Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସଡ଼କ ଦୁର୍ଘଟଣାରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ମୃତ୍ୟୁ

ପଞ୍ଜାବୀ ଫିଲ୍ମର ଜଣାଶୁଣା ଅଭିନେତା ଦୀପ ସିଦ୍ଧୁ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତ ବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା। ଦିଲ୍ଲୀରୁ ଭଟିଣ୍ଡା ଯାଉଥିବା ସମୟରେ ସିଦ୍ଧୁଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ରାତି ୯.୩୦ ମିନିଟ ସମୟରେ ସିଦ୍ଧୁଙ୍କ କାର ଏକ ଲରିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । କୁଣ୍ଡଲି-ମାନେଶ୍ୱର-ପାଲୱଲ ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଦୀପ ସିଦ୍ଧୁଙ୍କ ସହିତ ଯାତ୍ରା କରୁଥିବା ମହିଳା ଯାତ୍ରୀ ଜଣଙ୍କ ସୁରକ୍ଷିତ ଅଛନ୍ତି । ସିଦ୍ଧୁଙ୍କୁ ହସ୍ପିଟାଲ ଆଣିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

୨୦୨୧ ଜାନୁଆରୀ ୨୬ ସମୟରେ ସିଦ୍ଧୁ ଲାଲକିଲ୍ଲାରୁ ଜାତୀୟ ପତାକା ହଟାଇଥିଲେ । କୃଷକ ଆନ୍ଦୋଳନ ସମୟରେ ଜାତୀୟ ପତାକା ହଟାଇ ଖଲିସ୍ତାନୀ ପତାକା ଲଗାଇଥିଲେ ସିଦ୍ଧୁ । ଏହି ଘଟଣା ପରେ ସିଦ୍ଧୁ ପ୍ରାୟ ୧୫ ଦିନ ଧରି ଫେରାର ରହିଥିଲେ ଏବଂ ଶେଷରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଦୀପଙ୍କ ଅସାମାନ୍ୟ ମୃତ୍ୟୁ ଖବର ଶୁଣି ତାଙ୍କ ପ୍ରଶଂସକଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଦୀପ ସିଦ୍ଧୁ ୧୯୮୪ରେ ଏପ୍ରିଲ ୨ ତାରିଖରେ ପଞ୍ଜାବର ମୁକ୍ତସର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ୨୦୧୫ରେ ପ୍ରଥମ ପଞ୍ଜାବୀ ଫିଲ୍ମ ‘ରମତା ଯୋଗୀ’ରେ ନଜର ଆସିଥିଲେ। ଏହାଛଡା ୨୦୧୮ରେ ଆସିଥିବା ଫିଲ୍ମ ଜିରୋ ଦାସ ନମ୍ବରିଆରେ ଲୋକପ୍ରିୟ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top