟ ଓ ବୈଦେଶିକ ମୁଦ୍ରା ମୂଲ୍ୟ ଉପରେ ଆଧାର କରି ପ୍ରତିଦିନ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସଂଶୋଧନ କରନ୍ତି । ତୈଳଦର ବୃଦ୍ଧିର ଦୁଇଟି ପ୍ରମୁଖ କାରଣ ରହିଛି। ଆନ୍ତର୍ଜାତିକ ବଜାରରେ ଦର ବୃଦ୍ଧି ଓ ଦେଶରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଟିକସ। କୋଭିଡ଼ ସମୟରେ ବିଶ୍ବରେ ଲକଡାଉନ ଯୋଗୁଁ ପେଟ୍ରୋଲ-ଡିଜେଲ ଦର ବ୍ୟବହାର କମିଥିଲା। ଆବଶ୍ୟକତା ମଧ୍ୟ କମିଥିଲା। ତୈଳ ଉତ୍ପାଦନକାରୀ ଦେଶ କମାଇଥିଲେ ଉତ୍ପାଦନ। ଏବେ କୋଭିଡ଼ ସ୍ଥିତିରେ ସୁଧାର ଆସିଛି ଉନ୍ନତି। ବଢିଛି ପେଟ୍ରୋଲ ଡିଜେଲର ଚାହିଦା। କିନ୍ତୁ ତୈଳ ଉତ୍ପାଦନ ବଢିନାହିଁ। ଚାହିଦା ତୁଳନାରେ ଯୋଗାଣ ବଢିନି। ଗତବର୍ଷ ଏପ୍ରିଲ ବେଳକୁ ଅଶୋଥିତ ତୈଳ ଦର ବ୍ୟାରେଲ ପିଛା ୪୪-୪୫ ଡଲାର ରହିଥିଲା। ଏବେ ପ୍ରାୟ ୮୦ ଡଲାର ଛୁଇଁ ସାରିଲାଣି। ସେପଟେ ଦେଶର ଉତ୍ପାଦନ ଶୁଳ୍କ ସହ ରାଜ୍ୟର ଭାଟ ଯୋଗୁଁ ମଧ୍ୟ ମୂଲ୍ୟ ନିୟନ୍ତ୍ରଣକୁ ଆସୁନାହିଁ।

ସେପଟେ ଗ୍ୟାସ ଦରରେ ମଧ୍ୟ ବୃଦ୍ଧି ପାଇଛି। ଏହି ଦର କେବଳ ବୃଦ୍ଧି ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରରେ ହୋଇଛି। ବର୍ତ୍ତମାନ ଦିଲ୍ଲୀର ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ୧୬୯୩ ଟଙ୍କାରୁ ୧୭୩୬.୫୦ ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତାରେ ଏହି ସିଲିଣ୍ଡରର ମୂଲ୍ୟ ୧୮୦୫.୫ ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବେ ୧୭୭୦.୫୦ ଟଙ୍କା ଥିଲା । ଏଥି ସହିତ ଅଣ-ସବସିଡି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି । ତେବେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥର ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଥିଲା । ବର୍ତ୍ତମାନ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୮୪.୫୦ ଟଙ୍କା ରହିଛି । କୋଲକାତାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୯୧୧ ଟଙ୍କା, ମୁମ୍ବାଇରେ ୮୮୪.୫୦ ଟଙ୍କା, ଚେନ୍ନାଇରେ ୯୦୦.୫୦ ଟଙ୍କା, ଭୁବନେଶ୍ୱରରେ ୯୧୧ ଟଙ୍କା ଏବଂ ଲକ୍ଷ୍ନୌରେ ୯୨୨.୫୦ ଟଙ୍କା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top