Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସେଣ୍ଟ ଜୋସଫ୍ ଛାତ୍ରୀ ଶ୍ରୁତି କରଙ୍କୁ ରାଜ୍ୟସ୍ତରୀୟ ଶ୍ରୀସେବା ସମ୍ମାନ

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର):ଦୀର୍ଘଦିନ ଧରି ନିଷ୍ପେସିତ ଜୀବଜନ୍ତୁ ଓ ବୁଲା କୁକୁରଙ୍କ ସେବାଯତ୍ନ ସହ ସେମାନଙ୍କ ଉପରେ ହେଉଥିବା ମାନବୀୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଥିବା ଭୁବନେଶ୍ୱରସ୍ଥିତ ସେଣ୍ଟ ଜୋସଫ୍ ହାଇସ୍କୁଲର ଛାତ୍ରୀ ଶ୍ରୁତି କରଙ୍କୁ ଚଳିତବର୍ଷର ‘ରାଜ୍ୟସ୍ତରୀୟ ଶ୍ରୀସେବା ସମ୍ମାନ’ ସମ୍ମାନିତ କରାଯାଇଛି। ସାମାଜିକ ଅନୁଷ୍ଠାନ ‘ହେଲପମେଟ୍‌’ ପକ୍ଷରୁ ଆଜି ଏହି ସମ୍ମାନ ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି।
କରୋନା ମହାମାରୀ ସମୟରେ ଅନେକ ବୁଲା ଜୀବଜନ୍ତୁଙ୍କ ସେବା ଯତ୍ନ ନେବା ସହ ଗତ ୨ବର୍ଷରୁ ଅଧିକ ସମୟ ଧରି ୩ଟି ବୁଲା କୁକୁରକୁ ନିଜର ପୋଷା ଜନ୍ତୁଙ୍କ ଭଳି ରଖିଥିବା ନବମ ଶ୍ରେଣୀ ଛାତ୍ରୀ ଶ୍ରୁତି ଗତ ମାସରେ ଅନଲାଇନରେ ବୁଲା କୁକୁରଙ୍କ ପ୍ରତି ହେଉଥିବା ଆକ୍ରମଣ ବିରୁଦ୍ଧରେ ଏକ ଅଭିଯାନ ଚଳାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନଲାଇନରେ ତାଙ୍କର ଏହି ଅଭିଯାନକୁ ସମସ୍ତେ ପ୍ରଶଂସା କରିବା ସହ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କୁ ଏ ଦିଗରେ ସହଯୋଗର ହାତ ବଢ଼ାଇଥିଲା। ଏପରିକି ନିକଟରେ ସେ ଦୁର୍ଘଟଣାଗ୍ରସ୍ତ ଗୋଟିଏ ବୁଲା କୁକୁରକୁ ନିଜ ଘରେ ରଖି ତା’ର ସମସ୍ତ ଚିକିତ୍ସା ମଧ୍ୟ କରୁଛନ୍ତି। ଏତେ କମ୍ ବୟସରେ ବୁଲା କୁକୁର ଓ ନିଷ୍ପେସିତ ଜୀବଜନ୍ତୁଙ୍କ ପ୍ରତି ତାଙ୍କର ଦୁର୍ବଳତା ଓ ଭଲପାଇବାକୁ ସମ୍ମାନ ଜଣାଇ ତଥା ଏହା ଅନ୍ୟ ପିଲାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଦର୍ଶାଇ ‘ହେଲପମେଟ୍‌’ ଅନୁଷ୍ଠାନ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଅନୁଷ୍ଠାନର ସମ୍ପାଦିକା ନିବେଦିତା ଭଞ୍ଜ କହିଛନ୍ତି। ନବମ ଶ୍ରେଣୀରେ ପଢ଼ୁଥିବା ଶ୍ରୁତି ଭୁବନେଶ୍ୱରର ଜଣେ ଆଗଧାଡ଼ିର ୟୁ-ଟ୍ୟୁବର ଭାବେ ମଧ୍ୟ ପରିଚିତ।


ଏହି ଅବସରରେ ନୟାପଲ୍ଲୀ ଥାନା ଆଇଆଇସି ଶରତ କୁମାର ସାହୁଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ‘ରାଜ୍ୟସ୍ତରୀୟ କରୋନା ଯୋଦ୍ଧା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top