Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମହାରଥୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିରୋଧୀ ଦଳର କ୍ରମାଗତ ଚାପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶ୍ରୀ ମହାରଥୀ ଆଜି ପୂର୍ବାହ୍ନରେ ନିଜର ଇସ୍ତଫା ପତ୍ର ନବୀନ ନିବାସ ପଠାଇ ଦେଇଥିବା ଜଣାପଡ଼ିଛି। ପିପିଲି ଗଣଦୁଷ୍କର୍ମ ମାମଲାରେ ମନ୍ତ୍ରୀ ମହାରଥୀଙ୍କୁ ଗତ ୬ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି। ଦିଲ୍ଲୀରେ ବିଜେଡିର ପ୍ରସ୍ତାବିତ ଚାଷୀ ସମାବେଶ ପୂର୍ବରୁ ମନ୍ତ୍ରୀ ଶ୍ରୀ ମହାରଥୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଶ୍ରୀ ମହାରଥୀ ନିଜର ଇସ୍ତଫା ପତ୍ର ନବୀନ ନିବାସ ପଠାଇଛନ୍ତି। ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟ ଉପରେ ମନ୍ତ୍ରୀ ମହାରଥୀ ଦେଇଥିବା ଦାୟିତ୍ୱହୀନ ତଥା ମହିଳାବିରୋଧୀ ବୟାନକୁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗତ ଏକ ସପ୍ତାହ ଧରି ଉଭୟ ଦଳ ପକ୍ଷରୁ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରାଯିବା ସହ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ପାଇଁ ଚାପ ପଡ଼ିଥିଲା। କିନ୍ତୁ ପୁରୀରେ ମହିଳା ଏସଏଚଜି ସମାବେଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ଏଡ଼ାଇ ଚାଲିଥିଲେ। ଯଦିଓ ବିଜେପି ମହିଳା ମୋର୍ଚ୍ଚା ଏହି ଘଟଣାରେ ୨ଥର ନବୀନ ନିବାସ ଓ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟବ୍ୟାପୀ ନାଲି ଚୁଡ଼ି ସଂଗ୍ରହ ପ୍ରକିୟା କରି ଚାପ ବଜାୟ ରଖିଥିଲା। କଂଗ୍ରେସ ମଧ୍ୟ ଏହି ଘଟଣାରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲା। କିନ୍ତୁ ଗତକାଲି ବାରିପଦା ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିପିଲି ଗଣଦୁଷ୍କର୍ମ ପୀଡ଼ିତାକୁ ନ୍ୟାୟ ଦେବା ନିମନ୍ତେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେବାପରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ଅଧିକ ବଢ଼ିଥିଲା। ଦଳର ‘କୃଷକ ଅଧିକାର ଯାତ୍ରା’କୁ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିବାକୁ ଯିବା ପୂର୍ବରୁ ହିଁ ଶ୍ରୀ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ସୂଚନାଯୋଗ୍ୟ, ପିପିଲି ଗଣଦୁଷ୍କର୍ମ ମାମଲାରେ ରାଜ୍ୟର ବିରୋଧୀ ଦଳର ଚାପ ଓ କଂଗ୍ରେସ ପକ୍ଷରୁ ନବୀନଙ୍କୁ ଦିଲ୍ଲୀରେ ବିରୋଧ ହେବାପରେ ୨୦୧୨ ଜୁନ୍ ୧୯ତାରିଖରେ ଶ୍ରୀ ମହାରଥୀଙ୍କୁ ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଡାକ୍ତର ଦାମୋଦର ରାଉତ ୨୦୧୭ ଡିସେମ୍ବର ୨୨ତାରିଖରେ ମନ୍ତ୍ରିପଦରୁ ବହିଷ୍କାର ହେବାପରେ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱରେ ଶ୍ରୀ ମହାରଥୀ ରହିଥିଲେ। ମହାରଥୀଙ୍କ ପାଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ କୃଷି ଓ କୃଷକ କଲ୍ୟାଣ ବିଭାଗ ରହିଥିଲା।
ଇସ୍ତଫା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ ମହାରଥୀ କହିଛନ୍ତି, “ଚାପରେ ନୁହେଁ, ନିଜ ଆଡୁ ଇସ୍ତଫା ଦେଇଛି। ମୁଁ ବିଜୁ ଜନତା ଦଳର ଜଣେ ସଚ୍ଚୋଟ କର୍ମୀ। ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି। ଦଳ ଉପରେ ଚାପ ନପଡୁ, ତେଣୁ ନିଜ ଆଡୁ ଇସ୍ତଫା ଦେଲି।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top