ଭୁବନେଶ୍ୱର: ପବିତ୍ର ରଜ ଉତ୍ସବ ପାଇଁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର ଲୋକଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଟ୍ୱିଟ୍ର ମାଧ୍ୟମରେ ଶୁଭେଚ୍ଛ ଜଣାଇ କହିଛନ୍ତି ଯେ “ଗଣପର୍ବ ‘ରଜ’ର ପବିତ୍ର ଅବସରରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ । ଏହି ଉତ୍ସବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ ।” ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗତକାଲି ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଥିଲେ ।


