ଭୁବନେଶ୍ୱର(ଓଡ଼ିଶା ୱେୟାର): ଟ୍ରେଡ୍ ୟୁନିଅନଗୁଡ଼ିକ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ପାଳନ ହେଉଥିବାରୁ ଆସନ୍ତାକାଲି ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ କି ନାହିଁ ସେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ କାଁ ଭାଁ ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଲେ ସମସ୍ତ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଛନ୍ତି ।
ଆଜି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ପାର୍ଥସାରଥୀ ମିଶ୍ର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜାନୁଆରୀ ୯ତାରିଖ ‘ଭାରତ ବନ୍ଦ’ଡାକରା ଦିଆଯାଇଥିବାରୁ ଅପ୍ରୀତିକର ପରିସ୍ଥିତି ଘଟଣାର ଆଶଙ୍କା ରହିଛି । ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ ଏଥିପାଇଁ ଛୁଟି ରହିବ କି ନାହିଁ ସେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ସରକାର କହିଛନ୍ତି ।ସୂଚନାଯୋଗ୍ୟ ଧର୍ମଘଟ ଯୋଗୁ ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।
ସୂଚନା ଅନୁସାରେ ସମ୍ବଲପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ପୁରୀ, ମୟୂରଭଂଜ, କୋରାପୁଟ, ବଲାଙ୍ଗୀର, ଜଗତସିଂହପୁର, ଯାଜପୁର, କନ୍ଧମାଳ, ନୂଆପଡ଼ା, କେନ୍ଦ୍ରାପଡ଼ା, ବରଗଡ଼, ନବରଙ୍ଗପୁର, କଟକ, କେନ୍ଦୁଝର, ସୁନ୍ଦରଗଡ଼ ଆଜି ଜିଲ୍ଲା ଗୁଡ଼ିକର ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ।


