Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପଟାଟୋ ମସଲା ପୁରି

ଘରର ଛୋଟମୋଟ ଭୋଜିରେ ଆପଣ ନିଶ୍ଚିତ ରୂପେ ପୁରୀ ପ୍ରସ୍ତୁତ କରୁଥିବେ । ଏମିତିରେ ଘରେ ବି ବନେଇ ଖାଉଥିବେ । କିନ୍ତୁ କେବେ ଘରେ “ସ୍ଵିଟ ପଟାଟୋ ମସଲା ପୁରି” ତିଆରି କରିଛନ୍ତିକି । ଏହାର ବିଶେଷତ୍ୱ ହେଉଛି ଏହାକୁ ଖାଲି ଆଳୁ ନୁହେଁ ବରଂ ସ୍ଵିଟ ପଟାଟୋ ବ୍ୟବହାର କରାଯାଇଛି । ଏହି ରେସିପିଟି ଖୁବ ସରଳ ଓ ଏହାକୁ ଖୁବ ସହଜରେ ପ୍ରସ୍ତୁତ କରାଯାଇପାରିବ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ:
ଆବଶ୍ୟକ ହେଉଥିବା ସାମଗ୍ରୀ:
ଗୋଟେ ଚାମଚ ଗରମ ମସଲା
ଗୋଟେ ଚାମଚ ଲେମ୍ବୁ ରସ
ଆବଶ୍ୟକ ଅନୁଯାୟୀ ଲୁଣ
ଦରକାର ଅନୁଯାୟୀ ପାଣି
ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ କନ୍ଦମୂଳକୁ ମାଇକ୍ରୋୱେବ କିମ୍ବା ଚୁଲାରେ ପାଣି ଦେଇ ସିଝାଇ ଦିଅନ୍ତୁ । ଏବେ ଏହାର ଚୋପାକୁ ଛଡ଼ାଇ ଭଲ ଭାବରେ ଚକଟି ଦିଅନ୍ତୁ । ଲକ୍ଷ ରଖିବେ ଯେମିତି କୌଣସି ବିଣ୍ଡା ନ ବାନ୍ଧିଯିବ । ଏବେ ଏକ ବାଉଲରେ ମଇଦା ଓ ଲୁଣ ସହ ପାଣି ଦେଇ ଚକଟି ଦିଅନ୍ତୁ । କିଛି କସ୍ତୁରୀ ମେଥିକୁ ହାତ ପାପୁଲିରେ ରଗଡିକି ସେଥିରେ ପକାନ୍ତୁ । ଚାହିଁଲେ ସେଥିରେ କିଛି ଜୁଆଣି ବି ଦେଇପାରିବେ । ଏବେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଲେମ୍ବୁ ରସ ଆଦି ଦେଇ ଭଲ ଭାବରେ ମିଶାନ୍ତୁ । ଏବେ ସେଥିରେ ଆଳୁ ଚକଟା ଓ ତେଲ ଦେଇ ଚକଟି ଦିଅନ୍ତୁ । ହାତକୁ ଶୁଖା ଶୁଖା ଲାଗୁଥିଲେ ଅଳ୍ପ ପାଣି ଦିଅନ୍ତୁ । ଏବେ ଏକ ଓଦା କପଡା ଘୋଡାଇ ରଖି ଦିଅନ୍ତୁ । ଏବେ ଅନ୍ୟ ଏକ କଡେଇରେ ତେଲ ଦେଇ ବସାଇ ଦିଅନ୍ତୁ । ପୂର୍ବରୁ ରଖାଯାଇଥିବା ଚକଟାର ଗୁଳା ପ୍ରସ୍ତୁତ କରି ପୁରି ଆକାରର ବେଲି ଦିଅନ୍ତୁ । ଏବେ ତେଲରେ ପୁରି ଗୁଡିକୁ ଦେଇ ଛାଣି ଦିଅନ୍ତୁ । ଏହାକୁ ଆପଣ କୌଣସି ବି ତରକାରୀ ସହ ଖାଇପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top