Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସେପ୍ଟେମ୍ବର ଗାଇଡଲାଇନ : ରାଜ୍ୟବ୍ୟାପୀ ଉଠିଲା ସପ୍ତାହାନ୍ତ ସଟ୍‌ଡାଉନ୍‌

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର) : ଆଗକୁ ଆସୁଛି ପାର୍ବଣ ଋତୁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ ସମ୍ପର୍କରେ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି । ନୂଆ ଗାଇଡଲାଇନ ଅକ୍ଟୋବର ୧ ତାରିଖ ଯାଏ ବଳବତ୍ତର ରହିବ । ତେବେ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ ପାଇଁ କଟକଣା ବଳବତ୍ତର ରହିବ । ସାରା ରାଜ୍ୟରେ ସକାଳ ୫ ଟାରୁ ରାତି ୧୦ ଟା ଯାଏ ଦୋକାନ ବଜାର ଖୋଲା ରହିବ ।
ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଉଠିବା ନେଇ ସରାକରା ଘୋଷଣା କରିଛନ୍ତି । ହେଲେ ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ । ରାତି ୧୦ ରୁ ସକାଳ ୫ ଟା ଯାଏ ନାଇଟ କର୍ଫ୍ୟୁ । ବାହାଘର, ବ୍ରତ ଓ ଅନ୍ତ୍ୟେଷ୍ଟି ଆଦି କାର୍ଯ୍ୟରେ ୨୫୦ ଲୋକଙ୍କୁ ମିଳିଲା ଅନୁମତି । ପରିବାର, ପୁରୋହିତ ଓ ବ୍ୟାଣ୍ଡପାର୍ଟି ଲୋକଙ୍କୁ ମିଶାଇ ଯାଇପାରିବେ ୨୫୦ ଲୋକ । ବରଯାତ୍ରୀରେ ୫୦ ଲୋକ ଯାଇପାରିବେ । ମେଳା, ମହୋତ୍ସବ ଓ ପ୍ରଦର୍ଶନୀ ଉପରେ କଟକଣା ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସିନେମା ହଲରେ ଯେତିକି ସିଟି ଥିବ ସେତିକି ଲୋକ ଯାଇପାରିବେ । ପ୍ରେକ୍ଷାଳୟ, ଅଡିଟୋରିୟମ କୋଭିଡ ଗାଇଡ ଲାଇନ୍‌ ମାନି ମିଟିଂ କରିବେ । ସମସ୍ତ ମ୍ୟୁଜିୟମ୍‌ ଓ ପାଠାଗାର କୋଭିଡ ନିୟମ ମାନି ଖୋଲି ପାରିବ ।
. ରାଜ୍ୟରୁ ଉଠିଲା ସପ୍ତାହାନ୍ତ ସଟ୍‌ଡାଉନ।
. ହେଲେ ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ ।
. ନୂଆ ଗାଇଡଲାଇନ ଅକ୍ଟୋବର ୧ ତାରିଖ ଯାଏ ବଳବତ୍ତର ରହିବ ।
. ବାହାଘର, ବ୍ରତ ଓ ଅନ୍ତ୍ୟେଷ୍ଟି ଆଦି କାର୍ଯ୍ୟରେ ୨୫୦ ଲୋକଙ୍କୁ ମିଳିଲା ଅନୁମତି ।
. ତେବେ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ ପାଇଁ କଟକଣା ବଳବତ୍ତର ରହିବ ।
. ମେଳା, ମହୋତ୍ସବ ଓ ପ୍ରଦର୍ଶନୀ ଉପରେ କଟକଣା ଜାରି ରହିବ ।
. ବରଯାତ୍ରୀରେ ୫୦ ଲୋକ ଯାଇପାରିବେ ।
. ସିନେମା ହଲରେ ଯେତିକି ସିଟି ଥିବ ସେତିକି ଲୋକ ଯାଇପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top