ଢେଙ୍କାନାଳ(ଓଡ଼ିଶା ୱେୟାର):ବହୁ ଚର୍ଚ୍ଚିତ ସେଲଟର୍ ହୋମ୍ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର’ର ମୁଖ୍ୟ ଫୟାଜ ରେହମାନ୍ଙ୍କ ଜାମିନ ଆବେଦନକୁ ବୁଧବାର କୋର୍ଟ ଖାରଜ କରି ଦେଇଛନ୍ତି।ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଠାରେ ଗଢ଼ିଉଠିଥିବା ସେଲଟ ହୋମର ମୁଖ୍ୟ ଅଭିଯୁକ୍ତ ଫୟାଜଙ୍କ ବିରୋଧରେ ସେଲ୍ଟର ହୋମ୍ରେ ଧର୍ମାନ୍ତରୀକରଣ ଏବଂ ନିର୍ୟାତନା ଅଭିଯୋଗ ଆସିଥିଲା।ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ରେହମାନ୍ଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଉଲ୍ଲେଖନୀୟ, ଗିରଫ ହେବା ପରେ ସେଲ୍ଟର ହୋମ୍ର ମୁଖ୍ୟ ଫୟାଜ ରେହମାନ୍ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଥିଲା ।ଏହି ରିମାଣ୍ଡ ଅବଧି ଚଳିତ ମାସ ୭ ତାରିଖରେ ଶେଷ ହେବା ପରେ ରେହମାନ୍ଙ୍କୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲକୁ ନିଆଯାଇଥିଲା।


