Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅଫଗାନିସ୍ତାନରେ ସଙ୍ଗୀନ ପରିସ୍ଥିତି: ଅଭାବରେ ପଡ଼ି ବୁକୁଛନ୍ତି ନିଜ ପିଲା ଓ କିଡନୀ

କାବୁଲ: ଆଫଗାନିସ୍ତାନରେ ତାଲିବାନ କବଜାକୁ ନେଲା ପରେ ସେଠାରେ ସ୍ଥିତି କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଛି। କାବୁଲରେ ପରିସ୍ଥିତି ଏପରି ହୋଇଛି ଯେ ଲୋକେ ଦୁଇ ଓଳି ରୁଟି ଖାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି ନିକଟରେ ଆସିଥିବା ଏକ ରିପୋର୍ଟରେ ଦାବି କରାଯାଇଛି କି, ଆଫଗାନିସ୍ତାନରେ ଲୋକମାନେ ନିଜକୁ ବଞ୍ଚାଇ ରଖିବା ପାଇଁ ନିଜ ପିଲା ଏବଂ କିଡନୀ ବିକିବାକୁ ପଛାଉ ନାହାନ୍ତି ପୂର୍ବରୁ ଅଫିମ ଭଳି ନିଶାଦ୍ରବ୍ଯର ଚୋରା ଚାଲାଣ ପାଇଁ ବଦନାମ ଆଫଗାନିସ୍ତାନ ଏବେ ମଣିଷ ଏବଂ ମାନବ ଅଙ୍ଗର ମଣ୍ଡି ଖୋଲିବାକୁ ଯାଉଛି।
ପିଲା ଏବଂ କିଡନୀ ବିକୁଛନ୍ତି ଲୋକେ । ରିପୋର୍ଟ ଅନୁସାରେ, ଆଫଗାନିସ୍ତାନରେ ବହୁ ସଂଖ୍ଯକ ଲୋକେ ନିଜ ଅଙ୍ଗ ବିକ୍ରି କରିଛନ୍ତି ଏହା ପୂର୍ବରୁ ଦାରିଦ୍ର୍ଯ ଏବଂ ଅନାହାରରେ ଜୁଝି ହେଉଥିବା ଅନେକ ମାଆ, ବାପା ମଧ୍ୟ ବାଧ୍ୟ ହୋଇ ନିଜ ପିଲାମାନଙ୍କୁ ବିକ୍ରି କରି ଦେଇଛନ୍ତି ୟୁରୋଲୋଜିଷ୍ଟ ଏବଂ କିଡନୀ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ନାସିର ଅହମଦ ଦାବି କରିଛନ୍ତି ଯେ ସେ ଗତ ୧୨ ମାସ ଭିତରେ ୮୫ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର କରିଛନ୍ତି ।
ଆଫଗାନିସ୍ତାନରେ କିଡନୀ ପ୍ରତିରୋପଣ ପାଇଁ ଦାତା ଓ କ୍ରେତା ୬୦,୦୦୦୦ ଆଫଗାନୀରେ ଚୁକ୍ତି କରୁଛନ୍ତି ଭାରତୀୟ ଟଙ୍କାରେ ଏହି ରାଶି ପାଖାପାଖି ୪ ଲକ୍ଷ ୨୫ ହଜାର ଟଙ୍କା ହେବ ଏଠି କିଡ୍ନୀର ମୂଲ୍ଯ ବ୍ଲଡ୍ ଗ୍ରୁପ୍ ଆଧାରରେ ର୍ନିଣ୍ଣୟ ହେଉଛି ସାଧାରଣତଃ କିଡ୍ନୀର ଦାମ୍ ଦେ ଲକ୍ଷ ଟଙ୍କା ହୋଇଥାଏ ତେବେ ଡାକ୍ତରଖାନା ଖର୍ଚ୍ଚ, ଔଷଧ ଏବଂ ଅପରେସନ ଫି ଅଲଗା ଭାବରେ ଚାର୍ଜ ଲାଗିଥାଏ।
ସର୍ଜନ ଡାକ୍ତର ନାସିର ଅହମଦଙ୍କ ସହଯୋଗୀ ତଥା ଇଣ୍ଟରନାଲ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ଅହମଦ ଶାକିବ କହିଛନ୍ତି ଯେ ଯେଉଁ ଲୋକମାନେ ନିଜ ଅଙ୍ଗ ବିକ୍ରି କରୁଛନ୍ତି, ସେମାନଙ୍କୁ ନିଜର ଜୀବନ ଚାଲିଯିବାର ମଧ୍ୟ ବିପଦ ରହିଛି ଅଧିକାଂଶ ଲୋକ ଆର୍ଥିକ ସମସ୍ଯା ଯୋଗୁ ନିଜ କିଡନୀ ବିକ୍ରି କରୁଛନ୍ତି, ଯଦ୍ଦ୍ରା କି, ସେମାନଙ୍କୁ କିଡନୀ ଅଭାବ କାରଣରୁ ଲମ୍ବା ସମୟ ଧରି ସ୍ଓ୍ୱାସ୍ଥ୍ୟଗତ ସମସ୍ଯାର ସମ୍ମୁଖୀନ ହେବାକୁ ପଡ଼ିବ ଆଫଗାନିସ୍ତାନରେ କିଡନୀ ଦାନର ସଂସ୍କୃତି ସାଧାରଣ ନୁହେଁ ଅଧିକାଂଶ କିଡନୀ ଦାତା ଆର୍ଥିକ ସମସ୍ଯାରେ ପୀଡିତ ଅଛନ୍ତି।
ସଙ୍କଟକୁ କମ୍ କରିବା ପାଇଁ ତାଲିବାନ ଏକ ସପ୍ତାହ ପୂର୍ବରୁ ହିଁ କାମ ବଦଳରେ ଭୋଜନ ପ୍ରଦାନ କାର୍ଯ୍ଯକ୍ରମକୁ ଜୋର୍ସୋରରେ ଲାଗୁ କରି ଦେଇଛି । ଏମିତିରେ ଆଫଗାନିସ୍ତାନରେ ସାର୍ବଜନିକ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ଦରମା ଭାବରେ ଅନ୍ଯ ଦେଶରୁ ଦାନରେ ଆସିଥିବା ଗହମ ଦିଆଯାଉଛି ମିଳିତ ଜାତିସଂଘ ବି ଆଫଗାନିସ୍ତାନକୁ ୩.୨ ବିଲିୟନ ପାଉଣ୍ଡ ସହାୟତା ପାଇଁ ଅପିଲ କରିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top