ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଛି। ଆଜି ସେ ରାୟଗଡ଼ା ଆସିବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ପ୍ରଦେଶ ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ ରାହୁଲ ରାୟବରେଲି ଯିବେ। ଏଥିପାଇଁ ତାଙ୍କ ଓଡ଼ିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଚନ୍ଦନ। ଏଣେ ରାହୁଲ ଗାନ୍ଧୀଙ୍କ ବଦଳରେ ଆୟୋଜିତ ସାଧାରଣ ସଭାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଉଦବୋଧନ ଦେବା ଲାଗି ଯୋଜନା କରାଯାଇତିବା କୁହାଯାଉଛି।ସୂଚନାଯୋଗ୍ୟ, ରାହୁଲ ମଧ୍ୟାହ୍ନ ୧୨ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ଆସିବାର କାର୍ଯ୍ୟକ୍ରମ ଥିଲା। ଏହାପରେ ସେ ସ୍ଥାନୀୟ ଜିଆଇଏସିଆର୍ କଲେଜ ସମ୍ମୁଖପଡିଆରେ ଆୟୋଜିତ ବିରାଟ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଥାନ୍ତେ। ରାହୁଲଙ୍କ ଗସ୍ତ ବାତିଲ ପରେ ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଥିବା ସୂଚନା ରହିଛି।


