Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଟି-୨୦ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଲେ ଶେଫାଳି

ଦୁବାଇ: ଭାରତୀୟ ମହିଳା କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଶେଫାଳୀ ବର୍ମା ଟି-୨୦ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ନ୍ୟୁଜିଲ୍ୟାଣ୍ଡର ସୋଫି ଡିଭାଇନ୍ ଯୁଗ୍ମ ଭାବେ ଅଲରାଉଣ୍ଡର ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି। ଶେଫାଳୀ ୭୫୯ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ବେଥ୍ ମୁନୀ (୭୪୪) ଦ୍ୱିତୀୟ ଓ ଭାରତୀୟ ଟି-୨୦ ଦଳର ଭାଇସ୍ କ୍ୟାପଟେନ୍ ସ୍ମୃତି ମନ୍ଧାନା (୭୧୬) ତୃତୀୟ ସ୍ଥାନରେ ରହିଛନ୍ତି।
ଅଷ୍ଟ୍ରେଲିଆ ମେଗ୍ ଲାନିଙ୍ଗ୍ ୭୦୯ ପଏଣ୍ଟ ସହ ଚତୁର୍ଥ ଏବଂ ଡିଭାଇନ୍ ଗୋଟିଏ ସ୍ଥାନ ଉପରକୁ ଉଠି ୬୮୯ ପଏଣ୍ଟ ସହ ପଞ୍ଚମରେ ପହଞ୍ଚିଛନ୍ତି। ହୋଭରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଡିଭାଇନ୍ ଉଭୟ ବ୍ୟାଟ୍ ଓ ବଲରେ ଭଲ ପ୍ରଦର୍ଶନ କରିଥିଲେ। ସେ ବ୍ୟାଟିଂରେ ୫୦ ରନ୍ କରିଥିବା ବେଳେ ବୋଲିଂରେ ୨ଟି ୱିକେଟ୍ ମଧ୍ୟ ନେଇଥିଲେ।
ଅଲରାଉଣ୍ଡର ତାଲିକାରେ ଭାରତର ଦୀପ୍ତି ଶର୍ମା, ଅଷ୍ଟ୍ରେଲିଆର ଏଲିସ୍ ପେରୀ ଓ ୱେଷ୍ଟଇଣ୍ଡିଜର ହାଲେ ମାଥ୍ୟୁସଙ୍କୁ ଗୋଟିଏ ଲେଖାଏ ସ୍ଥାନର ଫାଇଦା ହୋଇଛି। ଦୀପ୍ତି ଚତୁର୍ଥ, ପେରୀ ପଞ୍ଚମ ଓ ମାଥ୍ୟୁସ୍ ଷଷ୍ଠ ସ୍ଥାନକୁ ଉଠିଛନ୍ତି। ଅଲରାଉଣ୍ଡର ତାଲିକାରେ ଇଂଲଣ୍ଡର ନାଟାଲୀ ସ୍କିଭର୍ ପ୍ରଥମ, କିୱି ଟିମର ଡିଭାଇନ୍ ଦ୍ୱିତୀୟ ଓ ସ୍କଟଲ୍ୟାଣ୍ଡର କ୍ୟାଥରିନ୍ ବ୍ରାଇସ୍ ତୃତୀୟ ସ୍ଥାନରେ ଅଛନ୍ତି।
ବୋଲରଙ୍କ ରାଙ୍କିଙ୍ଗରେ ଭାରତର ଦୀପ୍ତି ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠରେ ପହଞ୍ଚିଛନ୍ତି। ସେହିପରି ଲେଗ୍ ସ୍ପିନର ପୁନମ ଯାଦବ ଅଷ୍ଟମ ସ୍ଥାନରେ ସୁରକ୍ଷିତ ରହିଛନ୍ତି। ବୋଲିଂ ରାଙ୍କିଙ୍ଗରେ ଇଂଲଣ୍ଡର ସୋଫି ଇକ୍ଲେଷ୍ଟୋନ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ମେଗାନ୍ ସ୍କଟ୍ ଦ୍ୱିତୀୟ ଓ ଇଂଲଣ୍ଡର ସାରା ଗ୍ଲେନ୍ ତୃତୀୟ ସ୍ଥାନରେ ରହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top