Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କାହା ସ୍ୱାର୍ଥରେ ‘ସ୍ୱର୍ଗଦ୍ୱାର’ ପରିଚାଳନା କରିବ ଘରୋଇ ସଂସ୍ଥା

ଭୁବନେଶ୍ୱର(ଓଡ଼ିଶା ୱେୟାର): ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗ ଓ ଆସ୍ଥାର ପ୍ରତୀକ ‘ସ୍ୱର୍ଗଦ୍ୱାର’ର ପରିଚାଳନା ଦାୟିତ୍ୱ ପୁରୀ ପୌରପାଳିକାଠୁ କାଢ଼ି ନେଇ ଏକ ଘରୋଇ ସଂସ୍ଥାକୁ ଦେବାପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ମହୋଦଧି କୂଳରେ ଥିବା ଏହି ପୁରାଣବର୍ଣ୍ଣିତ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ‘ଫୋନିକ୍ସ’ ନାମକ ଏକ ଘରୋଇ ସଂସ୍ଥା ଦ୍ୱାରା କରିଥିବା ରାଜ୍ୟ ସରକାର ମାତ୍ର ୨ମାସ ତଳେ ଗଠନ ହୋଇଥିବା ସଂସ୍ଥା ହାତରେ ଏହାର ପରିଚାଳନା ଦାୟିତ୍ୱ ଟେକି ଦେଇଛନ୍ତି।

ଭୁବନେଶ୍ୱର(ଓଡ଼ିଶା ୱେୟାର): ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗ ଓ ଆସ୍ଥାର ପ୍ରତୀକ ‘ସ୍ୱର୍ଗଦ୍ୱାର’ର ପରିଚାଳନା ଦାୟିତ୍ୱ ପୁରୀ ପୌରପାଳିକାଠୁ କାଢ଼ି ନେଇ ଏକ ଘରୋଇ ସଂସ୍ଥାକୁ ଦେବାପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ମହୋଦଧି କୂଳରେ ଥିବା ଏହି ପୁରାଣବର୍ଣ୍ଣିତ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ‘ଫୋନିକ୍ସ’ ନାମକ ଏକ ଘରୋଇ ସଂସ୍ଥା ଦ୍ୱାରା କରିଥିବା ରାଜ୍ୟ ସରକାର ମାତ୍ର ୨ମାସ ତଳେ ଗଠନ ହୋଇଥିବା ସଂସ୍ଥା ହାତରେ ଏହାର ପରିଚାଳନା ଦାୟିତ୍ୱ ଟେକି ଦେଇଛନ୍ତି। ଦୀର୍ଘବର୍ଷ ଧରି ପୁରୀ ପୌରପାଳିକା ପାଖରେ ଥିବା ସ୍ୱର୍ଗଦ୍ୱାରର ପରିଚାଳନା ଦାୟିତ୍ୱ ଅପ୍ରତ୍ୟାଶିତ ଭାବେ ‘ସ୍ୱର୍ଗଦ୍ୱାର ସେବା ସମିତି’କୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର କାହିଁକି ନିଷ୍ପତ୍ତି ନେଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ମିଳିଥିବା ସୂଚନା ଅନୁସାରେ, ପୁରୀ ସ୍ୱର୍ଗଦ୍ୱାରରେ ଶବସଂସ୍କାର କାର୍ଯ୍ୟରେ ସୁଧାର ଆଣିବା ନିମନ୍ତେ ତଥା ଏହାର ପରିଚାଳନାରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତ ଅକ୍ଟୋବର ୨୭ତାରିଖରେ ଏକ ବିଜ୍ଞପ୍ତି ମାଧ୍ୟମରେ ୯ଟି ସର୍ତ୍ତାବଳୀ ସହ ସ୍ୱର୍ଗଦ୍ୱାରର ପରିଚାଳନା ଦାୟିତ୍ୱ ‘ସ୍ୱର୍ଗଦ୍ୱାର ସେବାସମିତି’କୁ ହସ୍ତାନ୍ତର କରିଛନ୍ତି । ସୋସାଇଟି ଆକ୍ଟ-୧୮୬୦ ଅନ୍ତର୍ଗତ ଚଳିତବର୍ଷ ସେପ୍ଟେମ୍ବର ପହିଲାରେ ଏହି ସ୍ୱର୍ଗଦ୍ୱାର ସେବାସମିତି ପଞ୍ଜିକୃତ ହୋଇଛି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ସ୍ୱର୍ଗଦ୍ୱାର ଜମି ପୁରୀ ପୌରପାଳିକା ନାଁରେ ରହିବ। ସମ୍ପତ୍ତିର ରେକର୍ଡ ଅଫ ରାଇଟସରେ କୌଣସି ପ୍ରକାରର ପରିବର୍ତ୍ତନ କରାଯିବ ନାହିଁ। ଏହି ସ୍ୱର୍ଗଦ୍ୱାର ଜମିର କୌଣସି ଅଂଶକୁ ସ୍ୱର୍ଗଦ୍ୱାର ସେବାସମିତି ଅନ୍ୟ କାର୍ଯ୍ୟ ପାଇଁ ଉପଯୋଗ କରିପାରିବ ନାହିଁ। ପୁରୀ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଏହି ସ୍ୱର୍ଗଦ୍ୱାର ସେବାସମିତିର ସଦସ୍ୟ ପଦରୁ ବାଦ୍ ଦିଆଯାଇ ପାରିବ ନାହିଁ। ଯଦି କୌଣସି ଘରୋଇ ସଂସ୍ଥାକୁ ସ୍ୱର୍ଗଦ୍ୱାରର ପରିଚାଳନା ଦାୟିତ୍ୱ ଦିଆଯାଏ ତା’ହେଲେ ସମ୍ପୃକ୍ତ ସଂସ୍ଥାର କୌଣସି ଅଧିକାର ଜମି ଉପରେ ରହିବ ନାହିଁ। ସ୍ୱର୍ଗଦ୍ୱାର ସହ ଜଡ଼ିତ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଯେକୌଣସି ପୂଜାନୀତି ଉପରେ କଟକଣା ଜାରି କରାଯାଇ ପାରିବ ନାହିଁ। ସରକାରଙ୍କ ବିନାନୁମତିରେ ସ୍ୱର୍ଗଦ୍ୱାରର କୌଣସି ନୀତିରେ ପରିବର୍ତ୍ତନ କରିବାର ଅଧିକାର ‘ସ୍ୱର୍ଗଦ୍ୱାର ସେବାସମିତି ’ର ରହିବ ନାହିଁ।
ଏହି ସ୍ୱର୍ଗଦ୍ୱାରକୁ ହସ୍ତାନ୍ତର କରିବା ଯୋଗୁ ଯଦି ପୁରୀ ମ୍ୟୁନିସପାଲଟିର କୌଣସି ଆର୍ଥିକ କ୍ଷତି ହୁଏ, ତାକୁ ‘ସ୍ୱର୍ଗଦ୍ୱାର ସେବାସମିତି’ ଭରଣା କରିବ। ଏହି ନୂଆ ବ୍ୟବସ୍ଥା ଯୋଗୁ ଚାକିରି ହରାଉଥିବା କର୍ମଚାରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଉପରେ ପୁରୀ ପୌରପାଳିକାର ନିର୍ବାହୀ ଅଧିକାରୀ ଓ ପ୍ରଶାସକ ନିଷ୍ପତ୍ତି ନେବେ।
ଯଦି ଭବିଷ୍ୟତରେ ସ୍ୱର୍ଗଦ୍ୱାର ସେବାସମିତି କାର୍ଯ୍ୟ ବନ୍ଦ କରେ, ତା’ହେଲେ ସେହି ସମ୍ପତ୍ତି ପୁରୀ ମ୍ୟୁନିସପାଲଟିକୁ ଫେରସ୍ତ ଯିବ ଓ ସେହି ଜମିରେ ସେମାନଙ୍କର ଦ୍ୱାରା ନିର୍ମାଣ ହୋଇଥିବା କାମ ପାଇଁ କୌଣସି ଅର୍ଥ ସେମାନଙ୍କୁ ଦେବାକୁ ପଡ଼ିବ ନାହିଁ ବୋଲି ବିଭାଗୀୟ ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ମହାବାତ୍ୟା ‘ଫନି’ରେ ସ୍ୱର୍ଗଦ୍ୱାରରେ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଗତବର୍ଷ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗଦ୍ୱାରର ବିକାଶ ନିମନ୍ତେ ୫କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ଫୋନିକ୍ସ ଫାଉଣ୍ଡେସନ ନାମକ ସଂସ୍ଥା ପକ୍ଷରୁ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି ଓ ମାର୍ଚ୍ଚ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆନ୍ଧ୍ର୍ରପ୍ରଦେଶର ମହାପ୍ରସ୍ଥାନମ୍ ଢାଂଚାରେ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ଜାରି ରହିଛି।
ତେବେ ପ୍ରଶ୍ନ ଉଠୁଛି, ‘ସ୍ୱର୍ଗଦ୍ୱାର’ର ପରିଚାଳନା ଦାୟିତ୍ୱକୁ ପୌରପାଳିକା ହାତରୁ ସରକାର କାଢ଼ି ନେଇ ଓଡ଼ିଶା ତଥା ସମଗ୍ର ଦେଶର ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗ ଓ ଆସ୍ଥା ପ୍ରତି କୁଠାରଘାତ କରିନାହାନ୍ତି ତ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top