Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବର୍ଷା ପରର ପରିସ୍ଥିତି ନିୟନ୍ତ୍ରଣ କରିବାରେ ସରକାର ସଫଳ: ବିଜେଡି

ଭୁବନେଶ୍ୱର : ଗତ ଦୁଇଦିନ ହେଲା ରାଜ୍ୟବ୍ୟାପୀ ଲଗାଣ ବର୍ଷା ଲାଗି ରହିଥିଲେ ହେଁ ରାଜ୍ୟ ସରକାରଙ୍କ ସକ୍ରିୟ ଓ ବଡ଼ଧରଣର ପଦକ୍ଷେପ ଯୋଗୁ ପରିସ୍ଥିତି ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖାଯାଇପାରିଛି । ଏଥିଯୋଗୁ ବର୍ଷା ବିତ୍ପାତ ଅଞ୍ଚଳଗୁଡିକ ସ୍ୱାଭାବିକ ପରିସ୍ଥିତିକୁ ଫେରିଆସିଛି ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି । ଏକ ପ୍ରେସ୍ ରିଲିଜରେ ସେ କହିଛନ୍ତି ଯେ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମୟରେ ନିଆଯାଇଥିବା ସାମୟିକ ଓ ଦୀର୍ଘସ୍ଥାୟୀ ପଦକ୍ଷେପ ଯୋଗୁ ଭବିଷ୍ୟତରେ ମଧ୍ୟ କୌଣସି ଦୈବଦୁର୍ବିପାକ ହେଲେ ଏଭଳି ଜଳଘେରି ଭଳି ପରିସ୍ଥିତି ଉପୁଜିବ ନାହିଁ । ଲଘୁଚାପ ଯୋଗୁ ଗତ ୨ଦିନ ମଧ୍ୟରେ ହୋଇଥିବା ପ୍ରବଳ ବର୍ଷା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଠାରୁ କମ୍‍ ନୁହେଁ । ଏହି ୨ଦିନରେ ହୋଇଥିବା ବର୍ଷାର ପରିମାଣ ଗତ ୧୯୯୯ ମହାବାତ୍ୟା ଓ ୨୦୧୩ ଫାଇଲିନ୍‍ରେ ହୋଇଥିବା ବର୍ଷାର ପରିମାଣ ଠାରୁ ଯଥେଷ୍ଟ ଅଧିକ । ପୂର୍ବରୁ ଅଧିକ ବର୍ଷା ହେଲେ ହଜାର ହଜାର ଘର ଭୁଶୁଡ଼ି ପଡିବା ନେଇ ଖବର ମିଳୁଥିଲା । କିନ୍ତୁ ଗତକାଲି ଏତେ ବର୍ଷା ପରେ ମଧ୍ୟ କୌଣସି ଗୋଟିଏ ବି ଘର ଭୁଶୁଡ଼ି ନଥିବା ଜଣାଯାଇଛି । ଏହା ରାଜ୍ୟ ସରକାରଙ୍କ କ୍ରମାଗତ ବିକାଶର ଫଳ ବ୍ୟତୀତ ଅନ୍ୟ କିଛି ନୁହେଁ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡିକ ଦ୍ୱାରା ଗ୍ରାମାଞ୍ଚଳକୁ ମଜଭୁତ କରାଯାଇପାରିଛି । ଲୋକଙ୍କ ଜୀବନଧାରଣର ମାନ ଉନ୍ନତ ହୋଇପାରିଛି । ଲୋକମାନେ ଯେତେବେଳେ ଅସୁବିଧାରେ ପଡିଛନ୍ତି ଏବଂ ରାଜ୍ୟ ସରକାର ପରିସ୍ଥିତିର ସୁଧାର ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି, ସେତେବେଳେ ବିରୋଧୀ ଦଳର ବୟାନବାଜି ଲୋକମାନଙ୍କ ପ୍ରତି ନିଷ୍ଠୁରତାର ଅନ୍ୟ ଏକ ଉଦାହରଣ । ସେହି ସମୟରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଓ ଲୋକମାନଙ୍କ କଷ୍ଟ ଲାଘବ ପାଇଁ ନିଜ ନିଜ ସ୍ତରରେ ଉଦ୍ୟମ କରିବା ମାନବିକତାର କାର୍ଯ୍ୟ । କିନ୍ତୁ ବିରୋଧୀ ଦଳ ଯେଭଳି ଭାବରେ ଗଣମାଧ୍ୟମ ଜରିଆରେ ଏହି ପରିସ୍ଥିତିର ଫାଇଦା ନେବା ପାଇଁ ପ୍ରୟାସ କରୁଛନ୍ତି, ତାହା ଆଦୌ ସମୀଚୀନ ନୁହେଁ । ସାରା ବିଶ୍ୱ ଜାଣିଛି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କିଭଳି ନୂତନ ମାନକ ସୃଷ୍ଟି କରିଛି । କେବଳ ଭାରତ ସରକାର ନୁହନ୍ତି, ୨୦୧୩ ଫାଇଲିନ୍‍ ମହାବାତ୍ୟାରେ ମଧ୍ୟ ରାଜ୍ୟ ସରକାରଙ୍କ ସକ୍ରିୟ ଓ ତ୍ୱରିତ୍‍ ପଦକ୍ଷେପ ଯୋଗୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିତ ଜାତିସଂଘ ରୋଲ୍‍ମଡେଲ୍‍ର ମାନ୍ୟତା ଦେଇଛି । ଏକ ଅସ୍ୱାଭାବିକ ପରିସ୍ଥିତିକୁ ସାମ୍ନା କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ଏବଂ ସଫଳ ହେଉଛନ୍ତି । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟର ପ୍ରତିଟି ନାଗରିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏଭଳି ସମୟରେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରି କୁତ୍ସାରଟନା କରି ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀମାନଙ୍କ ମନୋବଳ ଭାଙ୍ଗିବା ପାଇଁ ଉଦ୍ୟମ କରିବା ଅବିବେକତାର କାର୍ଯ୍ୟ ଅଟେ । ବିରୋଧୀ ଦଳ ଅଯଥା ବୟାନବାଜିରୁ ନିବୃତ ରହି ଲୋକମାନଙ୍କ ପାଖରେ ପହଞ୍ôଚ ସରକାରଙ୍କ ପ୍ରୟାସକୁ ସହଯୋଗ କରିବା ପାଇଁ ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ପରାମର୍ଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top