Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପୁରୀ ଷ୍ଟେଟ୍ ବ୍ୟାଙ୍କରେ ଜମା ରହିବ ଶ୍ରୀମନ୍ଦିର ପାଣ୍ଠି

ଭୁବନେଶ୍ବର (ଓଡ଼ିଶା ୱେୟାର) : ଶ୍ରୀମନ୍ଦିରର କର୍ପସ ଫଣ୍ଡ ଓ ଟେମ୍ପୁଲ ଫଣ୍ଡ ପୁରୀ ଷ୍ଟେଟ ବ୍ୟାଙ୍କ ଶାଖାରେ ଜମା ରହିବ । ମୋଟ ୫୪୮ କୋଟି ଟଙ୍କା ୫.୧୮ ପ୍ରତିଶତ ସୁଧହାରରେ ବର୍ଷକ ପାଇଁ ସ୍ଥାୟୀ ଜମା ବା ଫିକ୍ସଡ୍ ଡିପୋଜିଟ ଆକାରରେ ରହିବ । ଏ ସମ୍ପର୍କରେ ଆଜି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।

ଗତ ୨୦୨୦ରେ ଶ୍ରୀମନ୍ଦିର ପାଣ୍ଠି ଏକ ଘରୋଇ ବ୍ୟାଙ୍କ ୟେସ ବ୍ୟାଙ୍କରେ ରଖାଯିବାକୁ ନେଇ ବିବାଦ ଉଠିଥିଲା । ମନ୍ଦିର ପରିଚାଳନା କମିଟି ଓ ଫାଉଣ୍ଡେସନ ଫଣ୍ଡ କମିଟି ଅଗୋଚରରେ ଏହି ପାଣ୍ଠିକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବଦଳରେ ଘରୋଇ ବ୍ୟାଙ୍କରେ ଜମା ରଖିବା ପ୍ରସଙ୍ଗ ସେତେବେଳେ ଖୁବ ବିବାଦୀୟ ହୋଇପଡ଼ିଥିଲା । ଏହି ପ୍ରସଙ୍ଗରେ ରାଜନୈତିକ ଦଳମାନେ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ଏହି ବିବାଦ ପରେ ସରକାର ୟେସ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିରର ୫୯୨ କୋଟି ଟଙ୍କା ଉଠାଇବାକୁ ବାଧ୍ୟ ହୋଇଥିଲେ । ଗତ ବର୍ଷ ଏହି ଟେଣ୍ଡର ଆହ୍ବାନ ପରେ ଏସବୁ ପାଣ୍ଠିକୁ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top