Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ। ଜିଲ୍ଲା ସଭାପତି ପଦରୁ ତଥା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାସ। ନବୀନ ନିବାସ ଆସି ନିଜ ଇସ୍ତଫା ପତ୍ର ଦେଇଛନ୍ତି ପ୍ରଭାସ ସିଂ ।

ଚଳିତ ନିର୍ବାଚନରେ ବରଗଡ଼ ଲୋକସଭା ପ୍ରାର୍ଥୀ ହେବା ଲାଗି ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ଦଳ ତାଙ୍କ ବଦଳରେ ପରିଣୀତା ମିଶ୍ରଙ୍କୁ ବରଗଡ଼ ଲୋକସଭା ଟିକେଟ ଦେଇଥିଲା। ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରଭାସ ସିଂ। ୨୦୧୪ରୁ ୨୦୧୯ ଯାଏ ବରଗଡ଼ର ସାଂସଦ ଥିଲେ ପ୍ରଭାସ। ଗତଥର ତାଙ୍କୁ ଟିକେଟ ମିଳିନଥିଲା। ସେ ଟିକେଟ ପାଇଁ ଆଶାୟୀ ଥିଲେ ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟକୁ ଦଳ ପ୍ରାର୍ଥୀ କରିଥିଲା। ଏଥର ମଧ୍ୟ ସାଂସଦ ଟିକେଟ ପାଇଁ ଆଶାୟୀ ଥିଲେ ପ୍ରଭାସ। ଏଥର ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଦଳ ତାଙ୍କୁ ଟିକେଟ ନ ଦେଇ ପରିଣୀତା ମିଶ୍ରଙ୍କୁ ବରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି। ଦୁଇ ଦୁଇ ଥର ନିରାଶ ହେବା ପରେ ପ୍ରଭାସ ଆଜି ଦଳ ଛାଡ଼ିଛନ୍ତି।

ବିଜେଡି ଛାଡ଼ିବା ପରେ ପ୍ରଭାସ କହିଛନ୍ତି, ଦଳ ଗଠନରେ ଗୁଣ୍ଡୁଚି ମୂଷା ଭଳି ମୋର ଅବଦାନ ଥିଲା। ଦଳ ପାଇଁ ମୁଁ ବହୁତ କାମ କରିଛି। ବିଜେପୁର ଓ ପଦ୍ମପୁର ଉପନିର୍ବାଚନରେ ଦଳ ପାଇଁ କଠିନ ପରିଶ୍ରମ କରିଛି। ବରଗଡ଼ ଜିଲ୍ଲାର ବିକାଶ ପାଇଁ ମୁଁ କାମ କରିଛି। ବିଜେଡିରେ ଯେଉଁ ନୀତି, ଆଦର୍ଶ ଥିଲା, ଏବେ ସେହି ଆଭିମୁଖ୍ୟ ଏବେ ଆଉ ଦଳରେ ନାହିଁ। ଦଳରେ ମୋ ଭଳିଆ ଉଚ୍ଚ ଶିକ୍ଷିତ ବ୍ୟକ୍ତିର ଆବଶ୍ୟକ ନାହିଁ। ଦଳ ଏବେ ଯେପରି ଭାବେ ଚାଲିଛି ଆମ ଭଳିଆ ଲୋକ ଦଳରେ ଦରକାର ନାହିଁ। ଏଥିପାଇଁ ଦଳରୁ ମୁଁ ଇସ୍ତଫା ଦେଲି।

ସେ ଆହୁରି କହିଛନ୍ତି, ୨୦୧୪ରୁ ୨୦୧୯ ଦଳ ମୋତେ ଭରଷା କରିଥିଲା, ମୋତେ ଟିକେଟ ଦେଇଥିଲା। ୨୦୧୯ ରେ ମୋତେ ରିପିଟ୍ ପାଇଁ ଲୋକେ ଚାହୁଁଥିଲେ। ହେଲେ ମୋତେ ଟିକେଟ ମିଳିଲା ନାହିଁ।

ଏଥର ଅନ୍ୟଦଳରୁ ମୋତେ ଅଫର ଥିଲା। ହେଲେ ମୁଁ ଗଲି ନାହିଁ। ମୁଁ ନିର୍ବାଚନ ଲଢ଼ିବି ନାହିଁ, ଲୋକମାନଙ୍କ ସେବା କରିବି। ମୋ ସମର୍ଥକଙ୍କ ସହ ଆଲୋଚନା କରି ଆଗକୁ କାର୍ଯ୍ୟପ୍ରନ୍ଥା ଗ୍ରହଣ କରିବି ବୋଲି ପ୍ରଭାସ କହିଛନ୍ତି। ତେବେ ପ୍ରଭାସ ବିଜେଡି ଛାଡ଼ିବା ପରେ ସେ କେଉଁ ଦଳରେ ସାମିଲ ହେବେ ତାହା ଜଣାପଡ଼ିନାହିଁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top