Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଓଡ଼ିଶାରେ ୪.୬୩କୋଟି ଲୋକ, ଆଧାର କାର୍ଡଧାରୀ ୪.୪୪ କୋଟି

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ଜନସଂଖ୍ୟା ୪କୋଟି ୬୩ଲକ୍ଷରୁ ଅଧିକ ହୋଇଥିବାବେଳେ ପ୍ରାୟ ୨୧ଲକ୍ଷ ଲୋକଙ୍କ ପାଖରେ ଆଧାର କାର୍ଡ ନାହିଁ।

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ଜନସଂଖ୍ୟା ୪କୋଟି ୬୩ଲକ୍ଷରୁ ଅଧିକ ହୋଇଥିବାବେଳେ ପ୍ରାୟ ୨୧ଲକ୍ଷ ଲୋକଙ୍କ ପାଖରେ ଆଧାର କାର୍ଡ ନାହିଁ।
ୟୁଆଇଡିଏଆଇରୁ ମିଳିଥିବା ତଥ୍ୟ ଅନୁସାରେ ଜୁନ୍ ୩୦ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୪କୋଟି ୬୩ଲକ୍ଷ ୫୬ହଜାର ୩୩୩ଜଣ ଲୋକ ଆଧାର ନମ୍ବର ପାଇବାକୁ ହକଦାର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪କୋଟି ୪୪ଲକ୍ଷ ୫୦ହଜାର ୯୩୮ଜଣ ନିଜର ପଞ୍ଜିକରଣ କରାଇଛନ୍ତି ଓ ସେମାନଙ୍କୁ ଆଧାର ନମ୍ବର ମଧ୍ୟ ମିଳିଛି । ଆଧାର ପାଇଥିବା ଲୋକଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ୯୫.୮୯ ପ୍ରତିଶତ। ଚଳିତବର୍ଷ ଅକ୍ଟୋବର ୧ତାରିଖ ସୁଦ୍ଧା ରାଜ୍ୟରେ ୫ବର୍ଷ ବୟସରୁ କମ୍ ୧୩ଲକ୍ଷ ୮୮ହଜାର ୮୧୪ଜଣ ଶିଶୁଙ୍କୁ ଆଧାର ନମ୍ବର ଆଲର୍ଟ ହୋଇଥିବାବେଳେ ୫ରୁ ୧୮ବର୍ଷ ବୟସର ୯୭ ଲକ୍ଷ ୮୭ହଜାର ୮୪୭ଜଣଙ୍କୁ ଆଧାର କାର୍ଡ ମିଳିଛି। ସେହିପରି ୧୮ବର୍ଷ ବୟସରୁ ଅଧିକ ୩କୋଟି ୩୨ଲକ୍ଷ ୭୪ହଜାର ୨୭୭ଜଣଙ୍କୁ ଆଧାର ନମ୍ବର ମିଳିଥିବା ଜଣାପଡ଼ିଛି।
ଆଧାର ନମ୍ବର ସର୍ବାଧିକ ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାରେ ଆବଣ୍ଟିତ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ସବୁଠୁ କମ୍ ୯୧.୫୭ପ୍ରତିଶତ ହୋଇଛି। ସେହିପରି ପୁରୀ ଜିଲ୍ଲାରେ ମୋଟ ଲୋକଙ୍କ ମଧ୍ୟରୁ ୯୩.୨୪%, ସମ୍ବଲପୁର ଜିଲ୍ଲାରେ ୯୩.୩୬% ଓ ଜଗତସିଂହପୁର ଜିଲ୍ଲାରେ ୯୩.୬୨ ପ୍ରତିଶତ ଲୋକଙ୍କର ଆଧାର ନମ୍ବର ରହିଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top