ଭୁବନେଶ୍ୱର(ଓଡ଼ିଶା ୱେୟାର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ। ସେ ପାରାଦୀପରେ ଏକ ବିଶାଳ କର୍ମୀ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆଦିଲ୍ଲୀରେ ସୂଚନା ଦେଇ ଦେଇ କହିଛନ୍ତି ଯେ, ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସେ ଉପକୂଳ ଓଡ଼ିଶାରେ ବିଭିନ୍ନ ଦଳୟ କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେବେ। ତେବେ କେଉଁ ଜିଲ୍ଲାକୁ ରାହୁଲ ଯିବେ, ତାହା ନିରଞ୍ଜନ କହି ନାହାନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଇତିମଧ୍ୟରେ ୩ ଥର ଆସି ଫେରିଗଲେଣି।


